ପଞ୍ଜାବବାସୀଙ୍କୁ ମାଗଣା ବିଜୁଳିର ଲୋଭ ଦେଖାଇଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବାସୀଙ୍କୁ ମାଗଣା ବିଜୁଳିର ଲୋଭ ଦେଖାଇଛନ୍ତି। ଯଦି ‌ଆପ୍‌ ପଞ୍ଜାବରେ କ୍ଷମତାକୁ ଆସିବ, ତା’ହେଲେ ରାଜ୍ୟବାସୀଙ୍କୁ ୨୦୦ ୟୁନିଟ ଯାଏ ବିଜୁଳି ପାଇଁ କୌଣସି ପ୍ରକାରର ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ଟ୍ୱିଟ କରି କେଜ୍ରିୱାଲ କହିଛନ୍ତି, ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ମହିଳାମାନଙ୍କୁ ଘର ଚଳାଇବା ପାଇଁ ଅନେକ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ୁଛି। ସେମାନଙ୍କ […]

AK

AK

Hemant Lenka
  • Published: Monday, 28 June 2021
  • Updated: 28 June 2021, 05:25 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବାସୀଙ୍କୁ ମାଗଣା ବିଜୁଳିର ଲୋଭ ଦେଖାଇଛନ୍ତି। ଯଦି ‌ଆପ୍‌ ପଞ୍ଜାବରେ କ୍ଷମତାକୁ ଆସିବ, ତା’ହେଲେ ରାଜ୍ୟବାସୀଙ୍କୁ ୨୦୦ ୟୁନିଟ ଯାଏ ବିଜୁଳି ପାଇଁ କୌଣସି ପ୍ରକାରର ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।

ଟ୍ୱିଟ କରି କେଜ୍ରିୱାଲ କହିଛନ୍ତି, ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ମହିଳାମାନଙ୍କୁ ଘର ଚଳାଇବା ପାଇଁ ଅନେକ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ୁଛି। ସେମାନଙ୍କ କଷ୍ଟକୁ ମାଗଣା ବିଜୁଳି ସେବା ନିଶ୍ଚିତ ଭାବେ ଲାଘବ କରିବ। ଘର ଚଳାଇବା ସେମାନଙ୍କ ପକ୍ଷେ ସହଜ ହୋଇଯିବ। ଦିଲ୍ଲୀରେ ଆମେ ପ୍ରତି ପରିବାରକୁ ମାଗଣାରେ ୨୦୦ ୟୁନିଟ ଯାଏ ବିଜୁଳି ମାଗଣାରେ ପ୍ରଦାନ କରୁଛୁ।

ଏହାକୁ ନେଇ ମହିଳାମାନେ ବେଶ ଖୁସି ଅଛନ୍ତି। ପଞ୍ଜାବର ମହିଳାମାନେ ମୁଦ୍ରାସ୍ଫୀତି ଯୋଗୁ ଅସନ୍ତୋଷରେ ଦିନ କାଟୁଛନ୍ତି। ଆପ ପଞ୍ଜାବକୁ କ୍ଷମତାକୁ ଆସିଲେ ସମସ୍ତଙ୍କୁ ମାଗଣା ବିଜୁଳି ଯୋଗାଇ ଦେବ। ଆପଣଙ୍କ ସହ ଆସନ୍ତାକାଲି ଚଣ୍ଡିଗଡ଼ରେ ଦେଖାହେବ ବୋଲି କେଜ୍ରିୱାଲ ପଞ୍ଜାବୀ ଭାଷାରେ ଲେଖିଛନ୍ତି।

ପଞ୍ଜାବ ପାଇଁ ଆପ୍‌ ଏବେଠାରୁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ କେଜ୍ରିୱାଲ ଏହାକୁ ବଳ ଯୋଗାଇବା ପାଇଁ ମଙ୍ଗଳବାର ଚଣ୍ଡିଗଡ଼ ଯିବେ। ଏହି ସମୟରେ ମଧ୍ୟ ସେ କିଛି ବଡ଼ ଘୋଷଣା କରିବାର ସମ୍ଭାବନା ରହିଛି।


ସୂଚନାଯୋଗ୍ୟ, ଦିଲ୍ଲୀରେ ୨୦୦ ୟୁନିଟ ଯାଏ ମାଗଣା ବିଜୁଳି ଯୋଗାଣ ସେବା ଆରମ୍ଭ ହୋଇଥିବାରୁ ଅନେକଙ୍କୁ ବିଲ୍‌ ଦେବାକୁ ପଡ଼ୁନି। ବିଶେଷ କରି ଶୀତ ଦିନେ ଲୋକମାନେ କମ ବିଜୁଳି ବ୍ୟବହାର କରି ଏହି ଯୋଜନାରେ ଲାଭ ପାଉଛନ୍ତି। କୁହାଯାଉଛି ଏହି ମାଗଣା ବିଜୁଳି ଯୋଜନା ପାଇଁ କେଜ୍ରିୱାଲ ପୁଣିଥରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos