ପଞ୍ଜାବ ପାଇଁ କ’ଣ ସବୁ ଯୋଜନା କରିଛନ୍ତି କେଜ୍ରିୱାଲ? ଜାରି କଲେ ତାଲିକା

ଚଣ୍ଡିଗଡ଼: ଆସନ୍ତାମାସ ୧୪ ତାରିଖରେ ପଞ୍ଜାବର ୧୧୭ ବିଧାନସଭା ଆସନ ପାଇଁ ଭୋଟିଂ ହେବ। କ୍ଷମତାସୀନ କଂଗ୍ରେସକୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଜୋରଦାର ପ୍ରୟାସ କରୁଛି। ଏସବୁ ଭିତରେ ପଞ୍ଜାବରେ ଆପ୍‌ କ୍ଷମତାକୁ ଆସିଲେ କ’ଣ ସବୁ କରିବ, ସେକଥା ଆଜି କେଜ୍ରିୱାଲ ଘୋଷଣା କରିଛନ୍ତି। ଭୋଟରକୁ ଆକୃଷ୍ଟ କରିବା ପାଇଁ କେଜ୍ରିୱାଲ ଆଜି ୧୦ ପଏଣ୍ଟ ବିଶିଷ୍ଟ ପଞ୍ଜାବ ମଡେଲ ଜାରି କରିଛନ୍ତି। ଏହି ସମୟରେ […]

AAP

AAP

Hemant Lenka
  • Published: Wednesday, 12 January 2022
  • Updated: 12 January 2022, 09:58 PM IST

ଚଣ୍ଡିଗଡ଼: ଆସନ୍ତାମାସ ୧୪ ତାରିଖରେ ପଞ୍ଜାବର ୧୧୭ ବିଧାନସଭା ଆସନ ପାଇଁ ଭୋଟିଂ ହେବ। କ୍ଷମତାସୀନ କଂଗ୍ରେସକୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଜୋରଦାର ପ୍ରୟାସ କରୁଛି। ଏସବୁ ଭିତରେ ପଞ୍ଜାବରେ ଆପ୍‌ କ୍ଷମତାକୁ ଆସିଲେ କ’ଣ ସବୁ କରିବ, ସେକଥା ଆଜି କେଜ୍ରିୱାଲ ଘୋଷଣା କରିଛନ୍ତି।

ଭୋଟରକୁ ଆକୃଷ୍ଟ କରିବା ପାଇଁ କେଜ୍ରିୱାଲ ଆଜି ୧୦ ପଏଣ୍ଟ ବିଶିଷ୍ଟ ପଞ୍ଜାବ ମଡେଲ ଜାରି କରିଛନ୍ତି। ଏହି ସମୟରେ ସେ ପଞ୍ଜାବ ପାଇଁ ଦେଖିଥିବା ବଡ଼ବଡ଼ ସ୍ୱପ୍ନ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି।

ସେ ଅପବିତ୍ରକରଣ ମାମଲାରେ ନ୍ୟାୟ, ଯୁବଗୋଷ୍ଠୀଙ୍କୁ ଚାକିରି, ଦୁର୍ନୀତି ମୁକ୍ତ ସରକାର ଓ ଉନ୍ନତ ସ୍ୱାସ୍ଥ୍ୟସେବା ପଞ୍ଜାବବାସୀଙ୍କୁ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କେଜ୍ରିୱାଲ କହିଛନ୍ତି, ଲୋକମାନେ ଏବେ ପରିବର୍ତ୍ତନ ପାଇଁ ମନବଳାଇଛନ୍ତି। ୧୯୬୬ରେ ପଞ୍ଜାବ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଥିଲା।

ସେବେଠାରୁ କଂଗ୍ରେସ ପଞ୍ଜାବକୁ ୨୫ ବର୍ଷ ଓ ବାଦଲ ପରିବାର ୧୯ ବର୍ଷ ଶାସନ କରିଛନ୍ତି। ଉଭୟ ପାର୍ଟନରଶିପରେ ରାଜ୍ୟକୁ ଶାସନ କରିଛନ୍ତି। ଉଭୟ ଯେତେବେଳେ ବି କ୍ଷମତାକୁ ଆସନ୍ତି, ପରସ୍ପର ସହ ବୁଝାମଣା କରି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ନାହିଁ।

ଏବେ ଲୋକମାନେ ଏହି ପାର୍ଟନରଶିପକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ସେମାନେ ସାଧାରଣ ଲୋକଙ୍କ ସରକାର ପଞ୍ଜାବରେ ଗଠନ କରିବେ। ଆପକୁ ଲୋକମାନେ ଗୋଟିଏ ସୁଯୋଗ ଦେବାକୁ ମନ ବଳାଇଛନ୍ତି। ଆପର ପଞ୍ଜାବ ମୁଖ୍ୟ ଭଗବନ୍ତ ମନ୍ନ ଓ ଅନ୍ୟନେତାମାନେ କିଛି ସପ୍ତାହ ହେଲାଣି ପଞ୍ଜାବର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଲୋକଙ୍କ ମତାମତକୁ ନେଇ ଆପ୍‌ ପଞ୍ଜାବ ମଡେଲ ପ୍ରସ୍ତୁତ କରିଛି।

ଆପ କ୍ଷମତାକୁ ଆସିଲେ ନୂଆ ପଞ୍ଜାବ ଗଠନ ହେବ। ବିକାଶ ଦିଗରେ ପଞ୍ଜାବ ବଢ଼ିବ। ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ଯୁବଗୋଷ୍ଠୀଙ୍କୁ ଆଉ କାନାଡା ଯିବାକୁ ପଡ଼ିବ ନାହିଁ। କାନାଡାରେ ଥିବା ପଞ୍ଜାବର ଯୁବକମାନେ ମଧ୍ୟ ରାଜ୍ୟକୁ ଫେରିବେ।

ନିଶାମୁକ୍ତ ପଞ୍ଜାବ ଗଠନ ଓ ଡ୍ରଗ୍ସ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପବିତ୍ରକରଣ ମାମଲାରେ ଏଯାଏ କେହି ବି ଦଣ୍ଡ ପାଇନାହାନ୍ତି। ଆପ କ୍ଷମତାକୁ ଆସିଲେ ଏହି ମାମଲାରେ ନ୍ୟାୟ ପ୍ରଦାନ କରାଯିବ। ପଞ୍ଜାବରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ସ୍ଥାପନ କରାଯିବ।

ପଞ୍ଜାବରେ ସାଧାରଣ ଲୋକଙ୍କୁ ସରକାରୀ କାମ ପାଇଁ ଲାଞ୍ଚ ଦେବାକୁ ପଡ଼ୁଛି। ହେଲେ ଆପ୍‌ ଦୁର୍ନୀତି ମୁକ୍ତ ସରକାର ଗଠନ କରିବ। ଏହି ଲାଞ୍ଚ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ବନ୍ଦ ହେବ। ରାଜ୍ୟର ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାରେ ଉନ୍ନତିକରଣ କରାଯିବ। ପଞ୍ଜାବରେ ୧୬ ହଜାର ମୋହଲା କ୍ଲିନିକ ପ୍ରତିଷ୍ଠା ହେବ।

୧୮ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କୁ ପ୍ରତିମାସରେ ଆପ୍‌ ସରକାର କ୍ଷମତାକୁ ଆସିଲେ ୧୦୦୦ ଟଙ୍କା ଲେଖାଏ ଦେବ। ୩୦୦ ୟୁନିଟି ଯାଏ ମାଗଣା ବିଜୁଳି ଓ ଚାଷୀଙ୍କ ସମସ୍ତ ସମସ୍ୟା ଦୂର କରାଯିବ ବୋଲି କେଜ୍ରିୱାଲ ତାଙ୍କ ୧୦ ଏପଣ୍ଟ ବିଶିଷ୍ଟ ପଞ୍ଜାବ ମଡେଲରେ ସ୍ଥାନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story