କରୋନା ପାଇଁ ଏକାଦଶ ଶ୍ରେଣୀର ପରୀକ୍ଷା ଉପରେ ସୁପ୍ରିମକୋର୍ଟଙ୍କ ରୋକ

ନୂଆଦିଲ୍ଲୀ: କେରଳରେ ଚିନ୍ତାଜନକ ଭାବେ କରୋନା ସଂକ୍ରମଣ ବଢ଼ୁଥିବାରୁ ସୁପ୍ରିମକୋର୍ଟ ଆଜି ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ସଂକ୍ରମଣ ସତ୍ତ୍ୱେ ରାଜ୍ୟ ସରକାର ଅଫଲାଇନରେ ଏକାଦଶ ଶ୍ରେଣୀ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଆଜି ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇ ଦେଇଛନ୍ତି। କୋର୍ଟ ଗୋଟିଏ ସପ୍ତାହ ପାଇଁ ପରୀକ୍ଷା ଉପରେ ରୋକ ଲଗାଇବା ସହ ପିଲାଙ୍କ ସଂକ୍ରମଣ ଦିଗରେ କୌଣସି ରିସ୍କ ନେଇ ହେବନି ବୋଲି କହିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଏମ ଖାନୱିଲକର, ଜଷ୍ଟିସ […]

Kerala

Kerala

Hemant Lenka
  • Published: Friday, 03 September 2021
  • Updated: 03 September 2021, 04:39 PM IST

ନୂଆଦିଲ୍ଲୀ: କେରଳରେ ଚିନ୍ତାଜନକ ଭାବେ କରୋନା ସଂକ୍ରମଣ ବଢ଼ୁଥିବାରୁ ସୁପ୍ରିମକୋର୍ଟ ଆଜି ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ସଂକ୍ରମଣ ସତ୍ତ୍ୱେ ରାଜ୍ୟ ସରକାର ଅଫଲାଇନରେ ଏକାଦଶ ଶ୍ରେଣୀ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଆଜି ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇ ଦେଇଛନ୍ତି। କୋର୍ଟ ଗୋଟିଏ ସପ୍ତାହ ପାଇଁ ପରୀକ୍ଷା ଉପରେ ରୋକ ଲଗାଇବା ସହ ପିଲାଙ୍କ ସଂକ୍ରମଣ ଦିଗରେ କୌଣସି ରିସ୍କ ନେଇ ହେବନି ବୋଲି କହିଛନ୍ତି।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଏମ ଖାନୱିଲକର, ଜଷ୍ଟିସ ହୃଷିକେଶ ରୟ ଓ ଜଷ୍ଟିସ ସିଟି ରବିକୁମାରଙ୍କ ଖଣ୍ଡପୀଠ କହିଛନ୍ତି, କେରଳରେ ବର୍ତ୍ତମାନ ଚିନ୍ତାଜନକ ସ୍ଥିତି ରହିଛି। ଦେଶର ମୋଟ ସଂକ୍ରମଣରୁ ପ୍ରାୟ ୭୦% କରୋନା ଆକ୍ରାନ୍ତ କେରଳରୁ ଚିହ୍ନଟ ହେଉଛନ୍ତି। ଦୈନିକ ୩୫ ହଜାର ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସୁଛି। ତେଣୁ କିଶୋର ବୟସର ଛାତ୍ରଛାତ୍ରୀଙ୍କ ସଂକ୍ରମଣ ସମ୍ପର୍କରେ ରିସ୍କ ନେଇ ହେବନି।

ଜଷ୍ଟିସ ରୟ ଶୁଣାଣି ବେଳେ କହିଛନ୍ତି, “ଦେଶର ସବୁଠାରୁ ଭଲ ମେଡିକାଲ ଭିତ୍ତିଭୂମି କେରଳରେ ରହିଛି। ତଥାପି କେରଳରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରୁନି। ମୁଁ କେରଳ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଛି। ମୁଁ କହି ପାରିବି ଯେ ଦେଶର ସବୁଠାରୁ ଭଲ ମେଡିକାଲ ସୁବିଧା କେରଳରେ ରହିଛି।”

ସଂକ୍ରମଣ ବଢ଼ୁଥିବା ବେଳେ କେରଳ ସରକାର କେମିତି ପରୀକ୍ଷା ଆୟୋଜନ କରିବାକୁ ନିଷ୍ପତ୍ତି ନେଲେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏହାପରେ ପରୀକ୍ଷା ଉପରେ ଗୋଟିଏ ସପ୍ତାହ ପାଇଁ ରୋକ ଲଗାଇଛନ୍ତି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୬ରୁ କେରଳରେ ଏକାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବାକୁ ଥିଲା।

ଗତ ୨୪ ଘଣ୍ଟାରେ କେରଳରୁ ୩୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ପଜିଟିଭିଟି ରେଟ୍‌ ୧୮.୪୧% ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos