ତେଲ ଉପରେ ଟିକସ ହ୍ରାସ କରିବନି ଏହି ରାଜ୍ୟ, ଜାଣନ୍ତୁ କାରଣ

ଥିରୁଅନନ୍ତପୁରମ: କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ବିଭିନ୍ନ ରାଜ୍ୟ ସରକାର ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଭ୍ୟାଟ ମଧ୍ୟ କମାଇଛନ୍ତି। ହେଲେ କେରଳ ସରକାର ଟିକସ କାଟ କରିବା ମୁଡରେ ନାହାନ୍ତି। ବିରୋଧୀ ଏହାକୁ ତୀବ୍ର ସମାଲୋଚନା କରୁଥିଲେ ମଧ୍ୟ କରୋନା ଯୋଗୁ ରାଜ୍ୟର ଆର୍ଥିକ ସ୍ଥିତି ଭଲ ନ ନଥିବାରୁ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ଟିକସ ହ୍ରାସ କରାଯାଇ ପାରିବ ନାହିଁ ବୋଲି […]

petrol

petrol

Hemant Lenka
  • Published: Friday, 05 November 2021
  • Updated: 05 November 2021, 04:46 PM IST

Sports

Latest News

ଥିରୁଅନନ୍ତପୁରମ: କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ବିଭିନ୍ନ ରାଜ୍ୟ ସରକାର ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଭ୍ୟାଟ ମଧ୍ୟ କମାଇଛନ୍ତି। ହେଲେ କେରଳ ସରକାର ଟିକସ କାଟ କରିବା ମୁଡରେ ନାହାନ୍ତି। ବିରୋଧୀ ଏହାକୁ ତୀବ୍ର ସମାଲୋଚନା କରୁଥିଲେ ମଧ୍ୟ କରୋନା ଯୋଗୁ ରାଜ୍ୟର ଆର୍ଥିକ ସ୍ଥିତି ଭଲ ନ ନଥିବାରୁ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ଟିକସ ହ୍ରାସ କରାଯାଇ ପାରିବ ନାହିଁ ବୋଲି ସରକାର ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାର ଟିକସ କାଟି ଥିବାରୁ ଆପେଆପେ ରାଜ୍ୟ ସଂଗ୍ରହ କରୁଥିବା ଟିକସ ପରିମାଣ ହ୍ରାସ ପାଇଛି। ଏପରି ସ୍ଥିତିରେ ଅତିରିକ୍ତ ଟିକସ ହ୍ରାସ କରିବା ଦରକାର ନାହିଁ ବୋଲି କେରଳ ସରକାର କହିଛନ୍ତି।

ରାଜ୍ୟର ଅର୍ଥମନ୍ତ୍ରୀ କେଏନ ବାଲାଗୋପାଲ କହିଛନ୍ତି, ମହାମାରୀ କରୋନା ସମୟରେ ଅନେକ ରାଜ୍ୟ ତେଲ ଉପରେ ଟିକସ ବୃଦ୍ଧି କରିବା ସହ ସେସ୍‌ ଲଗାଇଥିଲେ। କିନ୍ତୁ ସେହି ସମୟରେ ଲୋକଙ୍କ ଅବସ୍ଥାକୁ ଦେଖି କେରଳ ସରକାର କୌଣସି ପ୍ରକାରର ଦର ବୃଦ୍ଧି କରି ନଥିଲେ।

ନିକଟରେ ଶେଷ ହୋଇଥିବା ଉପ ନିର୍ବାଚନରେ ବିଜେପିକୁ ଝଟକା ଲାଗିବା ପରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରିଥିବା ଉତ୍ପାଦ ଶୁଳ୍କକୁ ହ୍ରାସ କରିଛନ୍ତି। ବିଗତ ୬ ବର୍ଷ ମଧ୍ୟରେ କେରଳ ସରକାର ତୈଳ ଉପରେ ଲାଗୁ ହେଉଥିବାର ଟିକସ ବୃଦ୍ଧି କରି ନାହାନ୍ତି। ବରଂ ଗୋଟିଏ ଥର ଟିକସ ହ୍ରାସ କରାଯାଇଥିଲା ବୋଲି ସେ କହିଛନ୍ତି।

ମନ୍ତ୍ରୀ ବାଲାଗୋପାଲ ଆହୁରି କହିଛନ୍ତି, ରାଜ୍ୟ ସରକାର କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ଆର୍ଥିକ ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି। ଏପରି ସ୍ଥିତିରେ ତୈଳ ଉପରେ ଲାଗୁଥିବା ଟିକସକୁ ହ୍ରାସ କରାଯାଇ ପାରିବ ନାହିଁ। ଏପରି କଲେ ରାଜ୍ୟର ଆର୍ଥିକ ସ୍ଥିତିରେ ବିପର୍ଯ୍ୟୟ ସୃଷ୍ଟି ହେବ ବୋଲି ସେ କହିଛନ୍ତି।

କେନ୍ଦ୍ର ଓ ରାଜ୍ୟ ସରକାର ତେଲ ଉପରେ ଲାଗୁ କରୁଥିବା ଟିକସ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଯେତେବେଳେ କେନ୍ଦ୍ର ସରକାର ଟିକସ କିମ୍ବା ତେଲର ମୂଳ ଦର ହ୍ରାସ କରୁଛନ୍ତି ସେତେବେଳେ ସ୍ୱାଭାବିକ ଭାବେ ଏହାର ପ୍ରଭାବ ରାଜ୍ୟର ଟିକସ ବ୍ୟବସ୍ଥା ଉପରେ ପଡ଼ୁଛି।

କେନ୍ଦ୍ର ସରକାର ଦର କମାଇଲେ ରାଜ୍ୟରେ ମଧ୍ୟ ଦର କମୁଛି। ତେଣୁ ପୁଣି ରାଜ୍ୟର ଟିକସ ପରିମାଣ କମାଇବାର କୌଣସି କାରଣ ନାହିଁ। କେନ୍ଦ୍ର ସରକାର ଡିଜେଲର ଉତ୍ପାଦକ ଶୁଳ୍କ ୧୦ ଟଙ୍କା ଓ ପେଟ୍ରୋଲ ଉପରେ ୫ ଟଙ୍କା ଉତ୍ପାଦ ଶୁଳ୍କ କମାଇଛନ୍ତି। ଫଳରେ ରାଜ୍ୟରେ ଡିଜେଲ ଲିଟର ପିଛା ୧୨.୩୦ ଟଙ୍କା ଓ ପେଟ୍ରୋଲ ଲିଟର ପିଛା ୬.୫୬ ଟଙ୍କା ଶସ୍ତା ହୋଇଛି।

ଏହାର ଅର୍ଥ ରାଜ୍ୟର ଟିକସ ସଂଗ୍ରହ ଯଥାକ୍ରମେ ୨.୩୦ ଟଙ୍କା ଓ ୧.୫୬ ଟଙ୍କା କମିଛି। ତେଣୁ କେରଳ ଟିକସ ହ୍ରାସ କରି ନାହିଁ ବୋଲି କହିବା ଭୁଲ। କେନ୍ଦ୍ର ସରକାର ୭ ବର୍ଷ ମଧ୍ୟରେ ତେଲ ଉପରେ ୩୧ରୁ ଅଧିକ ଟଙ୍କାର ଟିକସ ବୃଦ୍ଧି କରିଛନ୍ତି। ହେଲେ ଏବେ ମାତ୍ର ୧୦ ଓ ୫ ଟଙ୍କା ହ୍ରାସ କରିଛନ୍ତି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ତେଲ ଦର ନାଁରେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos