ଟିକେଟ୍ ମିଳିଲାନି, ଲଣ୍ଡା ହେଲେ ମହିଳା କଂଗ୍ରେସ ନେତ୍ରୀ
ଥିରୁଅନନ୍ତପୁରମ: କେରଳ ମହିଳା କଂଗ୍ରେସର ଅଧ୍ୟକ୍ଷ ଲତିକା ସୁଭାଷ ରବିବାର ନିଜ ପଦବୀରୁ ଇସ୍ତଫା ଦେବା ସହିତ ଲଣ୍ଡା ହୋଇଛନ୍ତି। ଦଳ ତାଙ୍କ ଟିକେଟ୍ କାଟିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ସେ। ଏଥିସହ ସେ କେରଳ ମହିଳା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ ଦଳ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି କେରଳର ଏହି ଭେଟେରାନ କଂଗ୍ରେସ ନେତ୍ରୀ। ପାର୍ଟି ଅଫିସ ବାହାରେ ଲଣ୍ଡା ହୋଇ ସେ ବିରୋଧ ପ୍ରଦର୍ଶନ କରିଛନ୍ତି।
ଲତିକା ପ୍ରତିକ୍ରିୟାରେ କହିଛନ୍ତି, ସେ କୌଣସି ଦଳରେ ଯୋଗ ଦେଉ ନାହାନ୍ତି। ହେଲେ ସେ କେରଳ ପିସିସି ସଭାପତି ପଦରୁ ଇସ୍ତଫା ଦେଉଛନ୍ତି। ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିବେ କି ନାହିଁ ବୋଲି ସେ ଚିନ୍ତା କରିନଥିବା କହିଛନ୍ତି।
Kerala Mahila Congress chief Lathika Subhash gets her head tonsured in front of the party office in Thiruvananthapuram in protest after being denied the party ticket for Assembly elections.
"I am not joining any party but I'll resign from my post," she says. pic.twitter.com/FWme31IEdU
— ANI (@ANI) March 14, 2021
ଲତିକା ଅଭିଯୋଗ କରିଛନ୍ତି, ଦଳ ପାଇଁ ଯେଉଁମାନେ ଦୀର୍ଘ ଦିନ ଧରି କାମ କରିଛନ୍ତି ସେମାନେ ନିର୍ବାଚନ ବେଳେ ଅଣଦେଖା ହୋଇଛନ୍ତି। ଲତିକା ଏଟ୍ଟୁମନୁରରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ। ୨୦୧୮ରେ ରାହୁଲ୍ ଗାନ୍ଧୀଙ୍କ ଦ୍ୱାରା ସେ ମହିଳା କଂଗ୍ରେସର ସଭାପତି ଭାବରେ ନିଯୁକ୍ତ ହୋଇଥିଲେ। ସେତେବେଳେ ରାହୁଲ ଗାନ୍ଧୀ କଂଗ୍ରେସର ସଭାପତି ଥିଲେ।
ସୂଚନାଯୋଗ୍ୟ, କଂଗ୍ରେସ ରବିବାର କେରଳ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚଣ୍ଡୀଙ୍କୁ ପୁଥୁପଲ୍ଲୀ ଆସନରୁ ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ଦଳ ନେତା ରମେଶ ଚେନ୍ତ୍ରିଥଲାଙ୍କୁ ହରିପଦ ଆସନରୁ ପ୍ରାର୍ଥୀ କରିଛି କଂଗ୍ରେସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।