କେରଳରେ ସବୁ ରେକର୍ଡ ଭାଙ୍ଗିଲା କରୋନା, ପଜିଟିଭିଟି ରେଟ୍‌ ୪୦% ଡେଇଁଲା

ଥିରୁଅନନ୍ତପୁରମ: ମହାମାରୀ କରୋନା କେରଳରେ ସବୁ ରେକର୍ଡ ଭାଙ୍ଗି ଦେଇଛି। କରୋନା ପ୍ରବେଶ କରିବା ଦିନ ଠାରୁ କେରଳରେ କେବେ ହେଲେ ଯେଉଁ ସ୍ଥିତି ସୃଷ୍ଟି ହୋଇ ନଥିଲା ଗତ ୨୪ ଘଣ୍ଟା ମଧ୍ୟରେ ସେଇଆ ଘଟିଛି। ଦିନକରେ ୪୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଟେଷ୍ଟ ପଜିଟିଭିଟି ରେଟ୍‌ ୪୦% ପାର କରି ଯାଇଛି। ପ୍ରଥମଥର ପାଇଁ କେରଳରେ କରୋନାର ଏପରି ଭୟଙ୍କର ରୂପ ଦେଖିବାକୁ ମିଳିଛି। ୨୦୨୧ ମସିହା ମେ’ […]

Kerala

Kerala

Hemant Lenka
  • Published: Thursday, 20 January 2022
  • Updated: 20 January 2022, 08:01 PM IST

Sports

Latest News

ଥିରୁଅନନ୍ତପୁରମ: ମହାମାରୀ କରୋନା କେରଳରେ ସବୁ ରେକର୍ଡ ଭାଙ୍ଗି ଦେଇଛି। କରୋନା ପ୍ରବେଶ କରିବା ଦିନ ଠାରୁ କେରଳରେ କେବେ ହେଲେ ଯେଉଁ ସ୍ଥିତି ସୃଷ୍ଟି ହୋଇ ନଥିଲା ଗତ ୨୪ ଘଣ୍ଟା ମଧ୍ୟରେ ସେଇଆ ଘଟିଛି। ଦିନକରେ ୪୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଟେଷ୍ଟ ପଜିଟିଭିଟି ରେଟ୍‌ ୪୦% ପାର କରି ଯାଇଛି। ପ୍ରଥମଥର ପାଇଁ କେରଳରେ କରୋନାର ଏପରି ଭୟଙ୍କର ରୂପ ଦେଖିବାକୁ ମିଳିଛି।

୨୦୨୧ ମସିହା ମେ’ ୧୨ରେ କରୋନାର ଦୈନିକ ସଂକ୍ରମଣ କେରଳରେ ସର୍ବାଧିକ ୪୩,୫୨୯ ରହିଥିଲା। ଏହା ପରଠାରୁ ସଂକ୍ରମଣ କମିଥିଲା। କିନ୍ତୁ ଏବେକାର ଦୈନିକ ସଂକ୍ରମଣ ପୂର୍ବ ରେକର୍ଡ ଭାଙ୍ଗି ଦେଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୬,୩୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକ ମଧ୍ୟରେ ୧,୧୫,୩୫୭ଟି ନମୁନା ପରୀକ୍ଷା କରାଯାଇଥିଲା। ଏହାର ଅର୍ଥ ପଜିଟିଭିଟି ରେଟ୍‌ ୪୦.୨୧% ରହିଛି। ଥିରୁଅନନ୍ତପୁରମରେ ସର୍ବାଧିକ ୯,୭୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏର୍ଣ୍ଣାକୁଲମରେ ୩୦୦୨, କୋଝିକୋଡ଼ରେ ୪୦୧୬, ଥ୍ରୀସୁରରେ ୩,୬୨୭ ଓ କୋଟ୍ଟାୟମରେ ୩୦୯୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୯୯,୦୪୧ ରହିଛି। ଏମାନଙ୍କ ମଧ୍ୟରୁ କେବଳ ୩% ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଛି। ୨୪ ଘଣ୍ଟାରେ ୩୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ହେଲେ ଅଡିଟ୍‌ ବେଳେ କରୋନା ମୃତକଙ୍କ ତାଲିକାରେ ୩୦୯ ଜଣଙ୍କ ନାଁ ସାମିଲ କରାଯାଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୧,୫୦୧କୁ ବୃଦ୍ଧି ପାଇଛି।

ଏବେ ପଜିଟିଭ ଚିହ୍ନଟ ହୋଇଥିବା ଲୋକଙ୍କ ମଧ୍ୟରୁ ୧୭୨ ଜଣ ବାହାର ରାଜ୍ୟରୁ ଆସିଥିଲେ। ୪୩,୧୭୬ ଜଣ ଅନ୍ୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି। ବାକି ୨,୬୫୪ ଜଣ କେମିତି ସଂକ୍ରମିତ ହେଲେ ସେକଥା ଜଣାପଡ଼ିନି। ଆକ୍ରାନ୍ତଙ୍କ ମଧ୍ୟରେ ୩୮୫ ଜଣ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି।

ଗତ ସପ୍ତାହର କରୋନା ମାମଲାକୁ ବିଚାରକୁ ନେଲେ ଏବେ ଏହା ୨୦୪% ବଢ଼ିଛି। ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୦୧% ଓ ହସ୍ପିଟାଲ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା ୭୦% ବଢ଼ିଛି। ଆଇସିୟୁରେ ରୋଗୀଙ୍କ ସଂଖ୍ୟା ୪୮%, ଭେଣ୍ଟିଲେଟରରେ ୧୪% ଓ ଅକ୍ସିଜେନ ସହାୟତାରେ ରହୁଥିବା ରୋଗୀଙ୍କ ସଂଖ୍ୟାରେ ୬୪% ବୃଦ୍ଧି ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story