ଦିଲ୍ଲୀ ହିଂସାର ପ୍ରମୁଖ ଅଭିଯୁକ୍ତ ବେଙ୍ଗଲରୁ ଧରାପଡ଼ିଲା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀ ସାଂପ୍ରଦାୟିକ ହିଂସାର ଜଣେ ପ୍ରମୁଖ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ପଶ୍ଚିମବଙ୍ଗରୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲା ଫରିଦ ଓରଫ ନୀତୁ। ସେ ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଦିନ ହୋଇଥିବା ହିଂସାକାଣ୍ଡ ଘଟଣାରେ ବେଶ ସକ୍ରିୟ ଭାବେ ସାମିଲ ଥିଲା। ତା’କୁ ଧରିବା ପାଇଁ ଦିଲ୍ଲୀ ପୁଲିସ୍‌ର ଏକାଧିକ ଟିମ୍‌ ବେଙ୍ଗଲରେ ଡେରା ପକାଇ ବସିଥିଲା। ଶେଷରେ ତା’କୁ ଗୁରୁବାର ତାମଲୁକ ଗାଁରେ ଥିବା ତା’ର ମାଉସୀଙ୍କ […]

arrest

arrest

Hemant Lenka
  • Published: Thursday, 28 April 2022
  • Updated: 28 April 2022, 08:01 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀ ସାଂପ୍ରଦାୟିକ ହିଂସାର ଜଣେ ପ୍ରମୁଖ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ପଶ୍ଚିମବଙ୍ଗରୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲା ଫରିଦ ଓରଫ ନୀତୁ। ସେ ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଦିନ ହୋଇଥିବା ହିଂସାକାଣ୍ଡ ଘଟଣାରେ ବେଶ ସକ୍ରିୟ ଭାବେ ସାମିଲ ଥିଲା। ତା’କୁ ଧରିବା ପାଇଁ ଦିଲ୍ଲୀ ପୁଲିସ୍‌ର ଏକାଧିକ ଟିମ୍‌ ବେଙ୍ଗଲରେ ଡେରା ପକାଇ ବସିଥିଲା। ଶେଷରେ ତା’କୁ ଗୁରୁବାର ତାମଲୁକ ଗାଁରେ ଥିବା ତା’ର ମାଉସୀଙ୍କ ଘରୁ ଗିରଫ କରାଯାଇଛି। ଗିରଫ ପରେ ନୀତୁକୁ ବିମାନ ଯୋଗେ ଦିଲ୍ଲୀ ଅଣାଯାଉଥିବା ଜଣାପଡ଼ିଛି।

ସାଂପ୍ରଦାୟିକ ହିଂସା ପରେ ନୀତୁ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ସେବେଠାରୁ ସେ ନିୟମିତ ତା’ର ଠିକଣା ବଦଳାଉ ଥିଲା ଓ ବେଙ୍ଗଲର ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରିଥିଲା। ତା’ ନାଁରେ ୨୦୧୦ରୁ ୬ଟି ମାମଲା ରୁଜୁ ହୋଇଛି। ଏହା ମଧ୍ୟରେ ଲୁଟ ଓ ଆର୍ମସ ଆକ୍ଟ ଭଳି ସଙ୍ଗୀନ ମାମଲା ରହିଛି। ଜାହାଙ୍ଗୀରପୁରୀରେ ସେ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ପୁଲିସ୍‌ କହିଛି।

ସୂଚନାଯୋଗ୍ୟ, ଏପ୍ରିଲ ୧୬ରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଜାହାଙ୍ଗୀରପୁରୀ ଅଞ୍ଚଳରେ ଦୁଇ ଧର୍ମର ଲୋକଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏହି ଘଟଣାରେ ୮ ଜଣ ପୁଲିସ୍‌ କର୍ମଚାରୀଙ୍କ ସହ ଜଣେ ସ୍ଥାନୀୟ ଲୋକ ଆହତ ହୋଇଥିଲେ। ହିଂସା ବେଳେ ପଥର ମାଡ଼ କରାଯିବା ସହ ସ୍ଥାନୀୟ ଅଞ୍ଚଳରେ ଥିବା ଗାଡ଼ି ମୋଟର ପୋଡ଼ି ଦିଆଯାଇଥିଲା। ଘଟଣାର ଦିନକ ପରେ ଦିଲ୍ଲୀ ପୁଲିସ୍‌ ମୁଖ୍ୟ ରାକେଶ ଆସ୍ଥାନା ଇଡିକୁ ଚିଠି ଲେଖି ଘଟଣାର ମୁଖ୍ୟ ଅଭିଯୁକ୍ତ ବିରୋଧରେ ମନି ଲଣ୍ଡରିଂ ମାମଲା ଆରମ୍ଭ କରିବାକୁ କହିଥିଲେ। ହିଂସାକାଣ୍ଡ ମାମଲାରେ ଗିରଫ ୫ ଜଣଙ୍କ ନାଁରେ ପୁଲିସ୍‌ ଏନଏସ୍‌ଏ ମଧ୍ୟ ଲଗାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos