ଅପହରଣ ହୋଇଥିବା ଯୁବ ସାମ୍ବାଦିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ରାସ୍ତା କଡ଼ରୁ ମିଳିଲା

ପାଟନା: ଯୁବ ସାମ୍ବାଦିକ ତଥା ସୂଚନାଧିକାର କର୍ମୀ ବୁଦ୍ଧିନାଥ ଝା ଓରଫ ଅବିନାଶ ଝାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ରାସ୍ତା କଡ଼ରୁ ମିଳିଛି। କିଛି ଦିନ ତଳେ ତାଙ୍କୁ ବଳପୂର୍ବକ ଅପହରଣ କରାଯାଇ ଥିବା ନେଇ ଅଭିଯୋଗ ହୋଇଥିଲା। ଏବେ ବିହାରର ମଧୁବନୀ ଜିଲ୍ଲାର ଅନ୍ତର୍ଗତ ବେନିପାଟ୍ଟି ପୁଲିସ୍‌ ଅଧୀନରେ ଥିବା ଗୋଟିଏ ରାସ୍ତା କଡ଼ ବୁଦା ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ନେଇ ପୂରା ଜିଲ୍ଲା ଏବଂ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ […]

Journalist

Journalist

Hemant Lenka
  • Published: Sunday, 14 November 2021
  • Updated: 14 November 2021, 06:03 PM IST

Sports

Latest News

ପାଟନା: ଯୁବ ସାମ୍ବାଦିକ ତଥା ସୂଚନାଧିକାର କର୍ମୀ ବୁଦ୍ଧିନାଥ ଝା ଓରଫ ଅବିନାଶ ଝାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ରାସ୍ତା କଡ଼ରୁ ମିଳିଛି। କିଛି ଦିନ ତଳେ ତାଙ୍କୁ ବଳପୂର୍ବକ ଅପହରଣ କରାଯାଇ ଥିବା ନେଇ ଅଭିଯୋଗ ହୋଇଥିଲା। ଏବେ ବିହାରର ମଧୁବନୀ ଜିଲ୍ଲାର ଅନ୍ତର୍ଗତ ବେନିପାଟ୍ଟି ପୁଲିସ୍‌ ଅଧୀନରେ ଥିବା ଗୋଟିଏ ରାସ୍ତା କଡ଼ ବୁଦା ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ନେଇ ପୂରା ଜିଲ୍ଲା ଏବଂ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ୨୩ ବର୍ଷୀୟ ଅବିନାଶ ଝା ବେନିପାଟ୍ଟିରେ ଥିବା ଲୋହିଆ ଛକରେ ରହୁଥିଲେ। ତେବେ ନଭେମ୍ବର ୯ ତାରିଖ ରାତିରେ ୪ ଜଣ ଯୁବକ ତାଙ୍କୁ ଘର ପାଖରୁ ହିଁ ଟେକି ନେଇଥିଲେ। ପୁଲିସ୍‌ ଏହାର ତଦନ୍ତ କରୁଥିବା ବେଳେ ୧୨ ତାରିଖ ରାତିରେ ପାଲି-ଉରାଇନ ଗାଁ ମଧ୍ୟରେ ଥିବା ଗୋଟିଏ ରାସ୍ତା କଡ଼ରୁ ତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା। ପୁଲିସ୍‌ ଏହାକୁ ଜବତ କରି ଶନିବାର ବ୍ୟବଚ୍ଛେଦ କରିଥିଲା। ଏହାପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା।

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, ଯୁବ ସାମ୍ବାଦିକ ଅବିନାଶଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣାପଡ଼ିଛି। ତାଙ୍କ ହାତରେ ଥିବା ମୁଦି, ତାଙ୍କ ଡାହଣ ଗୋଡ଼ରେ ଥିବା ଗୋଟିଏ କଳାଜାଇ ଓ ପୋଡ଼ା ନାଲି ଶାର୍ଟରୁ ହିଁ ପରିବାର ଲୋକ ଅର୍ଦ୍ଧଦଗ୍ଧ ଶବଟି ଅବିନାଶଙ୍କର ବୋଲି ଚିହ୍ନଟ କରିଥିଲେ। ଅପହରଣ ବେଳେ ଅବିନାଶ ନାଲି ଶାର୍ଟ ହିଁ ପିନ୍ଧିଥିଲେ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ଅବିନାଶ ଖୁବ କମ ବୟସର ହୋଇଥିଲେ ମଧ୍ୟ ନିଜର ବେଧଡ଼କ ରିପୋର୍ଟ ପାଇଁ ବେଶ ଚର୍ଚ୍ଚାରେ ଥିଲେ। ସେ ସୂଚନା ଅଧିକାର ବଳରେ ତଥ୍ୟ ଯୋଗାଡ଼ କରି ନିଜ ଅଞ୍ଚଳରେ ଥିବା ହସ୍ପିଟାଲ, କ୍ଲିନିକ ଓ ଅନ୍ୟ ମେଡିକାଲ ପ୍ରତିଷ୍ଠାନର ଅସଲ ମୁଖା ଖୋଲୁଥିଲେ। ଅନେକ ମେଡିକାଲ ଅନୁଷ୍ଠାନ ବୈଧ ଲାଇସେନ୍ସ ବିନା ଚାଲୁଥିବା ଖବର ପ୍ରକାଶ ପାଇବା ପରେ ପ୍ରଶାସନ ଏହାକୁ ବନ୍ଦ କରିଥିଲା।

ଫଳରେ ତାଙ୍କର ଅନେକ ଶତ୍ରୁ ସୃଷ୍ଟି ହୋଇଥିଲେ। ତାଙ୍କୁ ଅନେକ ସମୟରେ ଟଙ୍କା ଓ ଧମକ ଦିଆଯାଏ। ହେଲେ ସେ ଏହାକୁ ବେଖାତିର କରି ନିଜ କାମ କରି ଚାଲିଥିଲେ। ଅପହରଣ ପୂର୍ବରୁ ସେ କିଛି କ୍ଲିନକର ବେଆଇନ କାମ ବିଷୟରେ ଫେସବୁକରେ ଲେଖିଥିଲେ। ଏହାର କିଛି ଘଣ୍ଟା ପରେ ହିଁ ତାଙ୍କୁ ଅପହରଣ କରାଯାଇଥିଲା।

ଅବିନାଶଙ୍କ ଭାଇ ଏ ସମ୍ପର୍କରେ ପୁଲିସ୍‌ରେ ଗୋଟିଏ ଏଫଆଇଆର ଦେଇଛନ୍ତି। ପୁଲିସ୍‌ ଦୁଇ ଜଣଙ୍କୁ ଅଟକ ରଖି ଘଟଣାର ଯାଞ୍ଚ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story