ଅନ୍ତର୍ଜାତୀୟ ସମର୍ଥନକୁ ସ୍ୱାଗତ କଲେ ଚାଷୀ: ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେଉଛି ଆନ୍ଦୋଳନ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀମାନେ ଚଳାଇଥିବା ଆନ୍ଦୋଳନକୁ ଅନ୍ତର୍ଜାତୀୟସ୍ତରର ସେଲେବ୍ରିଟିମାନେ ସମର୍ଥନ କରିବାରେ ଲାଗିଛନ୍ତି। ଦୀର୍ଘ ୮୦ ଦିନ ହେଲା ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଗତକାଲି ପପଷ୍ଟାର ରିହାନା ଓ ଜଳବାୟୁ ଯୋଦ୍ଧା ଗ୍ରେଟା ଥର୍ଣ୍ଣବର୍ଗ ସମର୍ଥନ କରିଛନ୍ତି। ଏହାସହ ଆହୁରି ଅନେକ ଲୋକ ଆନ୍ଦୋଳନ ସପକ୍ଷରେ ବାହାରିବାରୁ ଚାଷୀମାନେ ମଧ୍ୟ ଉତ୍ସାହିତ ହୋଇପଡ଼ିଛନ୍ତି। ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ବିଧିବଦ୍ଧ ଭାବେ ବିବୃତି ଜାରି କରି ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଥିବା ଅନ୍ତର୍ଜାତୀୟ […]

u

u

Hemant Lenka
  • Published: Wednesday, 03 February 2021
  • Updated: 03 February 2021, 07:59 PM IST

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀମାନେ ଚଳାଇଥିବା ଆନ୍ଦୋଳନକୁ ଅନ୍ତର୍ଜାତୀୟସ୍ତରର ସେଲେବ୍ରିଟିମାନେ ସମର୍ଥନ କରିବାରେ ଲାଗିଛନ୍ତି। ଦୀର୍ଘ ୮୦ ଦିନ ହେଲା ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଗତକାଲି ପପଷ୍ଟାର ରିହାନା ଓ ଜଳବାୟୁ ଯୋଦ୍ଧା ଗ୍ରେଟା ଥର୍ଣ୍ଣବର୍ଗ ସମର୍ଥନ କରିଛନ୍ତି।

ଏହାସହ ଆହୁରି ଅନେକ ଲୋକ ଆନ୍ଦୋଳନ ସପକ୍ଷରେ ବାହାରିବାରୁ ଚାଷୀମାନେ ମଧ୍ୟ ଉତ୍ସାହିତ ହୋଇପଡ଼ିଛନ୍ତି। ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ବିଧିବଦ୍ଧ ଭାବେ ବିବୃତି ଜାରି କରି ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଥିବା ଅନ୍ତର୍ଜାତୀୟ ସେଲେବ୍ରିଟି ଓ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାନ ଜଣାଇଛି।

ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ ଅନ୍ତର୍ଜାତୀୟସ୍ତରରେ ଆମ ଆନ୍ଦୋଳନକୁ ସମର୍ଥନ ମିଳିବା ଗର୍ବ ଓ ଗୌରବର ବିଷୟ। ସମର୍ଥନ କରୁଥିବା ସେଲେବ୍ରିଟିମାନେ ଚାଷୀଙ୍କ ପ୍ରତି କେତେ ସମ୍ବେଦନଶୀଳ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି। ତେବେ ଭାରତ ସରକାର ଆମ ଯନ୍ତ୍ରଣାକୁ ଅନୁଭବ ନ କରିବା ଦୁଭାର୍ଗ୍ୟର ବିଷୟ।

ସରକାର ମନେ ରଖିବା ଦରକାର ଯେ ଚାଷୀ ଆନ୍ଦୋଳନ ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ଉତ୍ତର ପ୍ରଦେଶ କିଷାନ ମହାପଞ୍ଚାୟତ ପରେ ଚାଷୀମାନେ ଦବ୍ରା, ମଧ୍ୟପ୍ରଦେଶର ଫୁଲବାଗ, ରାଜସ୍ଥାନର ମେହେନ୍ଦିପୁର ଓ ହରିଆଣାର ଜିନ୍ଦରେ ମହାପଞ୍ଚାୟତ କରି କୃଷି ଆଇନକୁ ବିରୋଧ କରିଛନ୍ତି।

ଆଗାମୀ ଦିନରେ ଲକ୍ଷାଧିକ ଚାଷୀ ଦିଲ୍ଲୀ ଅଭିମୁଖେ ଆସିବେ। ପଞ୍ଜାବ ଓ ରାଜସ୍ଥାନର ଚାଷୀମାନେ ଶାହାଜାହାନପୁରକୁ କ୍ରମାଗତ ଭାବେ ଆସିବାରେ ଲାଗିଛନ୍ତି। ସରକାରଙ୍କ ଆକ୍ରୋଶ ପରେ ପାଲୱାଲା ସୀମାରେ ଚାଷୀମାନେ ଧାରଣା ଆରମ୍ଭ କରିଛନ୍ତି। ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ରାଜସ୍ଥାନରୁ ଚାଷୀମାନେ ପାଲୱାଲା ଅଭିମୁଖେ ଆସୁଛନ୍ତି ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ସିଙ୍ଘୁ ସୀମାରେ ପୁଲିସ୍‌ ସାମ୍ବାଦିକ ମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦେଉ ନଥିବାରୁ ଏହାକୁ ଚାଷୀମାନେ ତୀବ୍ର ନିନ୍ଦା କରିଛନ୍ତି। ସେମାନେ କହିଛନ୍ତି, ସରକାର ପୂର୍ବରୁ ଇଣ୍ଟରନେଟ୍‌ ବନ୍ଦ କରିଦେଇଥିଲେ ଓ ଏବେ ସାମ୍ବାଦିକମାନଙ୍କ ପ୍ରବେଶ ଉପରେ ରୋକ ଲଗାଇଛନ୍ତି।

ସରକାର ଆନ୍ଦୋଳନ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବାରୁ ଭୟଭୀତ ହୋଇପଡ଼ିଛନ୍ତି। ଖାସ୍‌ ଏହି କାରଣରୁ ଚାଷୀଙ୍କ ଆନ୍ଦୋଳନ ସ୍ଥଳରେ ନାନା ପ୍ରକାରର ପ୍ରତିବନ୍ଧକ ଲଗା ଯାଉଛି। ସରକାର ନିଜର ଏଜେଣ୍ଡାକୁ ପ୍ରଚାର କରିବାକୁ ଚାହୁଁଛନ୍ତି। ତେବେ ଚାଷୀମାନେ କୌଣସି ବି ହାଲତରେ ଏହା କରିବାକୁ ଦେବେନାହିଁ ବୋଲି ଚାଷୀମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos