ଭୋଟର ଆଇଡି ସହ ଆଧାର ଲିଙ୍କକୁ ନେଇ ବିବାଦ କାହିଁକି?

ନୂଆଦିଲ୍ଲୀ: ନିର୍ବାଚନୀ ଆଇନରେ ୪ଟି ସଂଶୋଧନ କରି ଗୋଟିଏ ବିଲ୍‌କୁ ଆଜି କେନ୍ଦ୍ର ସରକାର ଲୋକସଭାରେ ଉପସ୍ଥାପନ କରିଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ୱେ ଏହି ବିଲ୍‌ ଲୋକସଭାରେ ପାସ୍‌ ହୋଇଛି। ତେବେ ବିରୋଧୀ ବିଲ୍‌ରେ ଥିବା ଭୋଟର ଆଇଡି ଓ ଆଧାର ଲିଙ୍କ ନିୟମକୁ ବିରୋଧ କରୁଛନ୍ତି। ଏଥିସହ ବିଲ୍‌ର ରିଭ୍ୟୁ କରିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି। ୧-ବିରୋଧୀଙ୍କ ମତରେ ଆଧାର ଓ ଭୋଟର ଆଇଡି ଲିଙ୍କ ଭାରତରେ ରହୁ ନଥିବା ଲୋକଙ୍କୁ ଫାଇଦା ଦେବ। […]

aadhar

aadhar

Hemant Lenka
  • Published: Monday, 20 December 2021
  • Updated: 20 December 2021, 08:06 PM IST

Sports

Latest News

ନୂଆଦିଲ୍ଲୀ: ନିର୍ବାଚନୀ ଆଇନରେ ୪ଟି ସଂଶୋଧନ କରି ଗୋଟିଏ ବିଲ୍‌କୁ ଆଜି କେନ୍ଦ୍ର ସରକାର ଲୋକସଭାରେ ଉପସ୍ଥାପନ କରିଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ୱେ ଏହି ବିଲ୍‌ ଲୋକସଭାରେ ପାସ୍‌ ହୋଇଛି। ତେବେ ବିରୋଧୀ ବିଲ୍‌ରେ ଥିବା ଭୋଟର ଆଇଡି ଓ ଆଧାର ଲିଙ୍କ ନିୟମକୁ ବିରୋଧ କରୁଛନ୍ତି। ଏଥିସହ ବିଲ୍‌ର ରିଭ୍ୟୁ କରିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି।

୧-ବିରୋଧୀଙ୍କ ମତରେ ଆଧାର ଓ ଭୋଟର ଆଇଡି ଲିଙ୍କ ଭାରତରେ ରହୁ ନଥିବା ଲୋକଙ୍କୁ ଫାଇଦା ଦେବ। ସେମାନେ ଆଇନର ଅପବ୍ୟବହାର କରିବେ ଓ କେବଳ ଆଧାର କାର୍ଡ ଦେଖାଇ ଭୋଟ ଦେଇବାକୁ ସକ୍ଷମ ହେବେ।

୨-କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି, ଆଧାର କାର୍ଡ କେବଳ ଆବାସିକ ପ୍ରମାଣପତ୍ର ଭାବେ ରହିଥିଲା। ଏହା ନାଗରିକତା ପାଇଁ ନୁହେଁ। ଯଦି ଆପଣ ଭୋଟରଙ୍କ ଠାରୁ ଆଧାର କାର୍ଡ ମାଗିବେ, ତା’ହେଲେ ଏହା କେବଳ ଆବାସିକ ଦସ୍ତାବିଜକୁ ପ୍ରଦର୍ଶନ କରିବ। ଆପଣ ଏପରି କରି ଅଣ ନାଗରିକଙ୍କୁ ଭୋଟ ଦେବାର ଅଧିକାର ଦେଉଛନ୍ତି।

୩-କଂଗ୍ରେସ, ଏମକେ ଷ୍ଟାଲିନଙ୍କ ଡିଏମକେ, ଶରଦ ପାୱାରଙ୍କ ଏନସିପି, ଟିଏମସି, ଶିବସେନା ଓ ବିଏସ୍‌ପି ଏହି ନିର୍ବାଚନୀ ସଂଶୋଧନ ଆଇନକୁ ବିରୋଧ କରିଥିଲେ।

୪-ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍ଆର କଂଗ୍ରେସ ମଧ୍ୟ ବିଲର ସମୀକ୍ଷା ଓ ବିତର୍କ କରିବାକୁ ଦାବି କରିଥିଲା। ଏଥିସହ ସରକାର ଏହାର ସବୁ ଦିଗ ଉପରେ ବିଚାର କରନ୍ତୁ ବୋଲି ଦଳ ଦାବି କରିଛି।

୫-ନବୀନ ପଟ୍ଟନାୟକଙ୍କ ବିଜେଡି ବିଲ୍‌କୁ ଯେଉଁଭଳି ଆଗତ କରାଗଲା ଓ ପାରିତ ହେଲା, ତା’କୁ ବିରୋଧ କରିଥିଲା।

୬- ଗୋପନୀୟତା ଅଧିକାର ରାୟରେ ସୁପ୍ରିମକୋର୍ଟ ଆଧାରକୁ ଯେକୌଣସି ଦସ୍ତାବିଜ୍‌ରେ ଲିଙ୍କ କରିବା ସ୍ୱେଚ୍ଛାକୃତ କହିଥିଲେ। ତେଣୁ ଭୋଟର ସହ ଆଧାର ଲିଙ୍କ ମଧ୍ୟ ସ୍ୱେଚ୍ଛାକୃତ ରହିପାରେ।

୭-ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ପାଇଁ ନିର୍ବାଚନ କମିଶନ ଭୋଟର ଆଇଡି ସହ ଆଧାର ଲିଙ୍କ କରିବାକୁ ଚାହୁଁଛନ୍ତି। ଏହାଦ୍ୱାରା ନକଲି ଓ ଏକାଧିକ ସ୍ଥାନରେ ଭୋଟର ଦେଉଥିବା, ଲୋକଙ୍କୁ ଚିହ୍ନଟ କରାଯାଇ ପାରିବ ବୋଲି ଇସି ଆଶା ରଖିଛନ୍ତି।

୮-ପୂର୍ବରୁ ନିର୍ବାଚନ କମିଶନ NERPAP ଜରିଆରେ ଆଧାର କାର୍ଡ ସଂଗ୍ରହ କରିବା ଆରମ୍ଭ କରିଥିଲେ।

୯-କିନ୍ତୁ ସୁପ୍ରିମକୋର୍ଟ ଆଧାର କାର୍ଡ ଉପରେ ଦେଇଥିବା ନିର୍ଦ୍ଦେଶ ଏହି ପ୍ରକ୍ରିୟାରେ ବ୍ରେକ ଲଗାଇଥିଲା। ଆଧାର କାର୍ଡ ନମ୍ବର ସଂଗ୍ରହ ପାଇଁ ଆଇନଗତ ଅନୁମତି ଜରୁରୀ ବୋଲି କୋର୍ଟ କହିଥିଲେ।

୧୦-ଏହାପରେ ନିର୍ବାଚନ କମିଶନ ଆଧାର କାର୍ଡ ନମ୍ବର ସଂଗ୍ରହ ପାଇଁ ନୂଆ ପ୍ରସ୍ତାବ କେନ୍ଦ୍ରକୁ ଦେଇଥିଲେ। ସେବେଠାରୁ ଏହା କେନ୍ଦ୍ର ସରକାରଙ୍କ ଆଗରେ ପେଣ୍ଡିଂ ହୋଇ ରହିଥିଲା।

୧୧-ସୁପ୍ରିମକୋର୍ଟ ଆଧାର କାର୍ଡକୁ କେବଳ ଜନକଲ୍ୟାଣକାରୀ ଯୋଜନାରେ ବ୍ୟବହାର କରିବାକୁ କହିଥିଲେ।

୧୨-ଭୋଟର ଆଇଡି ସହ ଆଧାର କାର୍ଡକୁ ଲିଙ୍କ କରିବା ସାମ୍ବିଧାନିକ ପ୍ରକ୍ରିୟାକୁ ବିରୋଧ କରୁଛି। କାରଣ ଭୋଟର ଆଇଡି ଗୋଟିଏ ନିରପେକ୍ଷ ବା ସ୍ୱାଧୀନ ସଂସ୍ଥା ଲୋକଙ୍କୁ ଦେଇଥାଏ। ଏହାକୁ ଆଧାର କାର୍ଡ ସହ କେମିତି ଲିଙ୍କ କରାଯାଇ ପାରିବ?

୧୩- ସାଂସଦ ଅସାଦୁଦ୍ଦିନ ଓୱେସୀ କହିଛନ୍ତି ଆଧାର ଓ ଭୋଟର ଆଇଡି ଲିଙ୍କ ହେଲେ ଅନେକ ସମସ୍ୟା ଦେଖାଦେବ। ଏହାଦ୍ୱାରା ସାଧାରଣ ଲୋକଙ୍କ ସ୍ୱରକୁ ଦବା ଯାଇପାରିବ। ସରକାରଙ୍କ ସହ ଏକମତ ହୋଇ ନଥିବା ଲୋକଙ୍କୁ ଭୋଟ ଦାନରୁ ବଞ୍ଚିତ କରାଯାଇ ଭେଦଭାବ ସୃଷ୍ଟି କରାଯିବ।

ସେହିପରି ଗୁପ୍ତ, ଅବଧା ଓ ନିରପେକ୍ଷ ନିର୍ବାଚନ ମଧ୍ୟ ସମ୍ଭବ ହେବନାହିଁ। ବ୍ୟକ୍ତିର ଗୋପନୀୟତା ଅଧିକାର ସହ ଏହି ପ୍ରକିୟା ଜାତୀୟ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story