କରୋନା ଟିକା ପାଇଁ ହ୍ୱାଟସଆପରେ କରିପାରିବେ ସ୍ଲଟ ବୁକିଂ, ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ: ଯଦି ଆପଣ ଏଯାଏ କରୋନା ବିରୋଧୀ ଟିକା ନେଇନାହାନ୍ତି, ତା’ହେଲେ ଶୀଘ୍ର ବୁକିଂ କରନ୍ତୁ। ଯଦି ଆପଣ ସ୍ଲଟ୍ ଖୋଜିବାରେ ଅସମର୍ଥ ହେଉଛନ୍ତି, ତା’ହେଲେ ଏମିତି ଅନେକ ଉପାୟ ରହିଛି ଯାହାକୁ ବ୍ୟବହାର କରି ଆପଣ ଟିକା ପାଇଁ ସ୍ଲଟ ବୁକିଂ କରିପାରିବେ। ଏହି ଉପାୟ ଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ହ୍ୱାଟସଆପ୍। ଏଣିକି ହ୍ୱାଟସଆପ୍‌ରେ ଆପଣ ଟିକା ପାଇଁ ସ୍ଲଟ୍ ବୁକିଂ କରିପାରିବେ। ପୂର୍ବରୁ ଲୋକମାନେ ଏଠାରୁ କେବଳ ସାର୍ଟିଫିକେଟ୍ ଡାଉନଲୋଡ୍ କରି ପାରୁଥିଲେ। […]

whatsapp

whatsapp

Hemant Lenka
  • Published: Tuesday, 24 August 2021
  • Updated: 24 August 2021, 08:10 PM IST

Sports

Latest News

ନୂଆଦିଲ୍ଲୀ: ଯଦି ଆପଣ ଏଯାଏ କରୋନା ବିରୋଧୀ ଟିକା ନେଇନାହାନ୍ତି, ତା’ହେଲେ ଶୀଘ୍ର ବୁକିଂ କରନ୍ତୁ। ଯଦି ଆପଣ ସ୍ଲଟ୍ ଖୋଜିବାରେ ଅସମର୍ଥ ହେଉଛନ୍ତି, ତା’ହେଲେ ଏମିତି ଅନେକ ଉପାୟ ରହିଛି ଯାହାକୁ ବ୍ୟବହାର କରି ଆପଣ ଟିକା ପାଇଁ ସ୍ଲଟ ବୁକିଂ କରିପାରିବେ।

ଏହି ଉପାୟ ଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ହ୍ୱାଟସଆପ୍। ଏଣିକି ହ୍ୱାଟସଆପ୍‌ରେ ଆପଣ ଟିକା ପାଇଁ ସ୍ଲଟ୍ ବୁକିଂ କରିପାରିବେ।
ପୂର୍ବରୁ ଲୋକମାନେ ଏଠାରୁ କେବଳ ସାର୍ଟିଫିକେଟ୍ ଡାଉନଲୋଡ୍ କରି ପାରୁଥିଲେ। ଏଥିପାଇଁ ସେମାନଙ୍କୁ MyGov ହେଲ୍ପଡେସ୍କକୁ ଏକ ମେସେଜ ପଠାଇବାକୁ ପଡ଼ୁଥିଲା ଓ ଏହାପରେ ସାର୍ଟିଫିକେଟ୍ ଡାଉନଲୋଡ୍ କରିବାକୁ ଅନୁମତି ମିଳୁଥିଲା। ଏବେ ଲୋକମାନଙ୍କୁ ଟିକାର ସ୍ଲଟ୍ ବୁକ୍ କରିବାକୁ ହ୍ୱାଟସଆପ୍‌ରେ ଅନୁମତି ଦିଆଯାଇଛି।

MyGov ଓ WhatsAppର ନୂଆ ସେବା କ’ଣ?

ହ୍ୱାଟସଆପ୍‌ ଉପଭୋକ୍ତାମାନେ MyGovର ନମ୍ବରକୁ ବୁକ୍ ସ୍ଲଟ୍ ପଠାଇ ପାରିବେ ଓ ଏହାପରେ ଟିକାର ସ୍ଲଟ୍ ବୁକ ପାଇପାରିବେ। MyGov ସିଇଓ ଅଭିଷେକ ସିଂହ କହିଛନ୍ତି, “MyGov କରୋନା ହେଲ୍ପଡେସ୍କ ଗୋଟିଏ ଟେକ୍ନୋଲଜିକାଲ ସଲ୍ୟୁସନ ପ୍ରୋଗ୍ରାମ। ଏହାଦ୍ୱାରା ଦେଶର ଲକ୍ଷ ଲକ୍ଷ ନାଗରିକଙ୍କୁ ଉପକୃତ ହେଉଛନ୍ତି।”


କେମିତି କରିବେ ସ୍ଲଟ ବୁକିଂ?

୧- ସର୍ବପ୍ରଥମେ ନିଜ ଫୋନରେ MyGov କରୋନା ହେଲ୍ପଡେସ୍କ ନମ୍ବର 9013151515 ସେଭ କରିବାକୁ ପଡ଼ିବ।

୨- ନମ୍ବର ସେଭ୍ କରିବା ପରେ ହ୍ୱାଟସଆପ୍‌ରେ ଚାଟ୍ ୱିଣ୍ଡୋ ଖୋଲନ୍ତୁ।

୩- ଏହାପରେ ବୁକ୍ ସ୍ଲଟ୍ ଲେଖି ସେଣ୍ଡ ବା ପଠାନ୍ତୁ।

୪- ତୁରନ୍ତ MyGovରୁ ଆପଣଙ୍କ ପାଖରୁ ୬ ଅଙ୍କ ବିଶିଷ୍ଟ ଗୋଟିଏ ଓଟିପି ଆସିବ।

୫- ଏହାକୁ ହ୍ୱାଟସଆପ୍‌ରେ ଟାଇପ କରିବେ। ଏହାପରେ ଏକ ଲିଙ୍କ ଆସିବ।

୬-ଏହାକୁ କ୍ଲିକ କରି ଆପଣ ନିଜ ପସନ୍ଦର ତାରିଖ, ସ୍ଥାନ ଓ କେଉଁ ଟିକା ନେବାକୁ ଚାହୁଁଛନ୍ତି, ତା’ହା ବୁକ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos