କୋଲକାତାରେ ୧୦୧% ଓ ଦିଲ୍ଲୀରେ ୪୨% ବଢ଼ିଲା ସଂକ୍ରମଣ

ନୂଆଦିଲ୍ଲୀ: ଦେଶର ସବୁ ବଡ଼ବଡ଼ ସହରରେ କରୋନାର ଦୈନିକ ସଂକ୍ରମଣ ହୁହୁ ହୋଇ ବଢ଼ୁଛି। ଗୋଟିଏ ପଟେ ଲୋକମାନେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ କରୋନାର ଓମିକ୍ରନ ଭାରିଏଣ୍ଟ ସୁନାମି ରୂପରେ ମାଡ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଗତକାଲି ତୁଳନାରେ ଆଜି କୋଲକାତାରେ ଦୈନିକ ସଂକ୍ରମଣ ୧୦୧% ବୃଦ୍ଧି ପାଇଥିବା ବେଳେ ଦିଲ୍ଲୀରେ ଏହା ୪୨% ବଢ଼ିଛି। ମିଳିଥିବା ସୂଚନା ଅନୁସାରେ, କୋଲକାତାରେ ଗୋଟିଏ ଦିନ ପୂର୍ବରୁ ଦୈନିକ […]

corona2

corona2

Hemant Lenka
  • Published: Thursday, 30 December 2021
  • Updated: 30 December 2021, 09:09 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ସବୁ ବଡ଼ବଡ଼ ସହରରେ କରୋନାର ଦୈନିକ ସଂକ୍ରମଣ ହୁହୁ ହୋଇ ବଢ଼ୁଛି। ଗୋଟିଏ ପଟେ ଲୋକମାନେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ କରୋନାର ଓମିକ୍ରନ ଭାରିଏଣ୍ଟ ସୁନାମି ରୂପରେ ମାଡ଼ିବାରେ ଲାଗିଛି।

ସ୍ଥିତି ଏପରି ହୋଇଛି ଯେ ଗତକାଲି ତୁଳନାରେ ଆଜି କୋଲକାତାରେ ଦୈନିକ ସଂକ୍ରମଣ ୧୦୧% ବୃଦ୍ଧି ପାଇଥିବା ବେଳେ ଦିଲ୍ଲୀରେ ଏହା ୪୨% ବଢ଼ିଛି। ମିଳିଥିବା ସୂଚନା ଅନୁସାରେ, କୋଲକାତାରେ ଗୋଟିଏ ଦିନ ପୂର୍ବରୁ ଦୈନିକ ସଂକ୍ରମଣ ୫୪୦ ଥିଲା। ହେଲେ ଆଜି ଦିନକରେ ୧୦୯୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାର ଅର୍ଥ କୋଲକାତାରେ ଦୈନିକ ସଂକ୍ରମଣ ୧୦୧.୮୫% ବଢ଼ିଛି। ସେହିପରି ପୂରା ବେଙ୍ଗଲ କଥା ବିଚାରକୁ ନେଲେ, ୨୪ ଘଣ୍ଟାରେ ୨,୧୨୮ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହି ସମୟରେ କରୋନା ଯୋଗୁ ୧୨ ଜଣଙ୍କ ଜୀବନ ଯାଇଛି। ରାଜ୍ୟରେ ପଜିଟିଭିଟି ରେଟ୍‌ ୫.୪% ରହିଛି।

ରାଜ୍ୟରେ ସଂକ୍ରମଣ ବଢ଼ୁଥିଲେ ହେଁ ଏହାକୁ କେହି ବି ଡରୁଥିବା ଭଳି ମନେହେଉନି। କାରଣ ଲୋକମାନେ ବିନା ମାସ୍କରେ ରାସ୍ତାରେ ବୁଲୁଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ସାମାଜିକ ଦୂରତାର ଧଜିଆ ଉଡ଼ିବାରେ ଲାଗିଛି।

ଅନ୍ୟପକ୍ଷରେ ଦିଲ୍ଲୀରେ ଆଜି ଦୈନିକ ସଂକ୍ରମଣ ୧ ହଜାର ପାର କରିଛି। ଦୀର୍ଘ ୭ ମାସ ପରେ ଦିନକରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ୧୩୧୩ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ଏହା ୯୨୩ ଥିଲା। ଏହାର ଅର୍ଥ ଗତକାଲି ତୁଳନାରେ ଆଜି ଦିଲ୍ଲୀରେ ଦୈନିକ ସଂକ୍ରମଣ ୪୨% ବଢ଼ିଛି।

ଦିଲ୍ଲୀରେ ପଜିଟିଭିଟି ରେଟ୍‌ ୧.୭୩%। ମେ’ ୨୬ରେ ଶେଷଥର ପାଇଁ ଦିଲ୍ଲୀରେ ଦୈନିକ ସଂକ୍ରମଣ ୧ ହଜାର ପାର କରିଥିଲା। ସେହି ଦିନ ୧୪୯୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୧୩୦ ଜଣଙ୍କ ଜୀବନ ଯାଇଥିଲା। ସେତେବେଳେ ପଜିଟିଭିଟି ରେଟ୍ ୧.୯୩% ରହିଥିଲା।

କେବଳ ଦିଲ୍ଲୀ କିମ୍ବା କୋଲକତା ନୁହେଁ, ମୁମ୍ବାଇରେ ମଧ୍ୟ ଆଜି ଦୈନିକ ସଂକ୍ରମଣ ୪୬% ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରୁ ୩,୬୭୧ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗତକାଲି ତୁଳନାରେ ଏହା ୪୬% ଅଧିକ। ମୁମ୍ବାଇରେ ଓମିକ୍ରନ ସଂକ୍ରମଣ ବ୍ୟାପୁଥିବାରୁ ୧୪୪ ଧାରା ଲାଗୁ କରାଯାଇଛି। ତଥାପି ସଂକ୍ରମଣ ହୁହୁ ହୋଇ ବଢ଼ୁଛି। ଗୋଟିଏ ସପ୍ତାହ ଭିତରେ ମୁମ୍ବାଇର ଦୈନିକ ସଂକ୍ରମଣ ୫ ଗୁଣା ବୃଦ୍ଧି ପାଇବା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story