ଉତ୍ତରାଖଣ୍ଡ ପାଇଁ ପୁଣି ବିପଦ: ଋଷିଗଙ୍ଗାରେ ସୃଷ୍ଟି ହୋଇଛି ହ୍ରଦ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଗ୍ଲାସିୟର ଫାଟି ସୃଷ୍ଟି ହୋଇଥିବା ବିପର୍ଯ୍ୟୟରୁ ଲୋକମାନେ ମୁକୁଳି ନଥିବା ବେଳେ ଆଉ ବିପଦ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଜଳ ତାଣ୍ଡବ ପରେ ମିଳିଥିବା ସ୍ୟାଟେଲାଇଟ ଛବିରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଋଷିଗଙ୍ଗା ନଦୀ ନିକଟରେ ଗୋଟିଏ ହ୍ରହ ସୃଷ୍ଟି ହୋଇଛି। ୭ ତାରିଖ ଜଳ ପ୍ରଳୟ ପରେ ଭାସି ଆସିଥିବା ମାଟି ଓ କାଦୁଅ ଯୋଗୁ ପାଣି ଅତିକ୍ରମ କରି ନପାରି ସେଠାରେ ହ୍ରଦ ସୃଷ୍ଟି […]

lake

lake

Hemant Lenka
  • Published: Friday, 12 February 2021
  • Updated: 12 February 2021, 07:48 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଗ୍ଲାସିୟର ଫାଟି ସୃଷ୍ଟି ହୋଇଥିବା ବିପର୍ଯ୍ୟୟରୁ ଲୋକମାନେ ମୁକୁଳି ନଥିବା ବେଳେ ଆଉ ବିପଦ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଜଳ ତାଣ୍ଡବ ପରେ ମିଳିଥିବା ସ୍ୟାଟେଲାଇଟ ଛବିରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।

ଋଷିଗଙ୍ଗା ନଦୀ ନିକଟରେ ଗୋଟିଏ ହ୍ରହ ସୃଷ୍ଟି ହୋଇଛି। ୭ ତାରିଖ ଜଳ ପ୍ରଳୟ ପରେ ଭାସି ଆସିଥିବା ମାଟି ଓ କାଦୁଅ ଯୋଗୁ ପାଣି ଅତିକ୍ରମ କରି ନପାରି ସେଠାରେ ହ୍ରଦ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ନଦୀର ଉପର ଧାରା ବା ଅପଷ୍ଟ୍ରିମର ସ୍ରୋତ ଅଟକି ଯାଇଛି। ଏଥିପାଇଁ ନଦୀର ପାଣି ଆଗକୁ ଯାଇ ନ ପାରି ହ୍ରଦର ରୂପ ନେଇଛି। ପାଣି ବଢ଼ିବା ଯୋଗୁ ଯଦି ହ୍ରଦ ଭାଙ୍ଗି ଗଲା, ତା’ହେଲେ ଚମୋଲି ଜିଲ୍ଲାର ତଳିଆ ଅଞ୍ଚଳରେ ପୁଣିଥରେ ଭୟଙ୍କର ବନ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।


ଏହି ହ୍ରଦ ସମ୍ପର୍କରେ ପ୍ରଥମେ ସ୍ଥାନୀୟ ଗାଁର ଲୋକ ଓ ଘରୱାଲ ବିଶ୍ୱବିଦ୍ୟାଳୟର ଜିଓଲୋଜିଷ୍ଟ ଡ.ନରେଶ ରାଣା ଜାଣିବାକୁ ପାଇଛନ୍ତି। ୨୦୧୫ ବେଳେ ଏହି ଅଞ୍ଚଳର ଫଟୋ ସ୍ୟାଟେଲାଇଟ ଦ୍ୱାରା ଉଠା ଯାଇଥିଲା। ସେତେବେଳେ ଏଠାରେ କୌଣସି ପ୍ରକାରର ହ୍ରଦ ନଥିଲା। ଏହାର ଅର୍ଥ ସମ୍ଭବତଃ ୭ ତାରିଖ ଜଳ ପ୍ରଳୟ ପରେ ଏହା ସୃଷ୍ଟି ହୋଇଛି। ଆଉ ଏକ ହାଇ ରିଜୋଲେସନ ଫଟୋରୁ ଜଣାପଡ଼ିଛି ଯେ ନଦୀର ଗତି ପଥ ଅଟକି ରହିଥିବାରୁ ନୀଳ ରଙ୍ଗର ହ୍ରହ ସୃଷ୍ଟି ହୋଇଛି।

ହ୍ରଦ ସୃଷ୍ଟି ସମ୍ପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ କହିଛନ୍ତି, ଏହା ଉପରେ ସ୍ୟାଟେଲାଇଟ ଦ୍ୱାରା ନଜର ରଖାଯାଇଛି। ଆମକୁ ସତର୍କ ରହିବାକୁ ପଡ଼ିବ। କିନ୍ତୁ ବ୍ୟସ୍ତ ହେବାର ଆବଶ୍ୟକ ନାହିଁ। ଏହା ଲମ୍ବ ପ୍ରାୟ ୪୦୦ ମିଟିର ରହିଥିବା ବେଳେ ଗଭୀରତା ଅନୁମାନ କରାଯାଇ ନାହିଁ। ଋଷିଗଙ୍ଗାରୁ ଆସିଥିବା ମାଟି ଓ କାଦୁଅ ଯୋଗୁ ଏହି ହ୍ରଦ ତିଆରି ହୋଇଛି। ଏହାର ଉଚ୍ଚତା ୧୨ ମିଟର ରହିଥିଲେ ହେଁ ଏଥିରେ କେତେ ପାଣି ଅଛି, ତାହା ଜଣାପଡ଼ିନି।

ବିଶେଷଜ୍ଞ ଟିମକୁ ସେଠାକୁ ପଠା ଯାଉଛି ଓ କିଛି ସଦସ୍ୟଙ୍କୁ ଏୟାରଡ୍ରପ୍ ମଧ୍ୟ କରିବାକୁ ଯୋଜନା ହୋଇଛି। ଏଥିପାଇଁ ଅଭିଜ୍ଞ ଲୋକଙ୍କୁ ଖୋଜା ଯାଉଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଫେବୃଆରୀ ୭ରେ ଗ୍ଲାସିୟର ଫାଟିବା ଯୋଗୁ ଚାମୋଲି ଜିଲ୍ଲାରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଥିଲା। ଏଥିରେ ଏବେ ସୁଦ୍ଧା ୩୮ ଜଣଙ୍କ ମୃତଦେହ ମିଳିଥିବା ବେଳେ ୧୭୦ ଜଣ ନିଖୋଜ ଅଛନ୍ତି। ତପୋବନ ସୁଡ଼ଙ୍ଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହା ମଧ୍ୟରେ ୩୫ ଜଣ ଫସି ରହିଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos