ଏକାଠି ଇସ୍ତଫା ଦେଲେ ଏକାଧିକ ବିଜେପି ନେତା, ସମସ୍ତେ ଜଳକା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲାକ୍ଷାଦ୍ୱୀପରେ କରୋନାକୁ ବାୟୋୱିପନ ଭାବେ ବ୍ୟବହାର କରୁଥିବା କହି ବିବାଦ ସୃଷ୍ଟି କରିଥିବା ଫିଲ୍ମ ନିର୍ମାତା ଐଶା ସୁଲତାନାଙ୍କୁ ନେଇ ବିଜେପିରେ ଘମାସାନ ଦେଖିବାକୁ ମିଳିଛି। ତାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ ହେବା ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ଘଟଣାକୁ ଖୋଦ ବିଜେପି ଭିତରୁ ବିରୋଧ କରାଯାଇଛି। ମିଥ୍ୟା ଓ ଅନ୍ୟାୟ ଭାବେ ସୁଲତାନାଙ୍କ ନାଁରେ ଦେଶଦ୍ରୋହ ରୁଜୁ କରାଯାଇଥିବା ଅଭିଯୋଗ […]

aisha-sultana

aisha-sultana

Hemant Lenka
  • Published: Saturday, 12 June 2021
  • Updated: 12 June 2021, 05:05 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲାକ୍ଷାଦ୍ୱୀପରେ କରୋନାକୁ ବାୟୋୱିପନ ଭାବେ ବ୍ୟବହାର କରୁଥିବା କହି ବିବାଦ ସୃଷ୍ଟି କରିଥିବା ଫିଲ୍ମ ନିର୍ମାତା ଐଶା ସୁଲତାନାଙ୍କୁ ନେଇ ବିଜେପିରେ ଘମାସାନ ଦେଖିବାକୁ ମିଳିଛି। ତାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ ହେବା ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି।

ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ଘଟଣାକୁ ଖୋଦ ବିଜେପି ଭିତରୁ ବିରୋଧ କରାଯାଇଛି। ମିଥ୍ୟା ଓ ଅନ୍ୟାୟ ଭାବେ ସୁଲତାନାଙ୍କ ନାଁରେ ଦେଶଦ୍ରୋହ ରୁଜୁ କରାଯାଇଥିବା ଅଭିଯୋଗ କରି ଲାକ୍ଷାଦ୍ୱୀପର ଏକାଧିକ ବିଜେପି ନେତା ଦଳରୁ ଇସ୍ତଫା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ଲାକ୍ଷାଦ୍ୱୀପ ବିଜେପିର ସାଧାରଣ ସମ୍ପାଦକ ଅବଦୁଲ ହମିଦ ମୁଲ୍ଲିଫୁଜା ଅଛନ୍ତି।

ସୁଲତାନାଙ୍କ ବିରୋଧରେ ପ୍ରଥମେ ଲାକ୍ଷାଦ୍ୱୀପର ବିଜେପି ସଭାପତି ଅବଦୁଲ ଖାଦେର ପୁଲିସରେ ଅଭିଯୋଗ କରିଥିଲେ। ଅବଦୁଲ ତାଙ୍କ ଅଭିଯୋଗରେ କହିଥିଲେ ଯେ ସୁଲାତାନା ଟିଭି ବିତର୍କରେ ଭାଗ ନେଇ ଲାକ୍ଷାଦ୍ୱୀପରେ କରୋନା ସଂକ୍ରମଣକୁ ନେଇ ମିଥ୍ୟା ଓ ବିଭ୍ରାନ୍ତକର ତଥ୍ୟର ପ୍ରଚାର କରୁଛନ୍ତି। ଏହି ଅଭିଯୋଗ ଆଧାରରେ ପୁଲିସ୍ ତାଙ୍କ ନାଁରେ ଗତକାଲି ଦେଶଦ୍ରୋହ ଦଫା ଲଗାଇ ମାମଲା କରିଥିଲା।

ଆଜି ଅବଦୁଲ ହମିଦଙ୍କ ନେତୃତ୍ୱରେ ଏକାଧିକ ବିଜେପି ନେତା ଲାକ୍ଷାଦ୍ୱୀପ ବିଜେପି ସଭାପତି ଅବଦୁଲ ଖାଦେରଙ୍କୁ ଚିଠି ଲେଖି କହିଛନ୍ତି ଯେ ବିଜେପି କର୍ମୀମାନେ ଆଡମିନଷ୍ଟ୍ରେଟର ଫ୍ରପୁଲ୍ଲ ପଟେଲଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟ ବିରୋଧରେ ବିକ୍ଷୋଭ କରୁଥିବା ବେଳେ ଆପଣ ସୁଲତାନାଙ୍କ ବିରୋଧରେ ମିଥ୍ୟା ଓ ଅନ୍ୟାୟ ଭାବେ ଅଭିଯୋଗ କରିଛନ୍ତି।

ଏପରି କରି ଆପଣ ତାଙ୍କ ପରିବାର ଓ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲି ଦେଇଛନ୍ତି। ଫ୍ରଫୁଲ୍ଲ ପଟେଲ ନେଇଥିବା ପଦକ୍ଷେପ ସଂପୂର୍ଣ୍ଣ ଭାବେ ଜନ ବିରୋଧୀ ଓ ଗଣତନ୍ତ୍ର ବିରୋଧୀ। ଏହି ପଦକ୍ଷେପ ଦ୍ୱାରା ସାଧାରଣ ଲୋକ ହଇରାଣ ହେଉଛନ୍ତି। ଆପଣ ଭଲ ଭାବେ ଜାଣିଛନ୍ତି ଯେ ଏକାଧିକ ବିଜେପି ନେତା ଆଡମିନଷ୍ଟ୍ରେଟର ଓ ଜିଲ୍ଲାପାଳମାନେ ନେଉଥିବା ଭୁଲ ପଦକ୍ଷେପକୁ ବିରୋଧ କରିଛନ୍ତି।

ଠିକ୍‌ ସମାନ ଢଙ୍ଗରେ ଛେତଲାତରେ ରହୁଥିବା ଐଶା ସୁଲତାନା ନିଜର ମତ ମିଡିଆରେ ଦେଇଛନ୍ତି। ତଥାପି ଆପଣ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତରେ ଦଳରେ ରହିବା ଆମ ପାଇଁ ଠିକ୍‌ ନୁହେଁ ବୋଲି ଚିଠିରେ କୁହାଯାଇଛି।

ଏହାପୂର୍ବରୁ ଲକ୍ଷାଦ୍ୱୀପ ବିଜେପିର ୮ ଜଣ ସଦସ୍ୟ ମେ’ ମାସରେ ପ୍ରଫୁଲ୍ଲ ପଟେଲଙ୍କ କାର୍ଯ୍ୟକଳାପକୁ ବିରୋଧ କରି ଦଳ ଛାଡ଼ିଥିଲେ।
ସୂଚନାଯୋଗ୍ୟ, ସୁଲତାନା ସବୁବେଳେ କେନ୍ଦ୍ର ସରକାର ଓ ଲାକ୍ଷାଦ୍ୱୀପ ଆଡମିନଷ୍ଟ୍ରେଟର ପ୍ରଫୁଲ୍ଲ ପଟେଲଙ୍କୁ ତୀବ୍ର ସମାଲୋଚନା କରୁଥିଲେ।

ନିକଟରେ ସେ ଗୋଟିଏ ଚ୍ୟାନେଲର ବିତର୍କରେ ଭାଗ ନେଇ କହିଥିଲେ ଯେ କେନ୍ଦ୍ର ସରକାର ଲାକ୍ଷାଦ୍ୱୀପରେ କରୋନାକୁ ବାୟୋୱିପନ ଭାବେ ବ୍ୟବହାର କରୁଛନ୍ତି। ଲାକ୍ଷାଦ୍ୱୀପରେ ଶୂନ କରୋନା ମାମଲା ଥିଲା। କିନ୍ତୁ ଏବେ ପ୍ରତିଦିନ ୧୦୦ ମାମଲା ଚିହ୍ନଟ ହେଉଛି। କେନ୍ଦ୍ର ସରକାର ଏଠାରେ ବାୟୋୱିପନ ନିଯୁକ୍ତ କରି ସଂକ୍ରମଣ ବଢ଼ାଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। କେନ୍ଦ୍ର ସରକାରଙ୍କ ବିରୋଧରେ ଏପରି କଥା କହିଥିବାରୁ ବିଜେପି ସଭାପତି ତାଙ୍କ ନାଁରେ ପୁଲିସ୍‌ରେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story