ନୀତୀଶ କୁମାର କାହାର ନୁହନ୍ତି କହି ବାଣ ମାରିଲେ ଲାଲୁ ଯାଦବ

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ସୁପ୍ରିମୋ ଲାଲୁ ପ୍ରସାଦ ଯାବଦ ପୁଣିଥରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସାଂଘାତିକ ବାଣ ମାରିଛନ୍ତି। ଗତକାଲି ନୀତୀଶ କୁମାର ସାମ୍ବାଦିକଙ୍କ ଗୋଟିଏ ପ୍ରଶ୍ନରେ ଲାଲୁ ତାଙ୍କୁ ଗୁଳି ମାରିଦେଇ ପାରନ୍ତି ବୋଲି କହିଥିଲେ। ଆଜି ତାରାପୁରରେ ଲାଲୁ ଏହି ବୟାନର ଜବାବ ନିଜ ଷ୍ଟାଇଲରେ ଦେଇଛନ୍ତି। ଲାଲୁ କହିଛନ୍ତି ଯେ ନୀତୀଶ କୁମାର ଶୀଘ୍ର ମାଟିରେ ମିଶିଯିବେ। କେବଳ ସମସ୍ତେ ସମୟକୁ ଅପେକ୍ଷା କରନ୍ତୁ ବୋଲି ସେ କହିଛନ୍ତି। […]

Lalu

Lalu

Hemant Lenka
  • Published: Wednesday, 27 October 2021
  • Updated: 27 October 2021, 03:27 PM IST

Sports

Latest News

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ସୁପ୍ରିମୋ ଲାଲୁ ପ୍ରସାଦ ଯାବଦ ପୁଣିଥରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସାଂଘାତିକ ବାଣ ମାରିଛନ୍ତି। ଗତକାଲି ନୀତୀଶ କୁମାର ସାମ୍ବାଦିକଙ୍କ ଗୋଟିଏ ପ୍ରଶ୍ନରେ ଲାଲୁ ତାଙ୍କୁ ଗୁଳି ମାରିଦେଇ ପାରନ୍ତି ବୋଲି କହିଥିଲେ।

ଆଜି ତାରାପୁରରେ ଲାଲୁ ଏହି ବୟାନର ଜବାବ ନିଜ ଷ୍ଟାଇଲରେ ଦେଇଛନ୍ତି। ଲାଲୁ କହିଛନ୍ତି ଯେ ନୀତୀଶ କୁମାର ଶୀଘ୍ର ମାଟିରେ ମିଶିଯିବେ। କେବଳ ସମସ୍ତେ ସମୟକୁ ଅପେକ୍ଷା କରନ୍ତୁ ବୋଲି ସେ କହିଛନ୍ତି। ଲାଲୁଙ୍କ ପ୍ରତ୍ୟେକ ଶବ୍ଦକୁ ସେଠାରେ ଉପସ୍ଥିତ ଥିବା ଲୋକମାନେ କରତାଳି ଓ ନାରାବାଜୀ ଦ୍ୱାରା ସମର୍ଥନ ମଧ୍ୟ କରିଥିଲେ।

ଲାଲୁ ନିଜ ଷ୍ଟାଇଲରେ କହିଛନ୍ତି, "କେହି ଏପଟୁ ଟାଣୁଛି ଓ ଆଉ କେହି ସେପଟକୁ ଟାଣୁଛି। ନୀତୀଶ କୁମାର କହୁଥିଲେ ସେ କେବେ ହେଲେ ବିଜେପିକୁ ଯିବେ ନାହିଁ। ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ ବନେଇ ଦେଲୁ। ଏବେ ଅବସ୍ଥାକୁ ଦେଖନ୍ତୁ। ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ହୋଇଥିଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ନୀତୀଶ ସବୁ କିଛି ଗଡ଼ବଡ଼ କରିଦେଇଥିଲେ। ଆମେ ନୀତୀଶ କୁମାରଙ୍କୁ ଶାସନ ଗାଦିରେ ବସାଇଥିଲୁ। କିନ୍ତୁ ସେ କୌଣସି କାମକୁ ହେଲେନି। ନୀତୀଶ କୁମାର କେବେ ହେଲେ କାହାର ନୁହନ୍ତି। ସେ ଜଣେ ପଲଟୁରାମ। ସେ ଏବେ ପାଟଣାରେ ଦୌଡ଼ି ଦୌଡ଼ି କହୁଛନ୍ତି ଲାଲୁ ଯାଦବ ଜୀବନ ନେଇଯିବେ।”

ସାମ୍ପ୍ରଦାୟିକତା ବିରୋଧରେ ଲଢ଼େଇ ଜାରି ରଖିବାକୁ ସେ ସମସ୍ତଙ୍କୁ କହିବା ସହ ଆରଜେଡି ପ୍ରାର୍ଥୀଙ୍କୁ ଲୋକମାନେ ଭୋଟ୍ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି। ଗୋ-ଖାଦ୍ୟ ଦୁର୍ନୀତିରେ ଜେଲରେ ଥିବା ଲାଲୁ ଦୀର୍ଘ ୩ ବର୍ଷ ପରେ ବାହାରକୁ ବାହାରିଛନ୍ତି। ସେ ଜେଲରୁ ବାହାରିବା ପରେ ପ୍ରଥମଥର ପାଇଁ ତାରାପୁରରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos