ବାୟୁସେନାର ୩୨ ପୂର୍ବତନ ମହିଳା ଅଧିକାରୀଙ୍କ ଐତିହାସିକ ବିଜୟ

ନୂଆଦିଲ୍ଲୀ: ଦୀର୍ଘ ୧୨ ବର୍ଷ ହେଲା ନିଜର ହକ ପାଇଁ ଲଢ଼େଇ କରୁଥିବା ଭାରତୀୟ ବାୟୁ ସେନାର ୩୨ ଜଣ ପୂର୍ବତନ ମହିଳା ଅଧିକାରୀଙ୍କୁ ଶେଷରେ ନ୍ୟାୟ ମିଳିଛି। ଦିଲ୍ଲୀ ହାଇକୋର୍ଟରେ ସେମାନେ ଐତିହାସିକ ବିଜୟ ହାସଲ କରିଛନ୍ତି। ଏବେ ସେମାନଙ୍କୁ ପୂରା ପେନସନ ଅର୍ଥ ପ୍ରଦାନ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ୩୨ ଜଣ ମହିଳା ଭାରତୀୟ ବାୟୁସେନାରେ ନିଜର ପାଞ୍ଚ ବର୍ଷର ଶଟ ସର୍ଭିସ କମିଶନ କାର୍ଯ୍ୟକାଳ ଠାରୁ ଅଧିକ ସମୟ […]

air-force

air-force

Hemant Lenka
  • Published: Wednesday, 16 November 2022
  • Updated: 16 November 2022, 09:19 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୧୨ ବର୍ଷ ହେଲା ନିଜର ହକ ପାଇଁ ଲଢ଼େଇ କରୁଥିବା ଭାରତୀୟ ବାୟୁ ସେନାର ୩୨ ଜଣ ପୂର୍ବତନ ମହିଳା ଅଧିକାରୀଙ୍କୁ ଶେଷରେ ନ୍ୟାୟ ମିଳିଛି। ଦିଲ୍ଲୀ ହାଇକୋର୍ଟରେ ସେମାନେ ଐତିହାସିକ ବିଜୟ ହାସଲ କରିଛନ୍ତି। ଏବେ ସେମାନଙ୍କୁ ପୂରା ପେନସନ ଅର୍ଥ ପ୍ରଦାନ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ୩୨ ଜଣ ମହିଳା ଭାରତୀୟ ବାୟୁସେନାରେ ନିଜର ପାଞ୍ଚ ବର୍ଷର ଶଟ ସର୍ଭିସ କମିଶନ କାର୍ଯ୍ୟକାଳ ଠାରୁ ଅଧିକ ସମୟ ସେବା ପ୍ରଦାନର ଅଧିକାରୀ ପାଇଁ ଲଢ଼େଇ କରୁଥିଲେ। ସେମାନଙ୍କ ଆବେଦନର ରାୟ ୧୨ ବର୍ଷ ପରେ ଆସିଛି। ବାୟୁସେନାରେ ୨୦ ବର୍ଷ ସେବା କରିବା ପରେ ଅଧିକାରୀ ମାନେ ଯେତିକି ପେନସନ ପାଉଛନ୍ତି, ଏବେ ଏହି ମହିଳାମାନଙ୍କୁ ସମାନ ପରିମାଣର ପେନସନ ମିଳିବ ବୋଲି କୋର୍ଟ କହିଛନ୍ତି।

ଭାରତୀୟ ବାୟୁସେନାର ଏହି ୩୨ ଜଣ ମହିଳା ଅଧିକାରୀଙ୍କୁ ସେମାନଙ୍କର ଆଇନଗତ ଯୁଦ୍ଧରେ ଜିତିବା ପୂର୍ବରୁ ହିଁ ଅବସର ନେବାକୁ ପଡ଼ିଥିଲା। ୧୨ ବର୍ଷ ହେଲା ସେମାନେ ଆଇନଗତ ଲଢ଼େଇ ଲଢ଼ୁଥିଲେ। ଏହି ମହିଳାମାନଙ୍କ ମଧ୍ୟରୁ ୩ ଜଣ ସେମାନଙ୍କ ସ୍ୱାମୀଙ୍କୁ ହରାଇଛନ୍ତି। ୩ ମହିଳାଙ୍କ ସ୍ୱାମୀ ଦେଶ ସେବା ବେଳେ ସହିଦ ହେବାରୁ ଅନୁକମ୍ପା ମୂଳକ ଭାବେ ସେମାନଙ୍କୁ ବାୟୁସେନାରେ ସାମିଲ କରାଯାଇଥିଲା।

ଦିଲ୍ଲୀ ହାଇକୋର୍ଟ ବୁଧବାର ନିଜର ଆଦେଶ ପାରିତ କରିବା ବେଳେ ୨୦୨୦ ମସିହାରେ ସୁପ୍ରିମକୋର୍ଟ ବବତି ପୁନିଆ ମାମଲାରେ ଦେଇଥିବା ରାୟର ଉଲ୍ଲେଖ କରିଥିଲେ। ରାୟରେ କୁହାଯାଇଛି ଯେ ସଶସ୍ତ୍ର ବଳରେ ମହିଳାମାନଙ୍କ ନିଯୁକ୍ତି ପ୍ରକ୍ରିୟା ଭେଦଭାବ ପୂର୍ଣ୍ଣ ରହିଛି। ସେମାନେ ଯେଉଁ ପଦବୀ ପାଇଁ ହକଦାର ସେମାନଙ୍କୁ ସେଥରୁ ଜାଣିଶୁଣି ବାହାରେ ରଖାଯାଇଥିଲା ବୋଲି କୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସଶସ୍ତ୍ର ବାହିନୀରେ ମହିଳା ଅଧିକାରୀଙ୍କ ପ୍ରବେଶ ପାଇଁ ବାଟ ଫିଟିଥିଲା। ଏବେ ସେମାନଙ୍କ ପାଖରେ ପୂର୍ଣ୍ଣକାଳୀନ ସେବା କରିବା ପାଇଁ ବିକଳ୍ପ ରହିଛି। ପୂର୍ବରୁ ସେବା ଅବଧି ୧୦ରୁ ୧୪ ବର୍ଷ ଯାଏ ରହିଥିଲା। ଦିଲ୍ଲୀ ହାଇକୋର୍ଟଙ୍କ ରାୟ ପରେ ମଧ୍ୟ ଆବେଦନକାରୀ ୩୨ ମହିଳା ଆଉ ସେନା ପୋଷାକ ପିନ୍ଧି ପାରିବେନି ସତ, କିନ୍ତୁ ସେମାନଙ୍କୁ ପୂରା ପେନସନ ମିଳିବ। ଏଥିରୁ ସ୍ପଷ୍ଟ ହେଉଛି ଯେ ସେମାନଙ୍କ ଦାବି ଯର୍ଥାଥ ଥିଲା।

୧୯୯୮ରେ ନିଯୁକ୍ତି ପାଇଥିବା ସ୍କ୍ୱାର୍ଡନ ଲିଡର ରୁଚିତା କାର୍ତ୍ତିକେୟନ କହିଛନ୍ତି, “ଏହାର ମୂଲ୍ୟ ବେଶ ଅଧିକ। ଏହା ଦୀର୍ଘ ବର୍ଷର ଲଢ଼େଇର ଫଳ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos