ମମତାଙ୍କ ସର୍ତ୍ତ: ଚାକିରି ପାଇଁ ବଙ୍ଗଳା ଭାଷା ଜାଣିବା ଜରୁରୀ

କୋଲକାତା: ପଶ୍ଚିମବଙ୍ଗରେ କୌଣସି ସରକାରୀ ଚାକିରି କରିବାକୁ ହେଲେ ବଙ୍ଗଳା ଭାଷା ଶିଖିବା ଅତ୍ୟନ୍ତ ଜରୁରୀ। ଯଦି କେହି ବଙ୍ଗାଳୀ ଭାଷା ଶିଖି ନଥିବେ, ତା’ହେଲେ ତାଙ୍କୁ ସରକାରୀ ଚାକିରି ମଧ୍ୟ ମିଳିବିନି। ଏପରି ସର୍ତ୍ତନାମା ନିଜେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାରି କରିଛନ୍ତି। ସରକାରୀ ଚାକିରି ପାଇଁ ଆବେଦନ କରୁଥିବା ଆଶାୟୀମାନଙ୍କ ମଧ୍ୟରୁ ଯେଉଁମାନେ ବଙ୍ଗଳା ଭାଷା ଜାଣିଥିବେ, ସେମାନଙ୍କୁ ବଙ୍ଗଳା ଭାଷା ଜାଣି ନଥିବା ଆଶାୟୀଙ୍କ ତୁଳନାରେ ଅଗ୍ରାଧିକାର ଦିଆଯିବ ବୋଲି ମମତା […]

Mamata

Mamata

Hemant Lenka
  • Published: Thursday, 09 December 2021
  • Updated: 09 December 2021, 04:16 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗରେ କୌଣସି ସରକାରୀ ଚାକିରି କରିବାକୁ ହେଲେ ବଙ୍ଗଳା ଭାଷା ଶିଖିବା ଅତ୍ୟନ୍ତ ଜରୁରୀ। ଯଦି କେହି ବଙ୍ଗାଳୀ ଭାଷା ଶିଖି ନଥିବେ, ତା’ହେଲେ ତାଙ୍କୁ ସରକାରୀ ଚାକିରି ମଧ୍ୟ ମିଳିବିନି। ଏପରି ସର୍ତ୍ତନାମା ନିଜେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାରି କରିଛନ୍ତି। ସରକାରୀ ଚାକିରି ପାଇଁ ଆବେଦନ କରୁଥିବା ଆଶାୟୀମାନଙ୍କ ମଧ୍ୟରୁ ଯେଉଁମାନେ ବଙ୍ଗଳା ଭାଷା ଜାଣିଥିବେ, ସେମାନଙ୍କୁ ବଙ୍ଗଳା ଭାଷା ଜାଣି ନଥିବା ଆଶାୟୀଙ୍କ ତୁଳନାରେ ଅଗ୍ରାଧିକାର ଦିଆଯିବ ବୋଲି ମମତା କହିଛନ୍ତି।

ରାଜ୍ୟରେ ରହୁଥିବା ସ୍ଥାୟୀ ବାସିନ୍ଦାଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ଅଗ୍ରାଧିକାର ଦେବାକୁ ମମତା ଏପରି ଭାଷା କାର୍ଡ ଖେଳିଥିବା କୁହାଯାଉଛି। ମାଲଦାରେ ଆୟୋଜିତ ଏକ ପ୍ରଶାସିନକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମମତା କହିଛନ୍ତି, “ଯେଉଁମାନେ ବେଙ୍ଗଲରେ ସ୍ଥାୟୀ ଭାବେ ରହୁଛନ୍ତି, ସେମାନଙ୍କୁ ସରକାରୀ ଚାକିରିରେ ପ୍ରଥମେ ଗୁରୁତ୍ୱ ଦିଆଯିବା ଦରକାର। ମୁଁ ଏକଥା ସବୁ ରାଜ୍ୟ ପାଇଁ କହୁଛି।

ବେଙ୍ଗଲରେ ସୃଷ୍ଟି ହେଉଥିବା ଚାକିରିରେ ପ୍ରଥମେ ବେଙ୍ଗଲବାସୀଙ୍କ ଅଧିକାର ରହିଛି। ଆବେଦନକାରୀ ବଙ୍ଗଳା ଭାଷା ଜାଣିବା ଦରକାର ଓ ବେଙ୍ଗଲର ବାସିନ୍ଦା ହେବା ମଧ୍ୟ ଜରୁରୀ। ଏହି ସମାନ ନିୟମ ବିହାର, ଉତ୍ତର ପ୍ରଦେଶ ଓ ଅନ୍ୟ ରାଜ୍ୟରେ ମଧ୍ୟ ଲାଗୁ ହେବା ଉଚିତ। ରାଜ୍ୟ ସରକାରମାନେ ସୃଷ୍ଟି କରୁଥିବା ପଦରେ ପ୍ରଥମେ ସେଠାକାର ସ୍ଥାନୀୟ ବାସିନ୍ଦାଙ୍କୁ ନିଯୁକ୍ତି ଦିଅନ୍ତୁ। ”

ବିଭିନ୍ନ ସଂଗଠନ ପକ୍ଷରୁ ଦୀର୍ଘଦିନ ହେଲା ବେଙ୍ଗଲବାସୀଙ୍କୁ ପ୍ରଥମେ ସରକାରୀ ଚାକିରି ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉ ବୋଲି ଦାବି ହୋଇ ଆସୁଛି। ଏପରି କି ସେମାନେ ସଂରକ୍ଷଣ ପାଇଁ ମଧ୍ୟ ଦାବି କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ମମତା ବାନାର୍ଜୀ କହିଛନ୍ତି, ଯଦି ଜଣେ ବ୍ୟକ୍ତି ଭଲ ପଦରେ ନିଯୁକ୍ତି ପାଉଛନ୍ତି ଓ ସେ ସ୍ଥାନୀୟ ଭାଷା ଜାଣି ନାହାନ୍ତି, ତା’ହେଲେ ସେଠାକାର ଲୋକମାନେ ହିଁ ହଇରାଣ ହେବେ।

ସ୍ଥାନୀୟ ଲୋକମାନେ ଯେତେବେଳେ ନିଜର ଅଭିଯୋଗ ନେଇ ଅଧିକାରୀଙ୍କ ପାଖକୁ ଆସିବେ, ସେ ସେମାନଙ୍କର ଭାଷା ବୁଝି ପାରିବେ ନାହିଁ। ଏପରି ସ୍ଥିତିରେ ସମାଧାନ କେମିତି ହେବ? ସ୍ଥାନୀୟ ଭାଷା ଜାଣି ନଥିବା ଅଧିକାରୀମାନେ ଲୋକଙ୍କ ଚିଠି ପଢ଼ି ପାରିବେ ନାହିଁ କି ଉତ୍ତର ମଧ୍ୟ ଦେଇ ପାରିବେ ନାହିଁ।

ତେଣୁ ସରକାରୀ ଚାକିରି ପାଇଁ ସ୍ଥାନୀୟ ଭାଷା ଶିଖିବା ଅତ୍ୟନ୍ତ ଜରୁରୀ। ଯଦି ନ ଶିଖିବେ, ତା’ହେଲେ ଲୋକଙ୍କ ସମସ୍ୟା କେମିତି ସମାଧାନ କରିବେ? ଆଞ୍ଚଳିକ ଭାଷା ଜାଣି ନଥିବା ଜଣେ ଅଧିକାରୀ କେବେ ହେଲେ ଜିଲ୍ଲା ଓ ବ୍ଲକ ସ୍ତରରେ କାମ କରିପାରିବେ ନାହିଁ ବୋଲି ମମତା କହିଛନ୍ତି। ଏଥିସହ ସେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନିଯୁକ୍ତି ପ୍ରଦାନ କରିବା ବେଳେ ଭାଷାଗତ ନିୟମାବଳୀକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos