ଲେମ୍ବୁ କହିଲାଣି ମୋତେ ଛୁଅଁନା: ମାରିଲା ଡବଲ ସେଞ୍ଚୁରୀ

ରାଜକୋଟ: ଲେମ୍ବୁ ବି କହିଲାଣି ମୋତେ ଛୁଅଁନା। ଓଡ଼ିଶାରେ ଲେମ୍ବୁ ଗୋଟା ୮ ଟଙ୍କା ହୋଇଥିବା ବେଳେ ଗୁଜରାଟର ରାଜକୋଟ୍‌ରେ କିଲୋ ପ୍ରତି ୨୦୦ ଟଙ୍କାରେ ବିକ୍ରି ହେଉଛି। ଲେମ୍ବୁ ଯୋଗାଣାରେ ଘୋର ଅଭାବ ହୋଇଥିବାରୁ ଗୁଜରାଟରେ ଏଭଳି ପରିସ୍ଥତି ଉପୁଜିଛି। ପୂର୍ବରୁ ଲେମ୍ବୁ କିଲୋପ୍ରତି  ୫୦ରୁ ୬୦ ଟାଙ୍କା ଥିବା ବେଳେ ଏବେ ତାହା ଆକାଶ ଛୁଆଁ ହୋଇଛି। ଅର୍ଥାତ ଲେମ୍ବୁ ଦର ଏକା ଥରେ ଡବଲ ସେଞ୍ଚୁରୀ ମାରିଛି।  ଜଣେ ଗ୍ରାହକ କହିଛନ୍ତି ଯେ, ଲେମ୍ବୁ ଦର ଆମ ବଜେଟ ବାହାରକୁ ଚାଲିଯାଇଛି।  ଏହା ଆମ ରୋଷେଇ ଘରେ ମାଡ଼ କରୁଛି। କେବେ ଦର ହ୍ରାସ ହେବ ତାହା ଜଣା ନାହିଁ ବୋଲି ଗ୍ରାହକ ଜଣକ କହିଛନ୍ତି।

ଖରାଦିନ ହୋଇଥିବାରୁ ତାତି ମଧ୍ୟ ବଢ଼ୁଛି। ଫଳରେ ଲେମ୍ବୁର ଚାହିଦା ବଢ଼ୁଛି। ଲେମ୍ବର  ଆଉ ଏକ ବିଶେଷତ୍ୱ ହେଉଛି ଏଥିରେ ଭିଟାମିନ୍ ସି ରହିଛି। ଫଳରେ ଲୋକମାନେ ସେମାନଙ୍କ ଖାଦ୍ୟ ସାରଣୀରେ ଲେମ୍ବୁକୁ ସାମିଲ କରୁଛନ୍ତି। ଲେମ୍ବୁର ହଜମ କରିବାର ଶକ୍ତି ରହିଛି। ତେବେ ଚାହିଦା ଅନୁସାରେ ଲେମ୍ବୁର ଯୋଗାଣ ହୋଇପାରୁ  ନଥିବାରୁ ଦର ହୁ ହୁ ହୋଇ ବଢ଼ୁଛି। କେବଳ ଲେମ୍ବୁ ନୁହଁ ପରିବା ଦରରେ ମଧ୍ୟ ନକହିବା ଭଲ। ତଥାପି ଗ୍ରୀଷ୍ମଦିନେ ଲେମ୍ବୁ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଏହାର ଡିମାଣ୍ଡ ଅଧିକ।  ଦର ଏତେ ଅଧିକ ହୋଇଯାଇଛି ଯେ ,ଜଣେ ମଧ୍ୟବିତ୍ତ ଲୋକ ଏହାକୁ କିଣିବାକୁ ଅସମର୍ଥ ହୋଇଥିବା ଜଣେ କହିଛନ୍ତି।

ଏପରି କି ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଯାହା ଦର ଥିଲା ତାହା ଚଳିତ ଠିକ୍ ଏହି ମାସରେ ଦ୍ୱିଗୁଣିତ ହୋଇଛି।  ଜଣେ ଗ୍ରାହକ କହିଛନ୍ତି ଯେ, ଆମେ ପୂର୍ବରୁ  ୫୦୦ ଗ୍ରାମ ଲେମ୍ବୁ କିଣୁଥିଲୁ। ଏବେ ଏହା କମି ୨୫୦ ଗ୍ରାମରେ ପହଞ୍ଚିଛି । ଲେମ୍ବୁର ଦର ବୃଦ୍ଧି ଉଭୟ ବିକ୍ରେତା ଏବଂ କ୍ରେତାଙ୍କୁ ପ୍ରଭାବିତ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।