ଏନକାଉଣ୍ଟରରେ ୨ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଉପ ରାଜ୍ୟପାଳ

ଶ୍ରୀନଗର: ଜମ୍ମୁ-କଶ୍ମରୀର ହୈଦରପୋରା ଏନକାଉଣ୍ଟରକୁ ନେଇ ବିବାଦ ବଢ଼ିବା ପରେ ଉପ ରାଜ୍ୟପାଳ ମନୋଜ ସିହ୍ନା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେ ମାଜିଷ୍ଟେଟସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ସହ କାହା ସହ ଅନ୍ୟାୟ କରାଯିବ ନାହିଁ ବୋଲି କହିଛନ୍ତି। ଉପ ରାଜ୍ୟପାଳ ଶ୍ରୀ ସିହ୍ନା ଟ୍ୱିଟ ଯୋଗେ କହିଛନ୍ତି ଯେ “ହୈଦରପୋରା ଏନକାଉଣ୍ଟର ଘଟଣାର ମାଜିଷ୍ଟେଟସ୍ତରୀୟ ତଦନ୍ତ ହେବ। ଏଡିଏମ ରାଙ୍କର ଜଣେ ବରିଷ୍ଠ ଅଧିକାରୀ ଘଟଣାର ତଦନ୍ତ କରିବେ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତଦନ୍ତ […]

altaf

altaf

Hemant Lenka
  • Published: Thursday, 18 November 2021
  • Updated: 18 November 2021, 12:38 PM IST

ଶ୍ରୀନଗର: ଜମ୍ମୁ-କଶ୍ମରୀର ହୈଦରପୋରା ଏନକାଉଣ୍ଟରକୁ ନେଇ ବିବାଦ ବଢ଼ିବା ପରେ ଉପ ରାଜ୍ୟପାଳ ମନୋଜ ସିହ୍ନା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେ ମାଜିଷ୍ଟେଟସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ସହ କାହା ସହ ଅନ୍ୟାୟ କରାଯିବ ନାହିଁ ବୋଲି କହିଛନ୍ତି। ଉପ ରାଜ୍ୟପାଳ ଶ୍ରୀ ସିହ୍ନା ଟ୍ୱିଟ ଯୋଗେ କହିଛନ୍ତି ଯେ “ହୈଦରପୋରା ଏନକାଉଣ୍ଟର ଘଟଣାର ମାଜିଷ୍ଟେଟସ୍ତରୀୟ ତଦନ୍ତ ହେବ। ଏଡିଏମ ରାଙ୍କର ଜଣେ ବରିଷ୍ଠ ଅଧିକାରୀ ଘଟଣାର ତଦନ୍ତ କରିବେ।

ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ହେବ। ରିପୋର୍ଟ ଦାଖଲ ହେବା ମାତ୍ରେ ସରକାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଜମ୍ମୁ-କଶ୍ମୀର ପ୍ରଶାସନ ନିରୀହ ସାଧାରଣ ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସବୁବେଳେ ପ୍ରତିଶ୍ରୁତିବଦ୍ଧ। ପ୍ରଶାସନ କେବେ ହେଲେ କାହା ସହ ଅନ୍ୟାୟ ହେବାକୁ ଦେବନାହିଁ।”

ସୂଚନାଯୋଗ୍ୟ, ସୋମବାର ହୈଦରପୋରା ଠାରେ ଏନକାଉଣ୍ଟର ହୋଇଥିଲା। ଏଥିରେ ଜଣେ ପାକିସ୍ତାନ ଆତଙ୍କୀ ଓ ତା’ ସହଯୋଗୀ ସମେତ ସେଠାରେ ରହୁଥିବା ଅଲତାଫ ଭଟ୍ଟ ଓ ମୁଦ୍ଦାସିର ଗୁଲ ପ୍ରାଣ ହରାଇଥିଲେ। ସେମାନେ କୁଆଡ଼େ ବେଆଇନ କଲ ସେଣ୍ଟର ଚଳାଇବା ଓ ଆତଙ୍କୀଙ୍କୁ ରହିବା ପାଇଁ ସୁବିଧା ଯୋଗାଇ ଦେଉଥିବା ପୁଲିସ୍ ଦାବି କରିଛି। ତେବେ ପରିବାର ଲୋକ ଏହାକୁ ଗ୍ରହଣ କରିନାହାନ୍ତି। ଅଲତାଫ ଓ ମୁଦ୍ଦାସିରଙ୍କ ସମ୍ପର୍କ ଆତଙ୍କବାଦ ସହ ନଥିବା ପରିବାର ଲୋକ କହିଛନ୍ତି।


ଏନକାଉଣ୍ଟରରେ ପ୍ରାଣ ହରାଇଥିବା ସମସ୍ତ ୪ ଜଣଙ୍କ ଶବକୁ କଶ୍ମୀରର କୁପୱାଡାରେ ଥିବା ହାଣ୍ଡୱାରାରେ ପୋତି ଦିଆଯାଇଛି। ପରିବାର ଲୋକ ଅଲତାଫ ଓ ମୁଦ୍ଦାସିରଙ୍କ ଅନ୍ତିମ ସଂସ୍କାର କରିବାକୁ ଚାହୁଁଥିଲେ, ତଥାପି ପ୍ରଶାସନ ଏଥିପାଇଁ ଅନୁମତି ନ ଦେବାରୁ ବିବାଦ ଦେଖାଯାଇଛି।

ଏହା ବିରୋଧରେ ବୁଧବାର ଦୁଇ ବ୍ୟକ୍ତିଙ୍କ ପରିବାର ଲୋକ ପ୍ରେସ ଏନକ୍ଲେଭ ନିକଟରେ ବିକ୍ଷୋଭ କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ବଳପୂର୍ବକ ହଟାଇ ଦେଇଛି। ମୃତ ଅଲତାଫ ଭଟ୍ଟ ଓ ମୁଦ୍ଦାସିର ଗୁଲଙ୍କ ପରିବାର ବର୍ଗ ବିଭିନ୍ନ ସାମାଜିକ କର୍ମୀଙ୍କ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏଥିସହ ସେମାନେ ଶବ ଫେରାଇବାକୁ ପ୍ରଶାସନ ନିକଟରେ ଦାବି କରିଥିଲେ। ପ୍ରଥମେ ସମସ୍ତ ବିକ୍ଷୋଭକାରୀଙ୍କୁ ପୁଲିସ୍‌ ଅଟକ ରଖିଥିଲା। ଏହାପରେ ସେମାନଙ୍କୁ ଘରକୁ ପଠାଇ ଦେଇଥିଲା। ଜମ୍ମୁ-କଶ୍ମୀରରେ ପାରଦ ଶୂନ ତଳକୁ ଖସୁଥିବାରୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା ପୁଲିସ୍‌ ସଫେଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos