୫୧୦ କୋଟି ଟଙ୍କାରେ ନିଲାମ ହେଲା ଗୋଟେ ଗାଁ ମଦ ଦୋକାନ

ଜୟପୁର: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ଗୋଟିଏ ମଦ ଦୋକାନର ବେସ୍‌ ପ୍ରାଇସ ୭୨ ଲକ୍ଷ ଟଙ୍କା ଥିବା ବେଳେ ଏହା କେମିତି ବର୍ଷକ ପାଇଁ ୫୧୦ କୋଟି ଟଙ୍କାରେ ବିକ୍ରି ହେଲା? କିନ୍ତୁ ରାଜସ୍ଥାନର ଗୋଟିଏ ଗାଁରେ ଥିବା ମଦ ଦୋକାନକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ ଏପରି ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ନିଲାମ ପ୍ରକ୍ରିୟା ଦିନ ୧୧ଟାରୁ ଆରମ୍ଭ ହୋଇ ରାତି ତମାମ ଚାଲିଥିଲା। ଶେଷରେ ଦୁଇ ଜଣ ମହିଳା […]

Liquor

Liquor

Hemant Lenka
  • Published: Tuesday, 09 March 2021
  • Updated: 09 March 2021, 01:16 PM IST

Sports

Latest News

ଜୟପୁର: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ଗୋଟିଏ ମଦ ଦୋକାନର ବେସ୍‌ ପ୍ରାଇସ ୭୨ ଲକ୍ଷ ଟଙ୍କା ଥିବା ବେଳେ ଏହା କେମିତି ବର୍ଷକ ପାଇଁ ୫୧୦ କୋଟି ଟଙ୍କାରେ ବିକ୍ରି ହେଲା? କିନ୍ତୁ ରାଜସ୍ଥାନର ଗୋଟିଏ ଗାଁରେ ଥିବା ମଦ ଦୋକାନକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ ଏପରି ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ନିଲାମ ପ୍ରକ୍ରିୟା ଦିନ ୧୧ଟାରୁ ଆରମ୍ଭ ହୋଇ ରାତି ତମାମ ଚାଲିଥିଲା। ଶେଷରେ ଦୁଇ ଜଣ ମହିଳା ୫୧୦ କୋଟି ଟଙ୍କାରେ ମଦ ଦୋକାନଟିକୁ କିଣିଥିଲେ।

ରାଜସ୍ଥାନର ହନୁମାନଗଡ଼ ଜିଲ୍ଲା ନୋହାର ଗାଁରେ ଥିବା ଗୋଟିଏ ମଦ ଦୋକାନ ପାଇଁ ସକାଳ ୧୧ଟାରୁ ଅବକାରୀ ବିଭାଗ ନିଲାମ ପ୍ରକିୟା ଆରମ୍ଭ କରିଥିଲେ। ଏହାର ବେସ୍‌ ପ୍ରାଇସ ୭୨ ଲକ୍ଷ ଟଙ୍କା ରହିଥିଲା। ଅନେକ ଲୋକ ନିଲାମ ପ୍ରକ୍ରିୟାରେ ସାମିଲ ହୋଇ ବୋଲି ଲଗାଇଥିଲେ।

ସମୟ ଗଡ଼ିବା ସହ ଦୋକାନ କିଣିବା ପାଇଁ ନିଲାମ ଡାକୁଥିବା ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ରାତି ୨ଟା ଯାଏ ଗୋଟିଏ ମଦ ଦୋକାନ କିଣିବା ପାଇଁ ନିଲାମ ଡକା ଚାଲିଥିଲା। ବେସ୍ ପ୍ରାଇସ ୭୨ ଲକ୍ଷ ଟଙ୍କା ଥିବା ବେଳେ ଦୋକାନର ଦାମ ୫୦୦ କୋଟିରେ ପହଞ୍ଚିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ୫୦୦ କୋଟି ପରେ ମଧ୍ୟ ନିଲାମ ଆଗକୁ ବଢ଼ିଥିଲା।

ଶେଷରେ ରାତି ୨ଟା ବେଳକୁ ୫୧୦ କୋଟି ଟଙ୍କାରେ ଦୁଇ ଜଣ ମହିଳା ଦୋକାନଟିକୁ ନିଜ ନାଁରେ କରିବାକୁ ସକ୍ଷମ ହୋଇଥିଲେ। ଦୋକାନ କିଣିଥିବା ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ହେଉଛନ୍ତି କିରଣ କନୱର। ଦୋକାନଟି ଏତେ ଟଙ୍କାରେ ବିକ୍ରି ହୋଇଥିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଅବକାରୀ ବିଭାଗର ଅଧିକାରୀମାନେ ମଧ୍ୟ ଏତେ ଟଙ୍କାରେ ଯେ ଦୋକାନଟି ବିକ୍ରି ହେବ, ସେକଥା କେବେ ହେଲେ ଆଶା କରି ନଥିଲେ। ଗତବର୍ଷ ନୋହାର ଏହି ଦୋକାନଟି ଲଟେରୀ ଅନୁସାରେ ବିକ୍ରି ହୋଇଥିଲା। ୬୫ ଲକ୍ଷ ଟଙ୍କା ଦେଇ ଜଣେ ବ୍ୟକ୍ତି ଏହାକୁ କିଣିଥିଲେ।

ବସୁନ୍ଧରା ରାଜେ କ୍ଷମତାରେ ଥିବା ବେଳେ ଇ-ଅକ୍ସନ ବ୍ୟବସ୍ଥାକୁ ଉଚ୍ଛେଦ କରି ଲଟେରୀ ସିଷ୍ଟିମ ଲାଗୁ କରିଥିଲେ। ହେଲେ ଅଶୋକ ଗେହେଲଟ ମୁଖ୍ୟମନ୍ତ୍ରୀ ହେବା ପରେ ପୁଣିଥରେ ଇ-ନିଲାମ ବ୍ୟବସ୍ଥା କରିଛନ୍ତି। ରାଜ୍ୟରେ ଥିବା ପ୍ରାୟ ୭ ହଜାର ମଦ ଦୋକାନ ଇ-ନିଲାମ ଜରିଆରେ ବିକ୍ରି କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos