ମନ୍ତ୍ରୀ ପଦ ପାଇବାକୁ ଲବି ଆରମ୍ଭ, ନୂଆ ମୁଖ୍ୟମନ୍ତ୍ରୀ ବୋମାଇଙ୍କ ଉପରେ ୫ ଗୋଷ୍ଠୀର ଚାପ

ବେଙ୍ଗାଲୁରୁ: ବାଦବିବାଦ ମଧ୍ୟରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ପଦରୁ ବିଏସ୍‌ ୟେଦ୍ଦ୍ୟୁରପ୍ପା ଇସ୍ତଫା ଦେବା ପରେ ତାଙ୍କ ଘନିଷ୍ଠ କୁହାଯାଉଥିବା ବାସବରାଜ ବୋମାଇ ଏହି ପଦର ଦାୟିତ୍ୱ ନେଇଛନ୍ତି। ତେବେ ସେ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ କ୍ୟାବିନେଟ୍‌ରେ କେଉଁମାନେ ରହିବେ, ତା’କୁ ନେଇ ଛକା ପଞ୍ଝା ଆରମ୍ଭ ହୋଇଛି। ଏକାଧିକ ନେତାଙ୍କ ପାଇଁ ଏବେ ଲବି ଆରମ୍ଭ ହୋଇଯାଇଥିବାରୁ ମୁଖ୍ୟମନ୍ତ୍ରୀ ବୋମାଇ ଚିନ୍ତାରେ ପଡ଼ି ଯାଇଛନ୍ତି। ଏହାକୁ ଦେଖି ସେ ବିଜେପି ହାଇକମାଣ୍ଡଙ୍କ ସହ କଥା ହେବେ […]

Basvaraj-Bomai

Basvaraj-Bomai

Hemant Lenka
  • Published: Thursday, 29 July 2021
  • Updated: 29 July 2021, 03:44 PM IST

Sports

Latest News

ବେଙ୍ଗାଲୁରୁ: ବାଦବିବାଦ ମଧ୍ୟରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ପଦରୁ ବିଏସ୍‌ ୟେଦ୍ଦ୍ୟୁରପ୍ପା ଇସ୍ତଫା ଦେବା ପରେ ତାଙ୍କ ଘନିଷ୍ଠ କୁହାଯାଉଥିବା ବାସବରାଜ ବୋମାଇ ଏହି ପଦର ଦାୟିତ୍ୱ ନେଇଛନ୍ତି। ତେବେ ସେ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ କ୍ୟାବିନେଟ୍‌ରେ କେଉଁମାନେ ରହିବେ, ତା’କୁ ନେଇ ଛକା ପଞ୍ଝା ଆରମ୍ଭ ହୋଇଛି।

ଏକାଧିକ ନେତାଙ୍କ ପାଇଁ ଏବେ ଲବି ଆରମ୍ଭ ହୋଇଯାଇଥିବାରୁ ମୁଖ୍ୟମନ୍ତ୍ରୀ ବୋମାଇ ଚିନ୍ତାରେ ପଡ଼ି ଯାଇଛନ୍ତି। ଏହାକୁ ଦେଖି ସେ ବିଜେପି ହାଇକମାଣ୍ଡଙ୍କ ସହ କଥା ହେବେ ଓ ୩୦ ତାରିଖ ପରେ କ୍ୟାବିନେଟ୍‌ ଗଠନ ପ୍ରକ୍ରିୟା ଆରମ୍ଭ କରିବେ ବୋଲି କହିଛନ୍ତି।

ସୂଚନା ଅନୁସାରେ, ୫ଟି କ୍ୟାମ୍ପରୁ ମନ୍ତ୍ରୀ ପଦ ପାଇଁ ବୋମାଇଙ୍କ ଉପରେ ଚାପ ପଡ଼ିବା ଆରମ୍ଭ ହୋଇଛି। ଗୋଟିଏ ଗ୍ରୁପ୍‌ରେ ବିଜେପିର ବିଶ୍ୱସ୍ତ ନେତା ଅଛନ୍ତି। ସେମାନେ ଦୀର୍ଘ ବର୍ଷ ହେଲାଣି ସୁଯୋଗ ଅପେକ୍ଷା ରହିଛନ୍ତି। ଦ୍ୱିତୀୟ ଗ୍ରୁପ୍‌ରେ ବିଦାୟୀ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ଦ୍ୟୁରପ୍ପାଙ୍କ ଘନିଷ୍ଠ ସହଯୋଗୀମାନେ ରହିଛନ୍ତି।

ତୃତୀୟ ଗ୍ରୁପ୍‌ରେ ୟେଦ୍ଦ୍ୟୁରପ୍ପାଙ୍କ ବିରୋଧୀ, ୪ର୍ଥ ଗ୍ରୁପ୍‌ରେ ଅନ୍ୟ ଦଳ ଛାଡ଼ି ବିଜେପିକୁ ଆସିଥିବା ବିଧାୟକ ଓ ପୂର୍ବ କ୍ୟାବିନେଟ୍‌ରେ ଥିବା ବରିଷ୍ଠ ନେତାମାନେ ମନ୍ତ୍ରୀ ପଦ ପାଇବା ଆଶାରେ ରହିଛନ୍ତି। ତେଣୁ ୫ଟି ଯାକ ଗ୍ରୁପକୁ କେମିତି ବୋମାଇ ବୁଝାସୁଝା କରିବେ, ତା’କୁ ନେଇ ଅଡ଼ୁଆରେ ପଡ଼ିଛନ୍ତି।

ଅନ୍ୟପକ୍ଷରେ ବିଜେପି ହାଇକମାଣ୍ଡ କର୍ଣ୍ଣାଟକାର ମନ୍ତ୍ରିମଣ୍ଡଳକୁ ଯୁବଗୋଷ୍ଠୀଙ୍କ ହାତରେ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି ଦକ୍ଷତା ଥାଇ ମଧ୍ୟ କ୍ୟାବିନେଟ୍‌ରୁ ବାଦ୍‌ ପଡ଼ିଥିବା ବିଧାୟକଙ୍କୁ ସୁଯୋଗ ଦେବା ମୁଡରେ ଦଳ ରହିଛି। ଏଭଳି ବିଧାୟକଙ୍କୁ ବୋମାଇ ପ୍ରଥମେ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିବା ଦରକାର ବୋଲି ବିଜେପି ହାଇକମାଣ୍ଡ ଚାହୁଁଛନ୍ତି।

୩ଥରର ବିଧାୟକ ହୋଇଥିବା ଭି ସୁନୀଲ କୁମାର କହିଛନ୍ତି, କିଏ କେତେ ଥର ନିର୍ବାଚନ ଜିତିଛି, ତା’କୁ ମାନଦଣ୍ଡ କରିବା ପରିବର୍ତ୍ତେ ନୂଆ ଚେହେରାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ଦରକାର। ପ୍ରଥମଥର ଜିତିଥିବା ନେତାଙ୍କ ନାଁ ମଧ୍ୟ ବିଚାରକୁ ନିଆଯିବା ଦରକାର ବୋଲି ସେ କହିଛନ୍ତି।

କର୍ଣ୍ଣାଟକା କ୍ୟାବିନେଟ୍‌ରେ ୩୯ ଜଣ ସଦସ୍ୟ ରହିପାରିବେ। ତେଣୁ ୧୧୯ ବିଧାୟକଙ୍କ ମଧ୍ୟରୁ ବିଜେପି କାହାକୁ ବାଛିବ, ତା’ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଯଦି ଦଳ ଯୁବ ଚେହେରାଙ୍କୁ ଅଗ୍ରାଧିକାର ଦେବ, ତା’ହେଲେ କିଛି ବରିଷ୍ଠଙ୍କୁ ଅଣଦେଖା କରିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos