ରବିବାର ଲକଡାଉନ୍ ଜାରି କଲା ଏହି ସରକାର, ଆପଣଙ୍କ ସହର ଅଛି କି?
ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ମହାରାଷ୍ଟ୍ର ଓ ପଞ୍ଜାବ ସରକାର ମଧ୍ୟ କରୋନା କଟକଣା ଜାରି କରିଛନ୍ତି। ଏହାରି ଭିତରେ ମଧ୍ୟପ୍ରଦେଶରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। କୋଭିଡ ମାମଲାର ବୃଦ୍ଧିକୁ ନଜରରେ ରଖି ମାର୍ଚ୍ଚ ୨୧ ରବିବାର ଦିନ ଇନ୍ଦୋର, ଭୋପାଳ ଏବଂ ଜବଲପୁରରେ ଦିନିକିଆ ଲକଡାଉନ ଜାରି କରିଛନ୍ତି। ଏହି ତିନୋଟି ସହରର ସମସ୍ତ ସ୍କୁଲ୍ ଏବଂ କଲେଜ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ଲକଡାଉନ ଘୋଷଣା ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏ ନେଇ ଏକ ବୈଠକ କରିଥିଲେ ବୋଲି ଜଣାପଡ଼ିଛି। ଯେଉଁମାନେ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶକୁ ଆସିବେ ସେମାନଙ୍କର କରୋନା ପରୀକ୍ଷା ହେବ ବୋଲି ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି।
#UPDATE MP Home Dept issues order – Lockdown every Sunday till further orders in Indore, Bhopal & Jabalpur. Night curfew in all 3 cities every Saturday from 10 pm to Monday 6 am. Essential services exempted. Schools & colleges in these 3 cities to remain closed till 31st March
— ANI (@ANI) March 19, 2021
ତେବେ କରୋନା ସଂକ୍ରମଣକୁ ନଜରରେ ରଖି ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛି ମଧ୍ୟପ୍ରଦେଶ ସରକାର। ଗତ ୨୪ ଘଣ୍ଟା ମଧ୍ୟରେ ୧୧୪୦ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ୫୫୬ ଜଣ ଆରୋଗ୍ୟ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି।
ମଧ୍ୟପ୍ରଦେଶ ସରକାର କହିଛନ୍ତି ଯେ ସମସ୍ତଙ୍କୁ ସତର୍କତା ସହିତ ବ୍ୟବସାୟିକ କାର୍ଯ୍ୟକଳାପ ଜାରି ରଖିବାକୁ ହେବ। କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ହେବ। ହେଲେ ଏବେ ଆର୍ଥିକ କାର୍ଯ୍ୟକଳାପ ଆଉ ବନ୍ଦ ହେବ ନାହିଁ। ସେ କହିଛନ୍ତି ଯେ ଲୋକମାନେ ଫେସ୍ ମାସ୍କର ବାଧ୍ୟତାମୂଳକ ବ୍ୟବହାର ସହିତ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ଅନୁସରଣ କରିବା ଉଚିତ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।