କୃଷି ଆଇନ: ଚାଲିପାରିଲାନି ଲୋକସଭା, ଗୃହ ବାରମ୍ବାର ମୁଲତବୀ

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ବିରୋଧୀ ଦଳଗୁଡ଼ିକ ସ୍ୱତନ୍ତ୍ର ବିତର୍କ କରିବାକୁ ଦାବି କରିବାରୁ ଆଜି ଲୋକସଭା ଆଦୌ ଚାଲିପାରିନାହିଁ। ବିରୋଧୀଙ୍କ ହୋହାଲ୍ଲା ଯୋଗୁ ଆଜି ବାଚସ୍ପତି ଓମ ବିର୍ଲା ଲୋକସଭାକୁ ବାରମ୍ବାର ମୁଲତବୀ କରିବାକୁ ବାଧ୍ୟ ହୋଇଛନ୍ତି। ଅପରାହ୍ନ ୪ଟାରେ ଲୋକସଭା ଆରମ୍ଭ ହେବା କ୍ଷଣି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କୃଷି ଆଇନ ବିରୋଧରେ ଚାଲିଥିବା ବିଶାଳ ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଉଠାଇଥିଲେ। ଚାଷୀ ଆନ୍ଦୋଳନ ଯୋଗୁ ଦେଶର ଛବି ଖରାପ ହୋଇଛି। […]

cee

cee

Hemant Lenka
  • Published: Wednesday, 03 February 2021
  • Updated: 03 February 2021, 08:19 PM IST

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ବିରୋଧୀ ଦଳଗୁଡ଼ିକ ସ୍ୱତନ୍ତ୍ର ବିତର୍କ କରିବାକୁ ଦାବି କରିବାରୁ ଆଜି ଲୋକସଭା ଆଦୌ ଚାଲିପାରିନାହିଁ। ବିରୋଧୀଙ୍କ ହୋହାଲ୍ଲା ଯୋଗୁ ଆଜି ବାଚସ୍ପତି ଓମ ବିର୍ଲା ଲୋକସଭାକୁ ବାରମ୍ବାର ମୁଲତବୀ କରିବାକୁ ବାଧ୍ୟ ହୋଇଛନ୍ତି।

ଅପରାହ୍ନ ୪ଟାରେ ଲୋକସଭା ଆରମ୍ଭ ହେବା କ୍ଷଣି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କୃଷି ଆଇନ ବିରୋଧରେ ଚାଲିଥିବା ବିଶାଳ ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଉଠାଇଥିଲେ। ଚାଷୀ ଆନ୍ଦୋଳନ ଯୋଗୁ ଦେଶର ଛବି ଖରାପ ହୋଇଛି। ଆମକୁ ଏହା ଉପରେ ବିଚାର କରିବାକୁ ପଡ଼ିବ ବୋଲି ସେ କହିଥିଲେ। ଏହି ସମୟରେ କଂଗ୍ରେସର ଅନ୍ୟ ସଦସ୍ୟ ଓ ଡିଏମକେ ସାଂସଦମାନେ ତୁରନ୍ତ ସରକାର ୩ଟି ଯାକ କୃଷି ଆଇନକୁ ଉଚ୍ଛେଦ କରିବାକୁ ଦାବି କରିଥିଲେ।

ଏକାଧିକ ସାଂସଦ ଗୃହର ମଧ୍ୟ ଭାଗକୁ ଚାଲି ଆସି କୃଷି ଆଇନକୁ ବିରୋଧ କରିବାରୁ ବାଚସ୍ପତି ଗୃହକୁ ପ୍ରଥମେ ୪.୩୦ ଯାଏ ମୁଲତବୀ ଘୋଷଣା କରିଥିଲେ। ଗୃହକୁ ମୁଲତବୀ କରିବା ପୂର୍ବରୁ ବାଚସ୍ପତି ଓମ ବିର୍ଲା ବିରୋଧୀ ସଦସ୍ୟଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ କିଛି ବି ଶୁଣି ନଥିଲେ।

ଗୃହ ୪.୩୦ରେ ଆରମ୍ଭ ହେବାରୁ ପୁଣିଥରେ ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଓ କୃଷି ଆଇନ ଉପରେ ସ୍ୱତନ୍ତ୍ର ଭାବେ ଆଲୋଚନା କରିବାକୁ ଦାବି କରିଥିଲେ। ସବୁ ସାଂସଦ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିବାରୁ ଲୋକସଭାକୁ ପୁଣି ୫ଟା ଯାଏ ମୁଲତବୀ କରାଯାଇଥିଲା। ୫ଟାରେ ମଧ୍ୟ ଅଚଳାବସ୍ଥା ଲାଗିବାରୁ ଗୃହକୁ ସନ୍ଧ୍ୟା ୭ଟା ଓ ଶେଷରେ ରାତି ୯ଟା ଯାଏ ମୁଲତବୀ ଘୋଷଣା କରାଯାଇଥିଲା।

କଂଗ୍ରେସ ସହ ଅକାଳୀ ଦଳ, ଆପ୍ ଓ ଡିଏମକେର ସାଂସଦମାନେ କୃଷି ଆଇନକୁ ବିରୋଧ କରି ଗୃହର ମଧ୍ୟ ଭାଗରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story