ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ପାସ୍‌, ରହିଛି ଏହି ସବୁ ବ୍ୟବସ୍ଥା

ନୂଆଦିଲ୍ଲୀ: ଆଜି ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ(ସଂଶୋଧନ) ବିଲ୍‌ ୨୦୨୧ ପାରିତ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହା ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ। ଏଥିସହ ଉପଯୁକ୍ତ ସମୟରେ ଜମ୍ମୁ-କଶ୍ମୀରକୁ ପୁଣିଥରେ ରାଜ୍ୟର ମାନ୍ୟତା ମିଳିବ ବୋଲି ସେ କହିଥିଲେ। ବିଲ୍‌ ସପକ୍ଷରେ ବୟାନ ଦେଇ ସେ କହିଛନ୍ତି, ବିରୋଧୀ ଦଳ ଗୁଡ଼ିକ ଜମ୍ମୁ-କଶ୍ମୀର ଓ ଲଦାଖ ପ୍ରସଙ୍ଗକୁ ନେଇ ରାଜନୀତି ନ କରନ୍ତୁ। ଯଦି ଆପଣମାନେ ଚାହୁଁଛନ୍ତି, ତା’ହେଲେ ଆମ ସହ ରାଜନୀତିକ ମୈଦାନକୁ […]

Kashmir

Kashmir

Hemant Lenka
  • Published: Saturday, 13 February 2021
  • Updated: 13 February 2021, 08:59 PM IST

ନୂଆଦିଲ୍ଲୀ: ଆଜି ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ(ସଂଶୋଧନ) ବିଲ୍‌ ୨୦୨୧ ପାରିତ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହା ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ। ଏଥିସହ ଉପଯୁକ୍ତ ସମୟରେ ଜମ୍ମୁ-କଶ୍ମୀରକୁ ପୁଣିଥରେ ରାଜ୍ୟର ମାନ୍ୟତା ମିଳିବ ବୋଲି ସେ କହିଥିଲେ।

ବିଲ୍‌ ସପକ୍ଷରେ ବୟାନ ଦେଇ ସେ କହିଛନ୍ତି, ବିରୋଧୀ ଦଳ ଗୁଡ଼ିକ ଜମ୍ମୁ-କଶ୍ମୀର ଓ ଲଦାଖ ପ୍ରସଙ୍ଗକୁ ନେଇ ରାଜନୀତି ନ କରନ୍ତୁ। ଯଦି ଆପଣମାନେ ଚାହୁଁଛନ୍ତି, ତା’ହେଲେ ଆମ ସହ ରାଜନୀତିକ ମୈଦାନକୁ ଆସି ଲଢ଼େଇ କରନ୍ତୁ। କେହି ବି ଏଥିପାଇଁ ଡରୁନାହାନ୍ତି। କିନ୍ତୁ ଜମ୍ମୁ-କଶ୍ମୀର ଓ ଲଦାଖ ହେଉଛି ଭାରତର ସମ୍ବେଦନଶୀଳ ଅଞ୍ଚଳ।

ବିରୋଧୀଙ୍କ କଥା ଶୁଣି ସେଠାକାର ଲୋକ ଆଘାତ ପାଉଛନ୍ତି ଓ ଦ୍ୱନ୍ଦ୍ୱରେ ବି ରହୁଛନ୍ତି। ଗୃହର ସଦସ୍ୟମାନେ ସେମାନଙ୍କୁ ସହଯୋଗ କରିବା ଦରକାର। ଜମ୍ମୁ-କଶ୍ମୀରରେ ପୁଣି ଧାରା ୩୭୦ ଲାଗୁ କରିବା ଏଜେଣ୍ଡା ନେଇ ଡିଡିସି ନିର୍ବାଚନ ଲଢ଼ିଥିବା ଦଳଗୁଡ଼ିକୁ ଲୋକ ପ୍ରତ୍ୟାଖ୍ୟାନ କରିଥିବା ଶାହ କହିଛନ୍ତି।

ଆଜି ଲୋକସଭାରେ ପାରିତ ହୋଇଥିବା ବିଲ୍‌ର ବ୍ୟବସ୍ଥା ଅନୁଯାୟୀ, ଜମ୍ମୁ-କଶ୍ମୀର କ୍ୟାଡରର ଭାରତୀୟ ପ୍ରଶାସନିକ ସେବାର ଅଧିକାରୀମାନେ ବର୍ତ୍ତମାନ ଅରୁଣାଚଳ ପ୍ରଦେଶ, ଗୋଆ ଓ ମିଜୋରାମ ଓ କେନ୍ଦ୍ର ଶାସିତ ଅଞ୍ଚଳ କ୍ୟାଡରର ଅଂଶ ଭାବେ ବିବେଚିତ ହେବେ। ବିଲ୍‌ ପାସ୍‌ ହେବା ପରେ ଲୋକସଭାକୁ ଆସନ୍ତା ମାର୍ଚ୍ଚ ୮ ତାରିଖ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରାଯାଇଛି।

ଲଦାଖ ସାଂସଦ ଜାମିଆଙ୍ଗ ସେରିଙ୍ଗ ନାମଗାଲ ଏହି ବିଲ୍‌କୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ ଲୋକସଭାରେ ପାରିତ ହୋଇଥିବା ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍ ରାଜ୍ୟ ଅଧିକାରୀଙ୍କୁ ଅନ୍ୟ ସ୍ଥାନକୁ ଯାଇ ସେବା କରିବାର ସୁବିଧା ଯୋଗାଇବ। ସେହିପରି ଅନ୍ୟ ରାଜ୍ୟର ଅଧିକାରୀ ଏଠାକୁ ଆସି କାମ କରିପାରିବେ। ଏହା ଅଭିଜ୍ଞତା ଓ କାର୍ଯ୍ୟ କରିବାର କ୍ଷମତା ବୃଦ୍ଧି କରିବ।

ବିଲ୍‌ ଗୃହରେ ଉପସ୍ଥାପନ କରି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କ୍ରିଷ୍ଣାପ୍ପା ରେଡ୍ଡୀ କହିଛନ୍ତି, ସରକାର ଜମ୍ମୁ-କଶ୍ମୀରକୁ ବିକାଶର ରାସ୍ତାରେ ସାମିଲ କରିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପରେ କେନ୍ଦ୍ର ସରକାରଙ୍କ ୧୭୦ଟି ଆଇନ ସେଠାରେ ପ୍ରଣୟନ କରାଯାଇଛି। ତେଣୁ ଜମ୍ମୁ-କଶ୍ମୀରର ବିକାଶ ପାଇଁ ସଦସ୍ୟମାନେ ଏହାକୁ ସମର୍ଥନ କରନ୍ତୁ।

ଅନ୍ୟପକ୍ଷରେ କଂଗ୍ରେସ ଏହାକୁ ବିରୋଧ କରିଥିଲା। ଲୋକସଭାର କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଥିଲେ ଯେ ଏହି କାରଣ ପାଇଁ ଅଧ୍ୟାଦେଶ ଆଣିବାର ଆବଶ୍ୟକ କ’ଣ ଥିଲା? ସବୁ ପ୍ରସଙ୍ଗରେ ଅଧ୍ୟାଦେଶ ଆଣିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଜରୁରୀ ପରିସ୍ଥିତିରେ କିମ୍ବା ଅତି ଦରକାର ଥିଲେ ଅଧ୍ୟାଦେଶ ଆସିଥାଏ। ଧାରା ୩୭୦ ଉଚ୍ଛେଦ କରି ସରକାର ଜମ୍ମୁ-କଶ୍ମୀରକୁ ସ୍ୱର୍ଗରେ ପରିଣତ କରିବା ସହ ନିଯୁକ୍ତି ସୃଷ୍ଟି କରିବେ ବୋଲି କହିଥିଲେ। କିନ୍ତୁ ଏବେ ପ୍ରକୃତ ଚିତ୍ର ସମସ୍ତଙ୍କ ଆଗରେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story