ଓଡ଼ିଆ ପୁଅଙ୍କ ସ୍ଥାନ ନେବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ
ନୂଆଦିଲ୍ଲୀ: ଦେଶର ସ୍ଥଳସେନା ଉପମୁଖ୍ୟ ପଦରେ ନିଯୁକ୍ତି ପାଇଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ। ସେ ବର୍ତ୍ତମାନ ସ୍ଥଳସେନା ଉପ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଓଡ଼ିଆ ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କ ସ୍ଥାନ ନେବେ। ଜେନେରାଲ ଚଣ୍ଡିପ୍ରସାଦଙ୍କ କାର୍ଯ୍ୟକାଳ ଜାନୁଆରୀ ୩୧ରେ ଶେଷ ହେବ। ଏହାପରେ ଲେଫ୍ଟନାଣ୍ଟ ଜେନେରାଲ ପାଣ୍ଡେ ଏହି ପଦର ଦାୟିତ୍ୱ ଗ୍ରହଣ କରିବେ।
ଲେଫ୍ଟନାଣ୍ଟ ଜେନେରାଲ ପାଣ୍ଡେଙ୍କୁ ପରବର୍ତ୍ତୀ ସ୍ଥଳ ସେନା ଉପ ମୁଖ୍ୟ ଭାବେ ନିଯୁକ୍ତି ଦେବାକୁ ଭାରତ ସରକାରଙ୍କୁ ଗୋଟିଏ ପ୍ରସ୍ତାବ ପଠା ଯାଇଥିଲା। ଆଜି ସରକାର ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ବର୍ତ୍ତମାନ ଜେନେରାଲ ପାଣ୍ତେ ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡର ଭାବେ କାର୍ଯ୍ୟ କରୁଛନ୍ତି।
ଜେନେରାଲ ମୋନଜ ପାଣ୍ଡେ ୧୯୮୨ ଡିସେମ୍ବରରେ କ୍ରପ୍ସ ଅଫ ଇଞ୍ଜିନିୟର୍ସ ଭାବେ କମିଶନଡ ପାଇଥିଲେ। ଏହାପରେ ଦୀର୍ଘ ୩୭ ବର୍ଷ ହେଲା ଭାରତୀୟ ସେନାରେ କାର୍ଯ୍ୟରତ ଥିବା ଜେନେରାଲ ପାଣ୍ଡେ ଅପରେସନ ପରାକ୍ରମ ଓ ଅପରେସନ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
Government of India approves the proposal for the appointment of Eastern Army Commander Lt Gen Manoj Pande as the next Vice Chief of Army Staff: Sources
(file pic) pic.twitter.com/htwM0lTtJG
— ANI (@ANI) January 18, 2022
ଗୋଟିଏ ପଟେ ଦେଶର ସିଡିଏସ୍ ପଦ ଖାଲି ପଡ଼ିଥିବା ବେଳେ ଅନ୍ୟପଟେ ଆଜି ଭାରତ ସରକାର ସ୍ଥଳ ସେନା ଉପମୁଖ୍ୟ ପଦରେ ଲେଫ୍ଟନାଣ୍ଟ ଜେନେରାଲ ପାଣ୍ଡେଙ୍କୁ ନିଯୁକ୍ତି ଦେଇଛନ୍ତି। ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତ ୨୦୨୧ ମସିହା ଡିସେମ୍ବର ୮ରେ ହେଲିକପ୍ଟର କ୍ରାଶରେ ପ୍ରାଣ ହରାଇଥିଲେ।
ସେବେଠାରୁ ଏହି ପଦ ଖାଲି ପଡ଼ିଛି। ଭାରତ ସରକାର କାହାକୁ ଦେଶର ସିଡିଏସ୍ କରିବେ, ତା’କୁ ଚର୍ଚ୍ଚା ଲାଗି ରହିଛି। ବର୍ତ୍ତମାନ ସ୍ଥଳସେନା ମୁଖ୍ୟ ଥିବା ଜେନେରାଲ ଏମଏମ ନରଭାଣେ ପରବର୍ତ୍ତୀ ସିଡିଏସ୍ ହୋଇପାରନ୍ତି ବୋଲି କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।