ଗିରଫ ହେଲେ ଲକ୍ଷ୍ନୌର ସଲମାନ ଖାନ, ଫାଇନ ବି ଲଗାଇଲା ପୁଲିସ୍‌

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବେଶ ଚର୍ଚ୍ଚିତ ହୋଇଥିବା ଡୁପ୍ଲିକେଟ୍‌ ସଲମାନ ଖାନ୍‌ଙ୍କୁ ଗିରଫ କରିଛି ପୁଲିସ୍‌। ତାଙ୍କ ନାଁ ଆଜମ ଅନସାରୀ। ସେ ବିଭିନ୍ନ ପ୍ରକାରର ରିଲ୍‌ ତିଆରି କରି ସୋଶାଲ ମିଡିଆରେ ପୋଷ୍ଟ କରନ୍ତି। ଅନସାରୀ ବଲିଉଡ ଭାଇଜାନ ସଲମାନ ଖାନଙ୍କ ଭଳି ଦିଶିବା ସହ ତାଙ୍କ ଷ୍ଟାଇଲକୁ କପି କରନ୍ତି। ଏଥିପାଇଁ ସେ ରାସ୍ତାରେ ଯିବା ବେଳେ ପ୍ରବଳ ଭିଡ଼ ମଧ୍ୟ ହୁଏ। ହେଲେ ଲକ୍ଷ୍ନୌ ପୁଲିସ୍‌ ତାଙ୍କୁ ଶାନ୍ତି ଭଙ୍ଗ କରିବା […]

Salman-Khan

Salman-Khan

Hemant Lenka
  • Published: Monday, 09 May 2022
  • Updated: 09 May 2022, 08:32 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବେଶ ଚର୍ଚ୍ଚିତ ହୋଇଥିବା ଡୁପ୍ଲିକେଟ୍‌ ସଲମାନ ଖାନ୍‌ଙ୍କୁ ଗିରଫ କରିଛି ପୁଲିସ୍‌। ତାଙ୍କ ନାଁ ଆଜମ ଅନସାରୀ। ସେ ବିଭିନ୍ନ ପ୍ରକାରର ରିଲ୍‌ ତିଆରି କରି ସୋଶାଲ ମିଡିଆରେ ପୋଷ୍ଟ କରନ୍ତି। ଅନସାରୀ ବଲିଉଡ ଭାଇଜାନ ସଲମାନ ଖାନଙ୍କ ଭଳି ଦିଶିବା ସହ ତାଙ୍କ ଷ୍ଟାଇଲକୁ କପି କରନ୍ତି। ଏଥିପାଇଁ ସେ ରାସ୍ତାରେ ଯିବା ବେଳେ ପ୍ରବଳ ଭିଡ଼ ମଧ୍ୟ ହୁଏ। ହେଲେ ଲକ୍ଷ୍ନୌ ପୁଲିସ୍‌ ତାଙ୍କୁ ଶାନ୍ତି ଭଙ୍ଗ କରିବା ଘଟଣାରେ ଗିରଫ କରିଛି। ଏଥିସହ ତାଙ୍କ ନାଁରେ ଚାଲାଣ ମଧ୍ୟ କାଟିଛି।

ମଳିଥିବା ସୂଚନା ଅନୁସାରେ, ଅନସାରୀ ରବିବାର ଠାକୁରଗଞ୍ଜ ପୁଲି ଷ୍ଟେସନ ଅଧୀନରେ ଥିବା କ୍ଲକ ଟାୱାର ନିକଟରେ ରିଲ ବନାଉଥିଲେ। ସେ ବିନା ଅନୁମତିରେ ସର୍ବସାଧାରଣ ସ୍ଥାନରେ ରିଲ୍‌ ବନାଉଥିବାରୁ ପ୍ରବଳ ଭିଡ଼ ହୋଇଥିଲା। ଏପରି କି ଶାନ୍ତି ଭଙ୍ଗ ମଧ୍ୟ ହୋଇଥିଲା। ଏହି କାରଣରୁ ପୁଲିସ୍‌ ତାଙ୍କୁ ଗିରଫ କରିଛି। ଏଥିସହ ଏହି ଡୁପ୍ଲେକେଟ ସଲମାନ ଖାନଙ୍କ ନାଁରେ ଧାରା ୧୫୧ ଅନୁଯାୟୀ ପୁଲିସ୍‌ ଚାଲାଣ ମଧ୍ୟ କାଟିଛି।

ଅନସାରୀ ଅନେକ ସମୟରେ ରାସ୍ତା ମଝିରେ ରିଲ୍‌ ବନାଇ ଏହାକୁ ସୋଶାଲ ମିଡିଆରେ ପୋଷ୍ଟ କରନ୍ତି। ସେ ଅର୍ଦ୍ଧନଗ୍ନ ଅବସ୍ଥାରେ ଓ ସର୍ବସାଧାରଣ ସ୍ଥାନରେ ସିଗାରେଟ୍‌ ଟାଣିବା ଭଳି ରିଲ ବି ପ୍ରସ୍ତୁତ କରନ୍ତି। ସେ ରାସ୍ତା ଘାଟରେ ରିଲ୍‌ ବନାଉଥିବାରୁ ଲୋକମାନେ ପ୍ରବଳ ଭିଡ଼ କରନ୍ତି। ଏଥିଯୋଗୁ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହୁଏ। ରବିବାର ଠାକୁରଗଞ୍ଜରେ ସମାନ ସ୍ଥିତି ସୃଷ୍ଟି ହେବାରୁ ପୁଲିସ୍‌ ଅନସାରୀଙ୍କୁ ଗିରଫ କରିଛି।
ୟୁଟ୍ୟୁବରେ ଅନସାରୀଙ୍କ ଅନୁଗାମୀଙ୍କ ସଂଖ୍ୟା ୧,୬୭,୦୦୦। ତାଙ୍କ ଭିଡିଓକୁ ଲକ୍ଷାଧିକ ଲୋକ ଦେଖନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos