ନେହରୁ-ଗାନ୍ଧି ପରିବାର ନାଁରେ ବହୁତ ଟଙ୍କା କମେଇଛନ୍ତି ଦଳୀୟ ନେତା: କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ: ନିଜର ବିବାଦୀୟ ଓ ବେଧଡ଼କ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କର୍ଣ୍ଣାଟକାର କଂଗ୍ରେସ ବିଧାୟକ କେଆର ରମେଶ କୁମାର ଗୁରୁବାର ବଡ଼ ଦାବି କରିଛନ୍ତି। ସେ ନେହରୁ ଓ ଗାନ୍ଧି ପରିବାର ସମ୍ପର୍କରେ ଦେଇଥିବା ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଗାନ୍ଧି ପରିବାର ନାଁରେ କଂଗ୍ରେସ ନେତାମାନେ ଅନେକ ଟଙ୍କା ହାସଲ କରି ସାରିଲେଣି ବୋଲି ରମେଶ କୁମାର ଦାବି କରିଛନ୍ତି। ଗୁରୁବାର ଇଡି ସୋନିଆ ଗାନ୍ଧିଙ୍କୁ ଜେରା କରୁଥିବା ବେଳେ ଦେଶର […]

congress

congress

Hemant Lenka
  • Published: Friday, 22 July 2022
  • Updated: 22 July 2022, 09:27 AM IST

Sports

Latest News

ବେଙ୍ଗାଲୁରୁ: ନିଜର ବିବାଦୀୟ ଓ ବେଧଡ଼କ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କର୍ଣ୍ଣାଟକାର କଂଗ୍ରେସ ବିଧାୟକ କେଆର ରମେଶ କୁମାର ଗୁରୁବାର ବଡ଼ ଦାବି କରିଛନ୍ତି। ସେ ନେହରୁ ଓ ଗାନ୍ଧି ପରିବାର ସମ୍ପର୍କରେ ଦେଇଥିବା ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଗାନ୍ଧି ପରିବାର ନାଁରେ କଂଗ୍ରେସ ନେତାମାନେ ଅନେକ ଟଙ୍କା ହାସଲ କରି ସାରିଲେଣି ବୋଲି ରମେଶ କୁମାର ଦାବି କରିଛନ୍ତି।

ଗୁରୁବାର ଇଡି ସୋନିଆ ଗାନ୍ଧିଙ୍କୁ ଜେରା କରୁଥିବା ବେଳେ ଦେଶର ବିଭିନ୍ନ ପ୍ରାନ୍ତ ଭଳି କର୍ଣ୍ଣାଟକାରେ ମଧ୍ୟ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରୁଥିଲେ। ଏହିକ୍ରମରେ ବେଙ୍ଗାଲୁରୁର ଫ୍ରିଡମ ପାର୍କ ନିକଟରେ କଂଗ୍ରେସ ପକ୍ଷରୁ ଆୟୋଜିତ ବିକ୍ଷୋଭ ସମାବେଶରେ ରମେଶ କୁମାର ଯୋଗ ଦେଇଥିଲେ। ଏହି ସମୟରେ ସେ କର୍ମୀମାନଙ୍କୁ ସମ୍ବୋଧନ କରି କହିଛନ୍ତି, “ଜବାହର ଲାଲ ନେହରୁ, ଇନ୍ଦିରା ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ନାଁରେ ଆମେ ମାନେ ଆମର ୩ରୁ ୪ ପିଢ଼ିଙ୍କ ପାଇଁ ଅନେକ ଟଙ୍କା କମେଇ ସାରିଲେଣି। ବର୍ତ୍ତମାନ ଯଦି ଆପଣମାନେ ଏହି ଋଣକୁ ପରିଶୋଧ କରିବେ ନାହିଁ, ତା’ହେଲେ ଏହା କାହା ପାଇଁ ବି ଶୁଭଙ୍କର ସାବ୍ୟସ୍ତ ହେବନି। ଯଦି ଆମେ ଆଜି ବଳିଦାନ ନ ଦେବା, ତା’ହେଲେ ଭବିଷ୍ୟତରେ ଆମେ ଖାଉଥିବା ଖାଦ୍ୟ କାଳେ ଆମ ପାଇଁ ଘାତକ ସାବ୍ୟସ୍ତ ହେବ ସେକଥା ଏବେ ମୋତେ ଭୟଭୀତ କରୁଛି। ଆମକୁ ଛୋଟ ଛୋଟ ପ୍ରସଙ୍ଗ ଛାଡ଼ି କଂଗ୍ରେସ ଓ ସୋନିଆ ଗାନ୍ଧିଙ୍କୁ ମଜବୁତ କରିବାକୁ ପଡ଼ିବ। ”

ରମେଶ କୁମାରଙ୍କ ଏହି ବୟାନ ରାଜ୍ୟରେ କ୍ଷମତାସୀନ ବିଜେପି ପାଇଁ ଗୋଟିଏ ବଡ଼ ଅସ୍ତ୍ର ଭାବେ ଉଭା ହୋଇଛି। ପୂର୍ବରୁ କଂଗ୍ରେସକୁ ଦୁର୍ନୀତି ଗ୍ରସ୍ତ ଦଳ କହି  ସମାଲୋଚନା କରୁଥିବା ବିଜେପି ଏବେ ରମେଶ କୁମାରଙ୍କ ବୟାନକୁ ନେଇ ଆଟାକିଂ ମୁଡକୁ ଚାଲି ଆସିଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସୁଧାକର କେ କହିଛନ୍ତି, “କଂଗ୍ରେସର ଲୁଟ ଭାରତ କାର୍ଯ୍ୟକ୍ରମକୁ ବେଶ ସୁନ୍ଦର ଭାବେ ନେତା ଜଣଙ୍କ ସାର୍ବଜନୀନ କରିଛନ୍ତି। ଏଥିପାଇଁ ତାଙ୍କୁ ଶୁଭେଚ୍ଛା।” ସେହିପରି ବିଜେପିର ଅନେକ ନେତା ମଧ୍ୟ ରମେଶ କୁମାରଙ୍କ ବୟାନକୁ ଆଧାର କରି କଂଗ୍ରେସକୁ ଘେରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos