ସାଉଥ ସୁପରଷ୍ଟାର ବିଜୟଙ୍କୁ ଆଶ୍ୱସ୍ତି, ଆୟକର ବିଭାଗର ଫାଇନ ଉପରେ ଲାଗିଲା ରୋକ

ଚେନ୍ନାଇ: ସାଉଥ ସୁପରଷ୍ଟାର ବିଜୟଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଆୟକର ବିଭାଗ ତାଙ୍କ ନାଁରେ କାଟିଥିବା ୧.୫ କୋଟି ଟଙ୍କାର ଫାଇନ ଉପରେ ରୋକ ଲଗାଇ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ। ୨୦୧୫-୧୬ରେ ବିଜୟ ଆୟ କରିଥିବା ୧୫ କୋଟି ଟଙ୍କାର ହିସାବ ଦେଇ ନଥିଲେ। ଏଥିପାଇଁ ତାଙ୍କ ନାଁରେ ୧.୫ କୋଟି ଟଙ୍କାର ଫାଇନ କଟା ଯାଇଥିଲା। ଫାଇନ ଲାଗୁ କରିବା ପୂର୍ବରୁ ଆୟକର ବିଭାଗ ୨୦୧୫ ମସିହା ସେପ୍ଟେମ୍ବର ୩୦ରେ ବିଜୟଙ୍କ ଏକାଧିକ ଠିକଣା ରେଡ୍‌ […]

Vijya

Vijya

Hemant Lenka
  • Published: Tuesday, 16 August 2022
  • Updated: 16 August 2022, 03:48 PM IST

Sports

Latest News

ଚେନ୍ନାଇ: ସାଉଥ ସୁପରଷ୍ଟାର ବିଜୟଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଆୟକର ବିଭାଗ ତାଙ୍କ ନାଁରେ କାଟିଥିବା ୧.୫ କୋଟି ଟଙ୍କାର ଫାଇନ ଉପରେ ରୋକ ଲଗାଇ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ। ୨୦୧୫-୧୬ରେ ବିଜୟ ଆୟ କରିଥିବା ୧୫ କୋଟି ଟଙ୍କାର ହିସାବ ଦେଇ ନଥିଲେ। ଏଥିପାଇଁ ତାଙ୍କ ନାଁରେ ୧.୫ କୋଟି ଟଙ୍କାର ଫାଇନ କଟା ଯାଇଥିଲା।

ଫାଇନ ଲାଗୁ କରିବା ପୂର୍ବରୁ ଆୟକର ବିଭାଗ ୨୦୧୫ ମସିହା ସେପ୍ଟେମ୍ବର ୩୦ରେ ବିଜୟଙ୍କ ଏକାଧିକ ଠିକଣା ରେଡ୍‌ କରିଥିଲା। ତେବେ ଫାଇନ ବିରୋଧରେ ବିଜୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଆବେଦନର ଶୁଣାଣି କରି ଜଷ୍ଟିସ ଅନୀତା ସୁମନ୍ତ ଆୟକର ବିଭାଗକୁ ଜବାବ ଦେବାକୁ ନୋଟିସ କରିଛନ୍ତି। ସେପ୍ଟେମ୍ବର ୧୬ ତାରିଖ ସୁଦ୍ଧା ଆୟକର ବିଭାଗ ଜବାବ ଦାଖଲ କରିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଆୟକର ବିଭାଗ କହିଛି ଯେ ସର୍ଚ୍ଚ ଅପରେସନ ବେଳେ ବିଜୟ ତାମିଲ ଫିଲ୍ମ ପୁଲି ପାଇଁ ଚେକ୍‌ରେ ୧୬ କୋଟି ଟଙ୍କା ନେଇଥିଲେ। ଏହା ତାଙ୍କର ପାରିଶ୍ରମିକ ଥିଲା। ହେଲେ ଏହି ଚେକ୍‌ ବ୍ୟତୀତ ସେ ନଗଦ ୫ କୋଟି ଟଙ୍କା ମଧ୍ୟ ନେଇଥିଲା। ସର୍ଚ୍ଚ ଅପରେସନ ବେଳେ ବିଜୟ ମଧ୍ୟ ଏକଥାକୁ ସ୍ୱୀକାର କରିଥିଲେ। ଏହାବାଦ ୨୦୧୫-୨୬ ଆର୍ଥିକ ବର୍ଷରେ ସେ ପାଇଥିବା ଆଉ ୧୦ କୋଟି ଟଙ୍କାର ହିସାବ ଆୟକର ଦାଖଲ ବେଳେ ଘୋଷଣା କରି ନଥିଲେ।

ଏକଥା ଜଣାପଡ଼ିବା ପରେ ବିଜୟ ଘୋଷଣା ନ ହୋଇଥିବା ୧୫ କୋଟି ଟଙ୍କା ଉପରେ ନିୟମ ଅନୁସାରେ ଟିକସ ଦେବାକୁ ରାଜି ମଧ୍ୟ ହୋଇଥିଲେ। ଆୟକର ବିଭାଗ ୧୦% ଟିକସ ଆକାରରେ ୧୫ କୋଟି ଟଙ୍କା ପାଇଁ ତାଙ୍କ ନାଁରେ ୧.୫ କୋଟି ଟଙ୍କାର ଫାଇନ କାଟିଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ବିଜୟ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos