କାୟା ମେଲାଉଛି କରୋନା, ଚିନ୍ତା ବଢ଼ାଉଛି ୮ ରାଜ୍ୟର ସ୍ଥିତି
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପ୍ରତିଦିନ ରେକର୍ଡ କରିବାରେ ଲାଗିଛି। ଦୈନିକ ସଂକ୍ରମଣ ଓ ପଜିଟିଭ ହାର ବଢ଼ୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି। ବିଶେଷ କରି ୮ଟି ରାଜ୍ୟର କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଦେଶର ମୋଟ ଆକ୍ଟିକ କେସ୍ ମଧ୍ୟରୁ କେବଳ ମହାରାଷ୍ଟ୍ରରେ ୫୮% ଲୋକ ରହିଛନ୍ତି।
ଦେଶରେ ଆଜି ୨୬,୨୯୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହା ମଧ୍ୟରୁ ମହାରାଷ୍ଟ୍ରରେ ୧୬,୬୨୦ ଜଣ, କେରଳରୁ ୧୭୯୨ ଜଣ ଓ ପଞ୍ଜାବରୁ ୧୪୯୨ ଜଣ ଆକ୍ରାନ୍ତ ରହିଛନ୍ତି। କେନ୍ଦ୍ର ସରକାର କହିଛନ୍ତି, ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକା, ଗୁଜରାଟ ଓ ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ୁଛି।
ଏହି ୫ ରାଜ୍ୟରୁ ଦେଶର ୭୮.୪୧% ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହି ୫ ରାଜ୍ୟ ବ୍ୟତୀତ ଦିଲ୍ଲୀ, ଗୁଜରାଟ ଓ ହରିଆଣାର ସ୍ଥିତି ମଧ୍ୟ ଡରାଇବା ଆରମ୍ଭ କଲାଣି। ଏଠାରେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି।
ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ କହିଛନ୍ତି, କରୋନା କଟକଣା ପାଇଁ ଜାରି ନିୟମକୁ ଉଲ୍ଲଙ୍ଘନ କରାଯାଉଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସବୁ ରାଜ୍ୟର ସରକାରମାନେ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବା ସହ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ଉଚିତ। ନଚେତ ସଂକ୍ରମଣ ଏମିତି ବଢ଼ି ଚାଲିଥିବ ବୋଲି ସେ ଚେତାବନୀ ଦେଇଛନ୍ତି।
पत्रकारों से बात करते हुए मैंने कहा कि लोगों की लापरवाही के कारण कुछ राज्यों में कोरोना के cases बढ़े हैं। मैंने कहा कि सभी राज्य सरकारों व देश के लोगों को सुनिश्चित करना होगा कि वैक्सीन आने के बाद भी COVID APPROPRIATE BEHAVIOUR में कोताही न बरती जाए।@ombirlakota @PMOIndia pic.twitter.com/I2Ggt2AsbM
— Dr Harsh Vardhan (@drharshvardhan) March 15, 2021
ବର୍ତ୍ତମାନ ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ୨,୧୯,୨୬୨ ରହିଛି। ମହାରାଷ୍ଟ୍ର, ପଞ୍ଜାବ ଓ କେରଳରେ ଏହା ମଧ୍ୟରୁ ୭୭% ଆକ୍ଟିଭ କେସ୍ ରହିଛି। କେବଳ ମହାରାଷ୍ଟ୍ରରେ ଦେଶର ୫୮% ଆକ୍ଟିଭ କେସ୍ ରହିଛି।
ଅନ୍ୟପକ୍ଷରଆ ସୋମବାର ଭାରତରେ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ୩ କୋଟି ପାର କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।