କରୋନା ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସ୍ଥଗିତ

ମୁମ୍ବାଇ: କରୋନା ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ର ଆଜି ବଡ଼ ପଦକ୍ଷେପ ନେଇଛି। ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ରାଜ୍ୟ ବୋର୍ଡର ଦ୍ୱାଦଶ ପରୀକ୍ଷା ମେ’ ଶେଷ ସପ୍ତାହ ଓ ୧୦ମ ପରୀକ୍ଷା ଜୁନ୍‌ ମାସ ଯାଏ ସ୍ଥଗିତ ରଖିବାକୁ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଶିକ୍ଷାମନ୍ତ୍ରୀ ବର୍ଷା ଗାଏକ୍ୱାଡ ସୂଚନା ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ […]

Exam

Exam

Hemant Lenka
  • Published: Monday, 12 April 2021
  • Updated: 12 April 2021, 05:24 PM IST

Sports

Latest News

ମୁମ୍ବାଇ: କରୋନା ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ର ଆଜି ବଡ଼ ପଦକ୍ଷେପ ନେଇଛି। ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ରାଜ୍ୟ ବୋର୍ଡର ଦ୍ୱାଦଶ ପରୀକ୍ଷା ମେ’ ଶେଷ ସପ୍ତାହ ଓ ୧୦ମ ପରୀକ୍ଷା ଜୁନ୍‌ ମାସ ଯାଏ ସ୍ଥଗିତ ରଖିବାକୁ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଶିକ୍ଷାମନ୍ତ୍ରୀ ବର୍ଷା ଗାଏକ୍ୱାଡ ସୂଚନା ଦେଇଛନ୍ତି।

ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିବା ପରେ ଏଭଳି ଘୋଷଣା କରିଛନ୍ତି। ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ମନ୍ତ୍ରୀ ବର୍ଷା କହିଛନ୍ତି, ଗତ କିଛି ଦିନ ହେଲା ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ପରୀକ୍ଷା ଆୟୋଜନ ଓ ଶିକ୍ଷାର୍ଥୀ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯିବା ଉପରେ ବିଚାର କରାଯାଇଥିଲା।

ପରୀକ୍ଷା ପ୍ରକ୍ରିୟାରେ ସାମିଲ ହେଉଥିବା ଲୋକଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏଚଏସ୍‌ସି(ଦ୍ୱାଦଶ) ଓ ଏସଏସ୍‌ସି(ଦଶମ) ବୋର୍ଡ ପରୀକ୍ଷାକୁ ସ୍ଥିଗିତ ରଖିବାକୁ ନିଷ୍ପତ୍ତି ହୋଇଛି। ଏସ୍‌ଏସ୍‌ସି ପରୀକ୍ଷା ଜୁନ୍‌ ଓ ଏଚଏସ୍‌ସି ପରୀକ୍ଷା ମେ’ ଶେଷ ସପ୍ତାହରେ ହୋଇପାରେ। ଏହାଦ୍ୱାରା ଜଣେ ଶିକ୍ଷାର୍ଥୀଙ୍କ ଉଚ୍ଚଶିକ୍ଷା ଉପରେ ଏହା କୌଣସି ପ୍ରଭାବ ପକାଇ ପାରିବ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୨୩ ଓ ଦଶମ ବୋର୍ଡ ପରୀକ୍ଷା ଏପ୍ରିଲ ୨୯ରେ ଆରମ୍ଭ ହେବାର ଥିଲା।

ମନ୍ତ୍ରୀ ବର୍ଷ ଆହୁରି କହିଛନ୍ତି, ମହାରାଷ୍ଟ୍ର ବୋର୍ଡ ଯେଉଁଭଳି ପଦକ୍ଷେପ ନେଇଛି ଅନ୍ୟ ବୋର୍ଡ ଗୁଡ଼ିକ ମଧ୍ୟ ସମାନ ପଦକ୍ଷେପ ନିଅନ୍ତୁ। ଆମେ ଏସମ୍ପର୍କରେ ଅନ୍ୟ ବୋର୍ଡ ଗୁଡ଼ିକ ସହ କଥା ହେବୁ ବୋଲି ବି ସେ କହିଛନ୍ତି। ପ୍ରତିବର୍ଷ ରାଜ୍ୟର ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୩୦ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ସାମିଲ ହୁଅନ୍ତି। ଚଳିତ ବର୍ଷ କରୋନାର ଉଗ୍ର ରୂପକୁ ଦୃଷ୍ଟିରେ ରଖି ଶିକ୍ଷାର୍ଥୀମାନେ ପରୀକ୍ଷା ବାତିଲ କିମ୍ବା ସ୍ଥଗିତ ରଖିବାକୁ ଦାବି କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story