ଚଳିତ ସପ୍ତାହରେ କ୍ୟାବିନେଟ ସଂପ୍ରସାରଣ: ଫଡନାଭିସ ହେବେ ଗୃହମନ୍ତ୍ରୀ!

ମୁମ୍ବାଇ: ଚଳିତ ସପ୍ତାହରେ ମହାରାଷ୍ଟ୍ରରେ କ୍ୟାବିନେଟ ସଂପ୍ରସାରଣ କରାଯିବ। ଏହାପୂର୍ବରୁ ଏକାଧିକ ବୈଠକ ଓ ମାନସମନ୍ଥନ କରାଯାଇଛି। ଏପରି କି ସମ୍ଭାବ୍ୟ ମନ୍ତ୍ରୀ ତାଲିକା ଧରି ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଦିଲ୍ଲୀ ମଧ୍ୟ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଅସୁସ୍ଥ ଥିବାରୁ ମନ୍ତ୍ରିମଣ୍ଡଳ ଗଠନର ସବୁ କଥା ଫଡନାଭିସ ବୁଝୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜ୍ୟର ଗୃହମନ୍ତ୍ରୀ କିଏ ହେବେ, ତା’କୁ ନେଇ ସସପେନ୍ସ ବଢ଼ିଥିଲା। ଏବେ ମିଳିଥିବା ଖବର ଅନୁସାରେ, ନିଜେ ଫଡନାଭିସ […]

Eknath Shinde

Eknath Shinde

Hemant Lenka
  • Published: Monday, 08 August 2022
  • Updated: 08 August 2022, 12:19 PM IST

Sports

Latest News

ମୁମ୍ବାଇ: ଚଳିତ ସପ୍ତାହରେ ମହାରାଷ୍ଟ୍ରରେ କ୍ୟାବିନେଟ ସଂପ୍ରସାରଣ କରାଯିବ। ଏହାପୂର୍ବରୁ ଏକାଧିକ ବୈଠକ ଓ ମାନସମନ୍ଥନ କରାଯାଇଛି। ଏପରି କି ସମ୍ଭାବ୍ୟ ମନ୍ତ୍ରୀ ତାଲିକା ଧରି ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଦିଲ୍ଲୀ ମଧ୍ୟ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଅସୁସ୍ଥ ଥିବାରୁ ମନ୍ତ୍ରିମଣ୍ଡଳ ଗଠନର ସବୁ କଥା ଫଡନାଭିସ ବୁଝୁଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜ୍ୟର ଗୃହମନ୍ତ୍ରୀ କିଏ ହେବେ, ତା’କୁ ନେଇ ସସପେନ୍ସ ବଢ଼ିଥିଲା। ଏବେ ମିଳିଥିବା ଖବର ଅନୁସାରେ, ନିଜେ ଫଡନାଭିସ ହିଁ ଗୃହମନ୍ତ୍ରୀ ପଦ ସମ୍ଭାଳିବେ। କିନ୍ତୁ ଏ ସମ୍ପର୍କରେ ଫଡନାଭିସ କିମ୍ବା ସିନ୍ଧେଙ୍କ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି।

ଫଡନାଭିସ କେବଳ କହିଛନ୍ତି ଯେ “ଆପଣମାନେ ଚିନ୍ତା କରୁଥିବା ଦିନ ଠାରୁ ବହୁ ପୂର୍ବରୁ ମହାରାଷ୍ଟ୍ର କ୍ୟାବିନେଟ ସଂପ୍ରସାରଣ କରାଯିବ।” ଜୁନ୍ ୩୦ରୁ କେବଳ ମୁଖ୍ୟମନ୍ତ୍ରୀ ସିନ୍ଧେ ଓ ଉପ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କୁ ନେଇ ମହାରାଷ୍ଟ୍ର ସରକାର ଚାଲିଛି।

ନିକଟରେ ଉଭୟ ସିନ୍ଧେ ଓ ଫଡନାଭିସ ଦିଲ୍ଲୀରେ ରହିଥିଲେ। ଗତକାଲି ସିନ୍ଧେ ଅନ୍ୟ ୨୨ ଜଣ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ନୀତି ଆୟୋଗ ବୈଠକରେ ବି ଯୋଗଦେଇଥିଲେ। ଏହି ବୈଠକ ପରେ ବିଜେପି ହାଇକମାଣ୍ଡ ସହ ଫଡନାଭିସ ଓ ସିନ୍ଧେ ମହାରାଷ୍ଟ୍ର କ୍ୟାବିନେଟ ସଂପ୍ରସାରଣ ନେଇ ମଧ୍ୟ ଆଲୋଚନା କରିଥିବା ଜଣାପଡ଼ିଛି। ତେଣୁ ଖୁବଶୀଘ୍ର ମହାରାଷ୍ଟ୍ରରେ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos