ବିବାଦୀୟ ବୟାନ ପାଇଁ କ୍ଷମା ମାଗିଲେ ମହାରାଷ୍ଟ୍ର ରାଜ୍ୟପାଳ

ମୁମ୍ବାଇ: ମହାରାଷ୍ଟ୍ରକୁ ନେଇ ବିବାଦୀୟ ବୟାନ ଦେଇଥିବା ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଶେଷରେ କ୍ଷମା ମାଗିଛନ୍ତି। ସେ ଗୋଟିଏ କାର୍ଯ୍ୟକ୍ରମରେ ବିବାଦୀୟ ବୟାନ ଦେବା ପରେ ଏହାକୁ ନେଇ ରାଜନୀତିକ ଝଡ଼ ଦେଖାଇ ଯାଇଥିଲା। ଏବେ ବିବାଦକୁ ଦୃଷ୍ଟିରେ ରଖି ରାଜ୍ୟପାଳ କୋଶୟାରୀ କ୍ଷମା ପ୍ରାର୍ଥନା କରିଛନ୍ତି। ନିଜର କ୍ଷମା ପ୍ରାର୍ଥନାରେ ରାଜ୍ୟପାଳ କହିଛନ୍ତି, “ଜୁଲାଇ ୨୯ରେ ମୁମ୍ବାଇର ବିକାଶ ପାଇଁ କିଛି ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କ ଯୋଗଦାନ ସମ୍ପର୍କରେ ମୁଁ ଦେଇଥିବା ବୟାନ ଭୁଲ […]

Koshyari

Koshyari

Hemant Lenka
  • Published: Monday, 01 August 2022
  • Updated: 01 August 2022, 08:14 PM IST

ମୁମ୍ବାଇ: ମହାରାଷ୍ଟ୍ରକୁ ନେଇ ବିବାଦୀୟ ବୟାନ ଦେଇଥିବା ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଶେଷରେ କ୍ଷମା ମାଗିଛନ୍ତି। ସେ ଗୋଟିଏ କାର୍ଯ୍ୟକ୍ରମରେ ବିବାଦୀୟ ବୟାନ ଦେବା ପରେ ଏହାକୁ ନେଇ ରାଜନୀତିକ ଝଡ଼ ଦେଖାଇ ଯାଇଥିଲା। ଏବେ ବିବାଦକୁ ଦୃଷ୍ଟିରେ ରଖି ରାଜ୍ୟପାଳ କୋଶୟାରୀ କ୍ଷମା ପ୍ରାର୍ଥନା କରିଛନ୍ତି।

ନିଜର କ୍ଷମା ପ୍ରାର୍ଥନାରେ ରାଜ୍ୟପାଳ କହିଛନ୍ତି, “ଜୁଲାଇ ୨୯ରେ ମୁମ୍ବାଇର ବିକାଶ ପାଇଁ କିଛି ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କ ଯୋଗଦାନ ସମ୍ପର୍କରେ ମୁଁ ଦେଇଥିବା ବୟାନ ଭୁଲ ଥିଲା। କେବଳ ମହାରାଷ୍ଟ୍ର ନୁହେଁ, ପୂରା ଭାରତର ବିକାଶ ପାଇଁ ସମସ୍ତଙ୍କର ସ୍ୱତନ୍ତ୍ର ଅବଦାନ ରହିଛି। ବର୍ତ୍ତମାନ ଭାରତ ବିକାଶ ଦିଗରେ ଗତି କରୁଛି।

ବିଶେଷ କରି ରାଜ୍ୟ ଗୁଡ଼ିକର ଉଦାରତା ଓ ସମସ୍ତଙ୍କୁ ସାଙ୍ଗରେ ଧରି ଚାଲିବା ପରମ୍ପରା ଯୋଗୁ ହିଁ ଆଜି ଦେଶ ବିକାଶର ରାସ୍ତାରେ ଚାଲି ପାରିଛି। ବିଗତ ପ୍ରାୟ ୩ ବର୍ଷ ଧରି ମହାରାଷ୍ଟ୍ର ଲୋକଙ୍କ ଠାରୁ ଅନେକ ଭଲ ପାଇବା ମିଳିଛି। ମୁଁ ମହାରାଷ୍ଟ୍ର ଓ ମରାଠୀ ଭାଷାର ସମ୍ମାନ ବଢ଼ାଇବା ପାଇଁ ପୂରା ଚେଷ୍ଟା କରିଛି।

କିନ୍ତୁ ସେଦିନର ଭାଷଣରେ ମୋର କିଛି ଭୁଲ ହୋଇଯାଇଛି। ସେହି ଭୁଲକୁ ମହାରାଷ୍ଟ୍ର ଭଳି ମହାନ ପ୍ରଦେଶର ଅବମାନନା ରୂପେ ବିବେଚନା କରିବା କଥା କେବେ ହେଲେ କଳ୍ପନା କରାଯାଇ ପାରିବନି। ମହାରାଷ୍ଟ୍ରର ମହାନ ସନ୍ଥ ପରମ୍ପରାରେ ଆପଣ ଏହି ବିନମ୍ର ରାଜ୍ୟ ସେବକକୁ କ୍ଷମା କରି ନିଜର ବିଶାଳ ହୃଦୟର ପରିଚୟ ଦିଅନ୍ତୁ।”

ଗୋଟିଏ କାର୍ଯ୍ୟକ୍ରମରେ ରାଜ୍ୟପାଳ କୋଶୟାରୀ କହିଥିଲେ ଯେ “ଯଦି ଗୁଜୁରାଟୀ ଓ ରାଜସ୍ଥାନୀଙ୍କୁ ମହାରାଷ୍ଟ୍ର, ବିଶେଷ କରି ମୁମ୍ବାଇ ଓ ଥାନେରୁ ହଟାଇ ଦିଆଯାଏ, ତେବେ ଏଠାରେ ଟଙ୍କା ଅଭାବ ପଡ଼ିଯିବ। ଆର୍ଥିକ ରାଜଧାନୀ ବୋଲାଉଥିବା ମୁମ୍ବାଇ ପାଖରୁ ଏହି ଟ୍ୟାଗ୍‌ ହଟିଯିବ।” ରାଜ୍ୟପାଳଙ୍କ ଏହି ବୟାନକୁ ତମ୍ବିତୋଫାନ ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story