ସଂକ୍ରମଣ ସହ ତାଳ ଦେଇ ବଢ଼ିଲା ମୃତ୍ୟୁସଂଖ୍ୟା, ଦିନକରେ ଗଲା ୩୦୧ଙ୍କ ଜୀବନ

ମୁମ୍ବାଇ: ମହାମାରୀ କରୋନାର ଦ୍ୱିତୀୟ ଲହରୀ ମହାରାଷ୍ଟ୍ରରେ ଥମିବାର ନାଁ ଧରୁନି। ସଂକ୍ରମଣ ସାଙ୍ଗକୁ ଏବେ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ କରୋନା ଦ୍ୱାରା ପ୍ରାୟ ୫୯ ହଜାର ଲୋକ ସଂକ୍ରମିତ ହୋଇଥିବା ବେଳେ ୩୦୧ ଜଣଙ୍କ ମୃତ୍ୟୁ ଘଟିଛି। ଦିନକରେ ୫୮,୯୯୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ରାଜ୍ୟରେ ଆକ୍ଟିଭ କେସ୍‌ ସଂଖ୍ୟା ୫,୩୪,୬୦୩କୁ ବୃଦ୍ଧି ପାଇଛି। ରାଜ୍ୟରେ ୩୦୧ ଜଣଙ୍କ ମୃତ୍ୟୁ ଘଟିବାରୁ ମୃତ୍ୟୁହାର […]

Maharashtra

Maharashtra

Hemant Lenka
  • Published: Friday, 09 April 2021
  • Updated: 09 April 2021, 10:01 PM IST

Sports

Latest News

ମୁମ୍ବାଇ: ମହାମାରୀ କରୋନାର ଦ୍ୱିତୀୟ ଲହରୀ ମହାରାଷ୍ଟ୍ରରେ ଥମିବାର ନାଁ ଧରୁନି। ସଂକ୍ରମଣ ସାଙ୍ଗକୁ ଏବେ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ କରୋନା ଦ୍ୱାରା ପ୍ରାୟ ୫୯ ହଜାର ଲୋକ ସଂକ୍ରମିତ ହୋଇଥିବା ବେଳେ ୩୦୧ ଜଣଙ୍କ ମୃତ୍ୟୁ ଘଟିଛି। ଦିନକରେ ୫୮,୯୯୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ରାଜ୍ୟରେ ଆକ୍ଟିଭ କେସ୍‌ ସଂଖ୍ୟା ୫,୩୪,୬୦୩କୁ ବୃଦ୍ଧି ପାଇଛି।

ରାଜ୍ୟରେ ୩୦୧ ଜଣଙ୍କ ମୃତ୍ୟୁ ଘଟିବାରୁ ମୃତ୍ୟୁହାର ୧.୭୯ ଛୁଇଁଛି। ଏଯାଏ କରୋନା ମହାରାଷ୍ଟ୍ରରେ ୫୭,୩୨୯ ଜଣଙ୍କ ମୁଣ୍ଡ ନେଇ ସାରିଲାଣି। ସେହିପରି ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୮୮,୫୪୦ରେ ପହଞ୍ଚି ଯାଇଛି। ଗୋଟିଏ ଦିନରେ ୪୫,୩୯୧ ଜଣ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ନୂଆ ଆରୋଗ୍ୟଙ୍କୁ ମିଶାଇ ରାଜ୍ୟରେ ଏଯାଏ ୨୬,୯୫,୧୪୮ ଜଣ ସୁସ୍ଥ ହେଲେଣି। ମହାରାଷ୍ଟ୍ରରେ ଏବେ ଆରୋଗ୍ୟ ହାର ୮୧.୯୬% ରହିଛି।


ବୁଧବାର ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୫୯,୯୦୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଗତକାଲି ୫୬,୨୮୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ଓ ୩୭୬ ଜଣଙ୍କ ମୃତ୍ୟୁ ଘଟିଥିଲା। ରାଜ୍ୟରେ ଏବେ ୨୬,୯୫,୦୬୫ ଜଣ ହୋମ କ୍ୱାରେଣ୍ଟାଇନ ଓ ୨୪,୧୫୭ ଜଣ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟର୍‌ରେ ରହିଛନ୍ତି।

ସ୍ଥିତି ଦିନକୁ ଦିନ ବିଗୁଡ଼ୁ ଥିବାରୁ ମହାରାଷ୍ଟ୍ର ସରକାର ପୂରା ରାଜ୍ୟରେ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରିବାକୁ ଯୋଜନା କରୁଛନ୍ତି। ଆସନ୍ତାକାଲି ଏହା ଉପରେ ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos