ICICI ବ୍ୟାଙ୍କ ଲୁଟ୍‌ବେଳେ ଧରାପଡ଼ିଲେ Axis ବ୍ୟାଙ୍କ ମ୍ୟାନେଜର

ପାଲଘର: ଋଣ ସୁଝି ନପାରି ବ୍ୟାଙ୍କ ଲୁଟ୍‌ କରିବାବେଳେ ପୂର୍ବତନ ବ୍ୟାଙ୍କ ସହଯୋଗୀଙ୍କୁ ହତ୍ୟା କରିଛନ୍ତି ଜଣେ ଘରୋଇ ବ୍ୟାଙ୍କର ମ୍ୟାନେଜର। ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏହି ହତ୍ୟା ହୋଇଛି। ଗତକାଲି ରାତି ୮ଟା ୩୦ ସମୟରେ ଅଭିଯୁକ୍ତ ଜଣଙ୍କ ନିଜର ପୂର୍ବତନ ବ୍ୟାଙ୍କକୁ ଆସି ଏଭଳି କାଣ୍ଡ ଭିଆଇଛି। ବ୍ୟାଙ୍କରୁ ପଇସା ଲୁଟ୍ କରିବା ଉଦ୍ଦେଶ୍ୟରେ ଆସି ଧରା ପଡ଼ିଯିବା ଭୟରେ ଅଭିଯୁକ୍ତ ଜଣଙ୍କ ଏଭଳି କାଣ୍ଡ ଭିଆଇଥିବା ସୂଚନା ରହିଛି। ଏହି ହତ୍ୟା ଘଟଣାରେ […]

icici-bank

icici-bank

Subhransu Sekhar
  • Published: Friday, 30 July 2021
  • Updated: 30 July 2021, 02:39 PM IST

Sports

Latest News

ପାଲଘର: ଋଣ ସୁଝି ନପାରି ବ୍ୟାଙ୍କ ଲୁଟ୍‌ କରିବାବେଳେ ପୂର୍ବତନ ବ୍ୟାଙ୍କ ସହଯୋଗୀଙ୍କୁ ହତ୍ୟା କରିଛନ୍ତି ଜଣେ ଘରୋଇ ବ୍ୟାଙ୍କର ମ୍ୟାନେଜର। ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏହି ହତ୍ୟା ହୋଇଛି। ଗତକାଲି ରାତି ୮ଟା ୩୦ ସମୟରେ ଅଭିଯୁକ୍ତ ଜଣଙ୍କ ନିଜର ପୂର୍ବତନ ବ୍ୟାଙ୍କକୁ ଆସି ଏଭଳି କାଣ୍ଡ ଭିଆଇଛି। ବ୍ୟାଙ୍କରୁ ପଇସା ଲୁଟ୍ କରିବା ଉଦ୍ଦେଶ୍ୟରେ ଆସି ଧରା ପଡ଼ିଯିବା ଭୟରେ ଅଭିଯୁକ୍ତ ଜଣଙ୍କ ଏଭଳି କାଣ୍ଡ ଭିଆଇଥିବା ସୂଚନା ରହିଛି। ଏହି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅନୀଲ ଦୁବେ ଗିରଫ ହୋଇଛି। ଅନ୍ୟ ଜଣେ ସହଯୋଗୀ କିନ୍ତୁ ଖସି ପଳାଇଛି।

ଆକ୍ସିସ ବ୍ୟାଙ୍କର ନାଇଗାଓଁରେ ଶାଖା ପରିଚାଳକ ଭାବେ କାର୍ଯ୍ୟରତ ଅନୀଲ ଦୁବେ ପୂର୍ବରୁ କାମ କରୁଥିବା ପାଲଘର ଜିଲ୍ଲାର ବିରାର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ଶାଖାକୁ ଗତକାଲି ରାତି ୮ଟା ୩୦ ମିନିଟରେ ଆସିଥିଲା। ବ୍ୟାଙ୍କରେ ପ୍ରବେଶ କରି ପୂର୍ବତନ ସହଯୋଗୀ ତଥା ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ଯୋଗୀତା ବର୍ତକ ଏବଂ କ୍ୟାଶିଅର ଶ୍ରଦ୍ଧା ଦେବରୁଖକଙ୍କୁ ହଠାତ୍ ଛୁରୀ ଦେଖାଇଥିଲା। ପରେ ବ୍ୟାଙ୍କର ସମସ୍ତ ଟଙ୍କା ଏବଂ ଲକରରେ ଥିବା ଗହଣା ହସ୍ତାନ୍ତର କରିବାକୁ ଦୁବେ ଦୁଇ ପୂର୍ବତନ ସହଯୋଗୀଙ୍କୁ କହିଥିଲା। ହେଲେ ଦୁଇ ମହିଳା କର୍ମଚାରୀ ଏଭଳି ନକରି ହଠାତ୍ ଏମରଜେନ୍ସି ବେଲ୍ ମାରି ଦେଇଥିଲେ।

ଏହାପରେ ଧରା ପଡ଼ିଯିବା ଭୟରେ ଅନୀଲ ଦୁବେ ଦୁଇ ପୂର୍ବତନ ସହଯୋଗୀଙ୍କ ଉପରେ ଛୁରୀ ମାଡ଼ କରିଥିଲା। ହେଲେ ଖସିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଅନୀଲ ଦୁବେକୁ ଅଟକ ରଖିଥିଲେ। ଅନ୍ୟତମ ସହଯୋଗୀ ସୁରେଶ ଭାରାଦେ କିନ୍ତୁ ଖସି ପଳାଇଥିଲା। ବ୍ୟାଙ୍କର ଦୁଇ ମହିଳା କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ହସ୍ପିଟାଲକୁ ନେଇ ଯାଇଥିଲେ। ଗୁରୁତର ଯୋଗୀତା ହସ୍ପିଟାଲରେ ପହଞ୍ଚିବା ପରେ ପ୍ରାଣ ହରାଇଥିଲେ। ଏ ନେଇ ସଂପୃକ୍ତ ହସ୍ପିଟାଲର ଡାକ୍ତର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଅନୀଲ ଦୁବେ ପୂର୍ବରୁ ଏହି ଆଇସିଆଇସିଆଇ ବ୍ୟାଙ୍କର ମ୍ୟାନେଜର ଭାବରେ କାମ କରୁଥିଲେ। ଏହି ସମୟରେ ସେ ୧ କୋଟି ଟଙ୍କାର ଋଣ ନେଇଥିଲେ। ପରେ ସେ ଆକ୍ସିସ ବ୍ୟାଙ୍କକୁ ପଳାଇଥିଲେ। ହେଲେ ଋଣ ପରିଶୋଧ କରିବା ତାଙ୍କ ପାଇଁ କାଠିକର ହୋଇ ଯାଇଥିଲା। ଏହାପରେ ସେ ବ୍ୟାଙ୍କ ଲୁଟ୍ କରି ଋଣ ପରିଶୋଧ କରିବାକୁ ଚିନ୍ତା କରିଥିଲେ ବୋଲି ସୂଚନା ମିଳିଛି। ପୁଲିସ ଏବେ ଅନୀଲ ଦୁବେ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story