ଥିଲେ ଝିଅ, ହେଲେ ପୁଅ, ପୁଣି ହେଲେ ଝିଅ: ହାଇକୋର୍ଟ ରାୟ ପରେ ପାଇଲେ ଚାକିରି

ମୁମ୍ବାଇ: ପୁଲିସ ଚାକିରି ପାଇଁ ଆବେଦନ କରି ପରୀକ୍ଷା ଦେଇଥିଲେ। ଇଣ୍ଟରଭ୍ୟୁରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ। କିନ୍ତୁ ମେଡିକାଲ ପରୀକ୍ଷାରେ ଝିଅ ନୁହେଁ ପୁଅ ଜଣାପଡ଼ିବା ପରେ ତାଙ୍କ ଚାକିରି ବାତିଲ କରାଯାଇଥିଲା। ଏନେଇ ଆବେଦନକାରୀ ଜଣକ ବମ୍ବେ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ଆଉ ଶେଷରେ ଅଦାଲତରେ ନ୍ୟାୟ ପାଇଛନ୍ତି ଆବେଦନକାରୀ। ଆବେଦନକାରୀ ଯୁବତୀ ବୋଲି ପ୍ରମାଣିତ ହେବା ପରେ ତାଙ୍କୁ ୨ ମାସ ମଧ୍ୟରେ ନିଯୁକ୍ତି ଦେବାକୁ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। […]

court

court

Tapas Behera
  • Published: Saturday, 14 May 2022
  • Updated: 14 May 2022, 04:11 PM IST

Sports

Latest News

ମୁମ୍ବାଇ: ପୁଲିସ ଚାକିରି ପାଇଁ ଆବେଦନ କରି ପରୀକ୍ଷା ଦେଇଥିଲେ। ଇଣ୍ଟରଭ୍ୟୁରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ। କିନ୍ତୁ ମେଡିକାଲ ପରୀକ୍ଷାରେ ଝିଅ ନୁହେଁ ପୁଅ ଜଣାପଡ଼ିବା ପରେ ତାଙ୍କ ଚାକିରି ବାତିଲ କରାଯାଇଥିଲା। ଏନେଇ ଆବେଦନକାରୀ ଜଣକ ବମ୍ବେ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ଆଉ ଶେଷରେ ଅଦାଲତରେ ନ୍ୟାୟ ପାଇଛନ୍ତି ଆବେଦନକାରୀ। ଆବେଦନକାରୀ ଯୁବତୀ ବୋଲି ପ୍ରମାଣିତ ହେବା ପରେ ତାଙ୍କୁ ୨ ମାସ ମଧ୍ୟରେ ନିଯୁକ୍ତି ଦେବାକୁ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇଜଣିଆ ଖଣ୍ଡପୀଠ ନ୍ୟାୟଧୀଶ ରେବତୀ ମୋହିତେ ଏବଂ ମାଧବ ଜାମଦାର ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି।  ୨୩ ବର୍ଷୀୟ ମହିଳା ଆବେଦନକାରୀ ଜଣକ ଅନୁସୂଚିତ ଜାତି ବର୍ଗର ହୋଇଥିବା ବେଳେ ୨୦୧୮ରେ  ନାସିକ ଗ୍ରାମାଞ୍ଚଳ ପୁଲିସ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାରେ ଆବେଦନ କରିଥିଲେ।

ସେ ଉଭୟ ଲିକ୍ଷିତ ଏବଂ ଶାରିରୀକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।  ତେବେ ତାଙ୍କ ଲିଙ୍ଗଗତ ପରିଚୟକୁ ନେଇ ସନ୍ଦେହଜନକ ରିପୋର୍ଟ ଆସିଥିଲା। ମେଡିକାଲ ପରୀକ୍ଷାରେ ସମ୍ପୃକ୍ତ ଆବେଦନକାରୀଙ୍କର ଗର୍ଭାଶୟ ନଥିବା ଜଣାପଡ଼ି ଥିଲ। ଆଉ ଏକ ପରୀକ୍ଷାରେ ତାଙ୍କର ଉଭୟ ପୁରୁଷ ଏବଂ ମହିଳା କ୍ରୋମୋଜମ ଥିବା ରିପୋର୍ଟ ଆସିଥିଲା। ଏହି ରିପୋର୍ଟ ଆଧାରରେ ତାଙ୍କ ଶାରିରୀକ ସଂରଚନା ପୁରୁଷ ବୋଲି କୁହାଯାଇଥିଲା। ତେଣୁ ସେ ଜଣେ ଝିଅ ନୁହେଁ ପୁଅ ଦର୍ଶାଇ ତାଙ୍କ ଚାକିରି ବାତିଲ କରାଯାଇଥିଲା ।

ଏହା ପରେ ଯୁବତୀ ଜଣକ ବମ୍ବେ ହାଇ କୋର୍ଟଆରେ ଆବେଦନ କରିଥିଲେ। ତାଙ୍କର ଏହି ଶାରୀରିକ ଗଠନ ବିଷୟରେ ସେ ଆଦୌ ଅବଗତ ନୁହଁନ୍ତି। ପିଲାଟି ଦିନରୁ ସେ ଝିଅ ସ୍ୱାଭାବର ଚଳି ଆସିଛନ୍ତି। ସ୍କୁଲ ଜୀବନଠାରୁ ଆରମ୍ଭ କରି କଲେଜ ଜୀବନ ପର୍ଯ୍ୟନ୍ତ ତାଙ୍କର ଲିଙ୍ଗ ଝିଅ ହିସାବରେ ଉଲ୍ଲେଖ ରହିଛି। ତାଙ୍କ ସବୁ ପରୀକ୍ଷା ସାର୍ଟିଫିକେଟରେ ମଧ୍ୟ ଲିଙ୍ଗ ସ୍ଥାନରେ ମହିଳା ବୋଲି ଦର୍ଶାଯାଇଛି। ତେଣୁ ଗୋଟିଏ କ୍ରୋମୋଜମ ରିପୋର୍ଟକୁ ନେଇ ତାଙ୍କ ଅଧିକାରରୁ ବଞ୍ଚିତ କରାନଯାଉ ବୋଲି ଆବେଦନରେ ଦର୍ଶାଇଥିଲେ। ମାମାଲାର ଶୁଣାଣି କୋର୍ଟ ଆବେଦନକାରୀ ଯୁବତୀଙ୍କ ସପକ୍ଷରେ ରାୟ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos