ପେଗାସସ୍‌ ବିବାଦକୁ ନେଇ ମୋଦିଙ୍କୁ ଏମିତି କହିଲେ ମମତା

ନୂଆଦିଲ୍ଲୀ: ପେଗାସସ୍‌ ସ୍ପାଇୱେୟାରକୁ ନେଇ ବିବାଦ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିସହ ବିଜେପି ବିରୋଧରେ ସବୁ ବିରୋଧୀ ଦଳଗୁଡ଼ିକ ଏକାଠି ହେବାକୁ ସେ ଆହ୍ୱାନ କରିଛନ୍ତି। ସେ ପେଗାସସ୍‌ ଦ୍ୱାରା ଚାଲିଥିବା ଗୁଇନ୍ଦାଗିରି ଗଣତନ୍ତ୍ର ପାଇଁ ବିପଦ ବୋଲି ମଧ୍ୟ କହିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ମମତା ଆଜି ପ୍ରଥମଥର ପାଇଁ ସହିଦ ଦିବସରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। […]

Mamata

Mamata

Hemant Lenka
  • Published: Wednesday, 21 July 2021
  • Updated: 21 July 2021, 04:38 PM IST

Sports

Latest News

ନୂଆଦିଲ୍ଲୀ: ପେଗାସସ୍‌ ସ୍ପାଇୱେୟାରକୁ ନେଇ ବିବାଦ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିସହ ବିଜେପି ବିରୋଧରେ ସବୁ ବିରୋଧୀ ଦଳଗୁଡ଼ିକ ଏକାଠି ହେବାକୁ ସେ ଆହ୍ୱାନ କରିଛନ୍ତି। ସେ ପେଗାସସ୍‌ ଦ୍ୱାରା ଚାଲିଥିବା ଗୁଇନ୍ଦାଗିରି ଗଣତନ୍ତ୍ର ପାଇଁ ବିପଦ ବୋଲି ମଧ୍ୟ କହିଛନ୍ତି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ମମତା ଆଜି ପ୍ରଥମଥର ପାଇଁ ସହିଦ ଦିବସରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ଅନଲାଇନରେ ହୋଇଥିବା ଏହି କାର୍ଯ୍ୟକ୍ରରେ ସେ ଜୁଲାଇ ୨୭ କିମ୍ବା ୨୮ରେ ଦିଲ୍ଲୀ ଗସ୍ତ କାରିବା ସହ ବିରୋଧୀ ଯଦି କୌଣସି ବୈଠକ କରିବେ, ତା’ହେଲେ ସେଥିରେ ଯୋଗଦେବେ ବୋଲି କହିଛନ୍ତି।

ସେ କହିଛନ୍ତି, “ଗଣତନ୍ତ୍ର ପାଇଁ ୩ଟି କଥା ଦରକାର। ମିଡିଆ, ନ୍ୟାୟପାଳିକା ଓ ନିର୍ବାଚନ କମିଶନ। କିନ୍ତୁ ଏହି ୩ଟି ସଂସ୍ଥାକୁ ପେଗାସସ୍‌ ନିଜ ନିୟନ୍ତ୍ରଣକୁ ନେଇ ସାରିଛି। ମୁଁ ଏବେ କାହା ସହ କଥା ହୋଇପାରିବି ନାହିଁ। ଶରଦ ପାୱାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଗୋଆ ମୁଖ୍ୟମନ୍ତ୍ରୀଙ୍କ ସହ ବି କଥା ହେବିନି। ମୁଁ ମୋ ଫୋନ୍‌ କ୍ୟାମେରାରରେ ଲିକୋପ୍ଲାଷ୍ଟର ଲଗାଇ ଦେଇଛି। କାରଣ ମୋ ଫୋନ ଟ୍ୟାପ କରାଯାଉଛି। ତେଣୁ ଆମକୁ ଏ ସରକାରକୁ ପ୍ଲାଷ୍ଟର କରିବା ଦରକାର।”

ଦେଶର ସହାୟତା ପାଇଁ ସେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ଦେଶ ଓ ଗଣତନ୍ତ୍ରକୁ ରକ୍ଷା କରନ୍ତୁ। ସବୁ ଫୋନ ଟ୍ୟାପ୍‌ ହୋଇଥିବାରୁ ଆପଣ କ’ଣ ନିଜ ଆଡ଼ୁ ମାମଲା କରିପାରିବେ ନାହିଁ? ତଦନ୍ତ ପାଇଁ ଗୋଟିଏ ପ୍ୟାନେଲ ଗଠନ କରନ୍ତୁ। କେବଳ ନ୍ୟାୟପାଳିକା ହିଁ ଦେଶକୁ ରକ୍ଷା କରିପାରିବ।”

ଏହାପରେ ମମତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମିଷ୍ଟର ମୋଦି ଦୟା କରି ଖରାପ ଭାବିବେନି। ମୁଁ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରୁନି। କିନ୍ତୁ ଆପଣ ଓ ସମ୍ଭବତଃ ସ୍ୱରାଷ୍ଟ୍ର ମନ୍ତ୍ରୀ ବିରୋଧୀ ଦଳର ନେତାଙ୍କ ପଛରେ ବିଭିନ୍ନ ଏଜେନ୍ସିକୁ ମୁତୟନ କରିଛନ୍ତି।

ଆପଣମାନେ ଏଜେନ୍ସିଗୁଡ଼ିକର ଅପବ୍ୟବହାର କରୁଛନ୍ତି। ଲୋକଙ୍କ ଟିକସ ଟଙ୍କାକୁ ଆପଣ ଜନକଲ୍ୟାଣ ଯୋଜନା ପରିବର୍ତ୍ତେ ସ୍ପାଇୱେୟାରରେ ଖର୍ଚ୍ଚ କରୁଛନ୍ତି। ଏହି ସ୍ପାଇୱେୟାର ଗଣତନ୍ତ୍ର ପାଇଁ ବିପଦ। ସମସ୍ତେ ପେଟ୍ରୋଲ ଦରକୁ ଦେଖନ୍ତୁ। ସରକାର କେବଳ ତୈଳ ଟିକସରୁ ୩.୭ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି।

ଏ ଟଙ୍କା ସବୁ କୁଆଡ଼େ ଯାଉଛି? ଦେଶରେ ଟିକା ନାହିଁ। ଆପଣ ଗୋଟିଏ ସର୍ଭେଲାନ୍ସର ଦେଶ ତିଆରି କରୁଛନ୍ତି। ମନ୍ତ୍ରୀ, ବିଚାରପତି ଓ ସାମ୍ବାଦିକମାନଙ୍କ ଫୋନ ଟ୍ୟାପ କରାଯାଉଛି। ପେଗାସସ୍‌ ସ୍ପାଇୱେୟାର ଆପଣ ସମସ୍ତଙ୍କ ଫୋନରେ ଭର୍ତ୍ତି କରି ଗୁଇନ୍ଦାଗିରି କରୁଛନ୍ତି ବୋଲି ମମତା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos