ମୋଦିଙ୍କୁ ଭେଟିଲେ ଦିଦି, ଏସବୁ ବିଷୟରେ କଲେ ଆଲୋଚନା

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଦିଲ୍ଲୀରେ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ସମୟରେ ସେ ତାଙ୍କ ସହ ତ୍ରିପୁରା ହିଂସାକାଣ୍ଡ, ବେଙ୍ଗଲରେ ବିଏସ୍‌ଏଫର କ୍ଷେତ୍ରାଧିକାର କ୍ଷମତା ବୃଦ୍ଧି ଓ କେନ୍ଦ୍ର ବେଙ୍ଗଲକୁ ଦେବାକୁ ଥିବା ବକେୟା ଟଙ୍କା ଆଦି ପ୍ରସଙ୍ଗରେ କଥାବାର୍ତ୍ତା ହୋଇଛନ୍ତି। ଆସନ୍ତାକାଲି ତ୍ରିପୁରାରେ ପୌରପାଳିକା ନିର୍ବାଚନ ପାଇଁ ଭୋଟିଂ ହେବ। ଏହାପୂର୍ବରୁ ସେଠାରେ କ୍ଷମତାସୀନ ବିଜେପି ଓ ବିରୋଧୀ ଟିଏମସି ମଧ୍ୟରେ ପ୍ରବଳ ହିଂସକାଣ୍ଡ ଘଟିଥିଲା। ଗିରଫଦାରୀ ଠାରୁ […]

didi

didi

Hemant Lenka
  • Published: Wednesday, 24 November 2021
  • Updated: 24 November 2021, 06:36 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଦିଲ୍ଲୀରେ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ସମୟରେ ସେ ତାଙ୍କ ସହ ତ୍ରିପୁରା ହିଂସାକାଣ୍ଡ, ବେଙ୍ଗଲରେ ବିଏସ୍‌ଏଫର କ୍ଷେତ୍ରାଧିକାର କ୍ଷମତା ବୃଦ୍ଧି ଓ କେନ୍ଦ୍ର ବେଙ୍ଗଲକୁ ଦେବାକୁ ଥିବା ବକେୟା ଟଙ୍କା ଆଦି ପ୍ରସଙ୍ଗରେ କଥାବାର୍ତ୍ତା ହୋଇଛନ୍ତି।

ଆସନ୍ତାକାଲି ତ୍ରିପୁରାରେ ପୌରପାଳିକା ନିର୍ବାଚନ ପାଇଁ ଭୋଟିଂ ହେବ। ଏହାପୂର୍ବରୁ ସେଠାରେ କ୍ଷମତାସୀନ ବିଜେପି ଓ ବିରୋଧୀ ଟିଏମସି ମଧ୍ୟରେ ପ୍ରବଳ ହିଂସକାଣ୍ଡ ଘଟିଥିଲା। ଗିରଫଦାରୀ ଠାରୁ ଆରମ୍ଭ କରି ପୋଡ଼ାଜଳା ଭଳି ସ୍ଥିତି ସୃଷ୍ଟି ହେବାରୁ ଟିଏମସ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲା।

ସେହିପରି ଟିଏମସିର ଗୋଟିଏ ପ୍ରତିନିଧିମଣ୍ଡଳ ହିଂସାକାଣ୍ଡ ବିରୋଧରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏସବୁ ଭିତରେ ଆଜି ଦିଦି ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ କରିଛନ୍ତି।

ଭେଟଘାଟ ପରେ ଦିଦି କହିଛନ୍ତି, “ମୁଁ ଆଲୋଚନା ବେଳେ ତ୍ରିପୁରାରେ ଘଟୁଥିବା ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି। ଏଥିସହ ସେଠାକାର ପୁଲିସ୍ କେମିତି ଟିଏମସିର ସାୟୋନି ଘୋଷଙ୍କୁ ଟାର୍ଗେଟ କରିଥିଲା, ସେ ବାବଦରେ ଅବଗତ କରାଇଛି। ସେହିପରି ପ୍ରାକୃତି ବିପର୍ଯ୍ୟୟ ଯୋଗୁ ପଶ୍ଚିମବଙ୍ଗ ସରକାର କେନ୍ଦ୍ର ଠାରୁ ୯୬,୬୦୫ କଟି ଟଙ୍କା ପାଇବାର ରହିଛି। ଏହି ବକେୟା ଅର୍ଥ ପ୍ରଦାନ କରିବାକୁ ମୁଁ ତାଙ୍କୁ କହିଛି।”

ବେଙ୍ଗଲରେ ବିଏସ୍‌ଏଫର କ୍ଷେତ୍ରାଧିକାର କ୍ଷମତା ବୃଦ୍ଧି ସମ୍ପର୍କରେ ମଧ୍ୟ ସେ ମୋଦିଙ୍କ ସହ କଥା ହୋଇଛନ୍ତି। ମମତା କହିଛନ୍ତି, “ଯଦି ବିଏସ୍ଏଫ ଅଧିକ କ୍ଷମତା ପାଇବ, ତା’ହେଲେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସମସ୍ୟା ସୃଷ୍ଟି ହେବ। ସମସ୍ତଙ୍କୁ ମନେ ରଖିବାକୁ ହେବ ଯେ ଆଇନ ହେଉଛି ରାଜ୍ୟର ଆଭ୍ୟନ୍ତରୀଣ ବ୍ୟାପର।

କୋଚ ବେହାରରେ ବିଏସଏଫ କ୍ଷମତା ପାଇଥିବାରୁ ଆଖିବୁଜା ଗୁଳିମାଡ଼ କରିଥିଲା। ଏହି କାରଣ ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ବିଏସ୍ଏଫ କ୍ଷେତ୍ରାଧିକାର କ୍ଷମତା ଉପରେ ଆଉ ଥରେ ବିଚାର କରିବାକୁ କହିଛି। ଏଥିସହ ତାଙ୍କୁ ସଂଘୀୟ ବିଧି ବ୍ୟବସ୍ଥାକୁ ଯେମିତି ଅଯଥାରେ ନଷ୍ଟ ନ କରାଯାଏ, ସେନେଇ ପଦକ୍ଷେପ ଗ୍ରହଣ କରିବାକୁ କହିଛି।”

ମମତାଙ୍କୁ ସାମ୍ବାଦିକମାନେ ଟିଏମସି ଅଲଗା ରାଜ୍ୟରେ ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ମଧ୍ୟ ପଚାରିଥିଲେ। ଏହାର ଜବାବରେ ଦିଦି କହିଛନ୍ତି, ଟିଏମସି ଯେଉଁ ସବୁ ସ୍ଥାନରେ ଦରକାର ସେଠାରେ ଲଢ଼ିବ। ଏଥିପାଇଁ ଦଳ ସବୁବେଳେ ପ୍ରସ୍ତୁତ ହୋଇ ରହିଛି। ଯଦି ଅଖିଲେଶ ଯାଦବ ଉତ୍ତର ପ୍ରଦେଶରେ ଆମକୁ ସମର୍ଥନ କରିବାକୁ କହିବେ, ତା’ହେଲେ ଆମେ ଏହା ମଧ୍ୟ କରିବୁ ବୋଲି ମମତା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story