ସୋନିଆଙ୍କ ସହ ଚା’ ପିଇଲେ, ୪୫ ମିନିଟ୍‌ ଚର୍ଚ୍ଚା କଲେ ମମତା

ନୂଆଦିଲ୍ଲୀ: ମିଶନ ୨୦୨୪ ପାଇଁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି। ଦିଲ୍ଲୀର ୧୦ ଜନପଥରେ ଥିବା ସୋନିଆଙ୍କ ବାସଭବନକୁ ଯାଇ ମମତା ଚା’ ପିଇବା ସହ ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ୪୫ ମିନିଟ୍‌ ଚର୍ଚ୍ଚା କରିଛନ୍ତି। ଏହି ବୈଠକରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ଉପସ୍ଥିତ ରହିଥିଲେ। ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବାର ଲକ୍ଷ୍ୟ ନେଇ […]

Sonia

Sonia

Hemant Lenka
  • Published: Wednesday, 28 July 2021
  • Updated: 28 July 2021, 06:12 PM IST

Sports

Latest News

ନୂଆଦିଲ୍ଲୀ: ମିଶନ ୨୦୨୪ ପାଇଁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି। ଦିଲ୍ଲୀର ୧୦ ଜନପଥରେ ଥିବା ସୋନିଆଙ୍କ ବାସଭବନକୁ ଯାଇ ମମତା ଚା’ ପିଇବା ସହ ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ୪୫ ମିନିଟ୍‌ ଚର୍ଚ୍ଚା କରିଛନ୍ତି।

ଏହି ବୈଠକରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ଉପସ୍ଥିତ ରହିଥିଲେ। ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବାର ଲକ୍ଷ୍ୟ ନେଇ ମମତା ଦିଲ୍ଲୀ ଆସିଛନ୍ତି। ୨୦୨୪ ନିର୍ବାଚନ ପୂର୍ବରୁ ସବୁ ବିରୋଧୀ କେମିତି ଏକାଠି ହୋଇ ବିଜେପିକୁ ମାତ ଦେବେ, ସେ ବିଷୟରେ ମମତା ଆଜି ସୋନିଆଙ୍କ ସହ କଥା ହୋଇଛନ୍ତି। ବୈଠକ ବେଶ ସକାରାତ୍ମକ ଥିବା ମଧ୍ୟ ମମତା କହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପଶ୍ଚିମବଙ୍ଗରେ ଟିଏମସି ବିରୋଧରେ କଂଗ୍ରେସ ଓ ବାମପନ୍ଥୀ ଏକାଠି ହୋଇ ନିର୍ବାଚନ ଲଢ଼ିଥିଲେ। ଏଥିରେ ମମତାଙ୍କ ଟିଏମସି ବିପୁଳ ବିଜୟ ହାସଲ କରିବା ପରେ ପ୍ରଥମଥର ପାଇଁ ସେ ସୋନିଆଙ୍କୁ ଭେଟିଛନ୍ତି। ମମତା ବୈଠକ ପରେ କହିଛନ୍ତି, “ଏହା ଏକ ଭଲ ବୈଠକ ଥିଲା। ସବୁ କିଛି ସକାରାତ୍ମକ ରହିଛି। ବିଜେପିକୁ ହରାଇବା ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ। ସମସ୍ତେ ମିଳିତ ଭାବେ କାମ କରିବା ଦରକାର। ଆମେ ରାଜନୀତିକ ପରିସ୍ଥିତି ସମ୍ପର୍କରେ କଥା ହୋଇଛୁ। ଏଥିସହ ପେଗାସସ୍‌ ଗୁଇନ୍ଦାଗିରି ବିବାଦ ଓ କରୋନା ସ୍ଥିତି ସମ୍ପର୍କରେ ମଧ୍ୟ ସୋନିଆଙ୍କ ସହ ଆଲୋଚନା ହୋଇଛି।” ବୈଠକ ସକାରାତ୍ମକ ରହିଥିବାରୁ ଭବିଷ୍ୟତରେ ଭଲ ଖବର ଆସିବ ବୋଲି ମଧ୍ୟ ମମତା ଆଶା ପୋଷଣ କରିଛନ୍ତି।

ଏହାପୂର୍ବରୁ ମମତା ସାରା ଦେଶରେ ଖେଲା ହବ ବୋଲି କହିଥିଲେ। ଏହା ଏକ ନିୟମିତ ପ୍ରକ୍ରିୟା। ୨୦୨୪ ସାଧାରଣ ନିର୍ବାଚନ ଆସିଲେ, ଏଥର ପ୍ରଧାନମନ୍ତ୍ରୀ ମୋଦି ବନାମ ଦେଶ ଭିତରେ ଲଢ଼େଇ ହେବ ବୋଲି ମମତା କହିଛନ୍ତି। ସଂସଦର ମୌସୁମୀ ଅଧିବେଶ ପରେ ବିରୋଧୀଙ୍କ ଏକାଧିକ ବୈଠକ ହେବ। ଏହି ସମୟରେ ରଣନୀତି ପ୍ରସ୍ତୁତ ହେବ ବୋଲି ମଧ୍ୟ ମମତା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos