ସଂସଦକୁ ନିର୍ବାଚିତ ନ ହୋଇ ବି ସଂସଦୀୟ ଦଳ ନେତା ହେଲେ ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ (ଟିଏମସି) ସଂସଦୀୟ ଦଳର ନୂଆ ଅଧ୍ୟକ୍ଷ ହୋଇଛନ୍ତି। ଦଳର ସାଂସଦ ଡେରେକ ଓ’ବ୍ରାଏନ୍ ଶୁକ୍ରବାର ଏହା ଘୋଷଣା କରିଛନ୍ତି। ଆସନ୍ତା ସପ୍ତାହରେ ମମତା ବାନାର୍ଜୀ ନୂଆଦିଲ୍ଲୀ ଆସିବେ। ଏହାପୂର୍ବରୁ ହିଁ ତାଙ୍କୁ ଟିଏମସିର ସଂସଦୀୟ ଦଳର ଅଧ୍ୟକ୍ଷ କରାଯାଇଛି। ଜାତୀୟ ସ୍ତରରେ ନିଜର ଓ ନିଜ ଦଳକୁ ସ୍ୱତନ୍ତ୍ର ପରିଚୟ ଦେବାକୁ ମମତା ଏପରି ପଦ ଗ୍ରହଣ କରିଛନ୍ତି। ଦିଲ୍ଲୀ ଗସ୍ତ ସମୟରେ ସେ କଂଗ୍ରେସର ଅନ୍ତରୀଣ […]

Mamata

Mamata

Hemant Lenka
  • Published: Friday, 23 July 2021
  • Updated: 23 July 2021, 08:09 PM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ (ଟିଏମସି) ସଂସଦୀୟ ଦଳର ନୂଆ ଅଧ୍ୟକ୍ଷ ହୋଇଛନ୍ତି। ଦଳର ସାଂସଦ ଡେରେକ ଓ’ବ୍ରାଏନ୍ ଶୁକ୍ରବାର ଏହା ଘୋଷଣା କରିଛନ୍ତି। ଆସନ୍ତା ସପ୍ତାହରେ ମମତା ବାନାର୍ଜୀ ନୂଆଦିଲ୍ଲୀ ଆସିବେ। ଏହାପୂର୍ବରୁ ହିଁ ତାଙ୍କୁ ଟିଏମସିର ସଂସଦୀୟ ଦଳର ଅଧ୍ୟକ୍ଷ କରାଯାଇଛି।

ଜାତୀୟ ସ୍ତରରେ ନିଜର ଓ ନିଜ ଦଳକୁ ସ୍ୱତନ୍ତ୍ର ପରିଚୟ ଦେବାକୁ ମମତା ଏପରି ପଦ ଗ୍ରହଣ କରିଛନ୍ତି। ଦିଲ୍ଲୀ ଗସ୍ତ ସମୟରେ ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଦଳର ସୁପ୍ରିମୋ ମାନଙ୍କୁ ଭେଟିବେ। ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ସମସ୍ତଙ୍କୁ ଏକାଠି କରିବାକୁ ମମତାଙ୍କ ଏହା ଏକ ପ୍ରୟାସ ବୋଲି କୁହାଯାଉଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମମତା ବାନାର୍ଜୀ ସଂସଦକୁ ନିର୍ବାଚିତ ହୋଇ ନାହାନ୍ତି। ଏବେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଅଛନ୍ତି। ତାଙ୍କୁ ଟିଏମସିର ସଂସଦୀୟ ଦଳର ଅଧ୍ୟକ୍ଷ କରାଯାଇଥିବାରୁ ସେ ଦଳୀୟ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ।

ଏହାପରେ ସେ ସଂସଦକୁ ନିର୍ବାଚିତ ନ ହୋଇ ମଧ୍ୟ ସଂସଦୀୟ ଦଳର ନେତୃତ୍ୱ ନେବାର ବିରଳ ରେକର୍ଡ କରିବେ। ଏହାପୂର୍ବରୁ ୧୯୯୮ରେ ସୋନିଆ ଗାନ୍ଧି ସଂସଦକୁ ନିର୍ବାଚିତ ନ ହୋଇ କଂଗ୍ରେସ ସଂସଦୀୟ ଦଳର ନେତୃତ୍ୱ ନେଇଥିଲେ। ଏହା ପରେ ସେ ଦଳର ମୁଖ୍ୟ ହୋଇଥିଲେ। ସୋନିଆଙ୍କ ରେକର୍ଡ ତାଲିକାରେ ମମତା ସାମିଲ ହୋଇଛନ୍ତି।

ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଡେରେକ କହିଛନ୍ତି, “ମମତା ବାନାର୍ଜୀ ଆମ ତୃଣମୂଳ ସଂସଦୀୟ ଦଳର ଅଧ୍ୟକ୍ଷ ହେବେ। ଏକଥା ଆମେ ଔପଚାରିବ ଭାବେ ଘୋଷଣା କରୁଛୁ। ମମତା ବାନାର୍ଜୀ ୭ଥର ସଂସଦକୁ ନିର୍ବାଚିତ ହୋଇଥିଲେ। ସେ ପୂର୍ବରୁ ସଂସଦୀୟ ଦଳକୁ ମାର୍ଗଦର୍ଶନ ଦେଉଥିଲେ। ଏହା ଏକ ରଣନୀତିକ ନିଷ୍ପତ୍ତି।”

ଅନ୍ୟପକ୍ଷରେ ସୋମବାର ମମତା ବାନାର୍ଜୀ ଦିଲ୍ଲୀ ଆସୁଥିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଷ୍ଟ୍ରୀୟ ସ୍ତରରେ ନିଜର ଚାପ ଛାଡ଼ିବା ପାଇଁ ସେ ଦିଲ୍ଲୀ ଆସୁଥିବା କୁହାଯାଉଛି। ମମତାଙ୍କ ଗସ୍ତ ପୂର୍ବରୁ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଦିଲ୍ଲୀ ଆସିଛନ୍ତି। ସେ ମମତାଙ୍କ ଗସ୍ତର ସମୀକ୍ଷା କରିଛନ୍ତି।

ସୂଚନାଯୋଗ୍ୟ, ବିଜେପିକୁ ପଶ୍ଚିମବଙ୍ଗରେ ହରାଇବା ପରେ ମମତା ପ୍ରଥମଥର ପାଇଁ ଦିଲ୍ଲୀ ଆସୁଛନ୍ତି। ତେଣୁ ଏହା ଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos