ମମତାଙ୍କ ଟାର୍ଗେଟରେ ମୋଦି ସରକାର: ବେଙ୍ଗଲ ଦଖଲ ପାଇଁ ଉଦ୍ୟମ କରି ପୂରା ଦେଶକୁ ଧ୍ୱଂସ କରିଦେଲେ

କୋଲକାତା: ଦେଶରେ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜି ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବେଙ୍ଗଲ ଦଖଲ କରିବାକୁ ଉଦ୍ୟମ କରି ପୂରା ଦେଶକୁ ଧ୍ୱଂସ ମୁହଁକୁ ଠେଲି ଦେଇଛି। କେନ୍ଦ୍ର ସରକାର କୌଣସି କାମ କରି ନଥିବାରୁ ଆଜି ଦେଶରେ କରୋନାର ଭୟଙ୍କର ରୂପ ଦେଖିବାକୁ ମିଳିଛି। ୬ ମାସ ହେଲାଣି କେନ୍ଦ୍ରମନ୍ତ୍ରୀ ଓ ନେତାମାନେ ବେଙ୍ଗଲ ଦଖଲ କରିବାକୁ ଏଠାରେ […]

Modi

Modi

Hemant Lenka
  • Published: Saturday, 08 May 2021
  • Updated: 08 May 2021, 05:48 PM IST

Sports

Latest News

କୋଲକାତା: ଦେଶରେ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜି ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବେଙ୍ଗଲ ଦଖଲ କରିବାକୁ ଉଦ୍ୟମ କରି ପୂରା ଦେଶକୁ ଧ୍ୱଂସ ମୁହଁକୁ ଠେଲି ଦେଇଛି।

କେନ୍ଦ୍ର ସରକାର କୌଣସି କାମ କରି ନଥିବାରୁ ଆଜି ଦେଶରେ କରୋନାର ଭୟଙ୍କର ରୂପ ଦେଖିବାକୁ ମିଳିଛି। ୬ ମାସ ହେଲାଣି କେନ୍ଦ୍ରମନ୍ତ୍ରୀ ଓ ନେତାମାନେ ବେଙ୍ଗଲ ଦଖଲ କରିବାକୁ ଏଠାରେ ଡେରା ପକାଇ ବସିଥିଲେ। ଏହି ସମୟରେ ସେମାନେ ଦେଶ ପାଇଁ କାମ କରିବାକୁ ଭୁଲି ଯାଇଥିଲେ ବୋଲି ମମତା କହିଛନ୍ତି।

ତୃତୀୟଥର ପାଇଁ ବେଙ୍ଗଲ ବିଧାନସଭାର ବାଚସ୍ପତି ଭାବେ ବିମନ ବନ୍ଦୋପାଧ୍ୟାୟ ନିର୍ବାଚିତ ହେବା ପରେ ମମତା ନିଜର ଅଭିଭାଷଣ ରଖିଥିଲେ। ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି, “ମୁଁ ଚ୍ୟାଲେଞ୍ଜ ଦେଇ କହୁଛି ଯେ ଯଦି ନିର୍ବାଚନ କମିଶନ ସହଯୋଗ କରିନଥାଆନ୍ତେ, ତା’ହେଲେ ବିଜେପି ରାଜ୍ୟରେ ୩୦ଟି ଆସନ ମଧ୍ୟ ଜିତିପାରି ନଥାଆନ୍ତା।

ଚଳିତ ବିଧାନସଭାରେ ଅନେକ ବୁଥରେ ହେରଫେର ହୋଇଛି। ପୁଲିଂ ଅଧିକାରୀଙ୍କ ଉପସ୍ଥିତିରେ ସବୁ କିଛି କରାଯାଇଛି। ତଥାପି ବିଜେପି ପରାସ୍ତ ହୋଇଛି। ଲୋକଙ୍କ ମତାମତକୁ ଗ୍ରହଣ କରିପାରୁ ନଥିବା ବିଜେପି ଏବେ ରାଜ୍ୟରେ ହିଂସା ପାଇଁ ଉସକାଇବାରେ ଲାଗିଛି। ଏଥିପାଇଁ ଫେକ୍‌ ଭିଡିଓ ପୋଷ୍ଟ କରୁଛି।” ମମତା ପୁଲିସ୍ ଓ ପ୍ରଶାସନକୁ ଫେକ ଭିଡିଓ ପୋଷ୍ଟ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମମତା ବାନାର୍ଜୀ କହିଛନ୍ତି, କେନ୍ଦ୍ରୀୟ ଫୋର୍ସ ନିର୍ବାଚନ ବେଳେ ବିନା ଆରଟି-ପିସିଆର ଟେଷ୍ଟରେ ରାଜ୍ୟରେ ପ୍ରବେଶ କରିଥିଲେ। ସେମାନଙ୍କ ପାଇଁ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି। ବେଙ୍ଗଲରେ ଡବଲ ଇଞ୍ଜିନ ସରକାର ଗଠନ କରିବାକୁ, ସେମାନେ(ବିଜେପି) ପୂରା ଦେଶକୁ ଧ୍ୱଂସ ମୁହଁକୁ ଠେଲି ଦେଇଛନ୍ତି।

ଗତ ୬ ମାସ ହେଲା କେନ୍ଦ୍ର ସରକାର କୌଣସି କାମ କରିନାହାନ୍ତି। ପ୍ରତିଦିନ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନେତାମାନେ ବେଙ୍ଗଲ ଦଖଲ କରିବାକୁ ଏଠାକୁ ଚାଲି ଆସୁଥିଲେ। କେନ୍ଦ୍ର ସରକାର ଯଦି କାମ କରିଥାଆନ୍ତା, ତା’ହେଲେ ଆଜି ଏପରି ପରିସ୍ଥିତି ସୃଷ୍ଟି ହୋଇ ନଥାଆନ୍ତା ବୋଲି ମମତା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story