ବିଜେପି ବିରୋଧରେ ପୁଣି ଯୁଦ୍ଧ ଡାକରା ଦେଲେ ଦିଦି, କହି ଦେଲେ ଏମିତି କଥା

ମୁମ୍ବାଇ: ପଶ୍ଚିମବଙ୍ଗ ବାହାରେ ନିଜର ଦବଦବା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଥିବା ତୃଣମୂଳ କଂଗ୍ରେସକୁ ତ୍ରିପୁରା ପୌର ନିର୍ବାଚନରେ ଝଟକା ଲାଗିଛି। ଗୋଟିଏ ପରେ ଗୋଟିଏ ରାଜ୍ୟରେ ଟିଏମସି ନିର୍ବାଚନ ଲଢ଼ିବାକୁ ଚେଷ୍ଟା କରୁଥିବାରୁ ଅନେକ ଏହାକୁ ସମାଲୋଚନା ମଧ୍ୟ କରୁଛନ୍ତି। ଏସବୁ ଭିତରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ବଡ଼ ବୟାନ ଦେଇଛନ୍ତି। ସେ ବିଜେପିକୁ ଦେଶର ରାଜନୀତିକ ମାନଚିତ୍ରରୁ ବିଦା କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ଆଜି ମୁମ୍ବାଇରେ ସିଭିଲ ସୋସାଇଟି ସଦସ୍ୟଙ୍କ […]

TMC

TMC

Hemant Lenka
  • Published: Wednesday, 01 December 2021
  • Updated: 01 December 2021, 03:16 PM IST

Sports

Latest News

ମୁମ୍ବାଇ: ପଶ୍ଚିମବଙ୍ଗ ବାହାରେ ନିଜର ଦବଦବା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଥିବା ତୃଣମୂଳ କଂଗ୍ରେସକୁ ତ୍ରିପୁରା ପୌର ନିର୍ବାଚନରେ ଝଟକା ଲାଗିଛି। ଗୋଟିଏ ପରେ ଗୋଟିଏ ରାଜ୍ୟରେ ଟିଏମସି ନିର୍ବାଚନ ଲଢ଼ିବାକୁ ଚେଷ୍ଟା କରୁଥିବାରୁ ଅନେକ ଏହାକୁ ସମାଲୋଚନା ମଧ୍ୟ କରୁଛନ୍ତି। ଏସବୁ ଭିତରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ବଡ଼ ବୟାନ ଦେଇଛନ୍ତି। ସେ ବିଜେପିକୁ ଦେଶର ରାଜନୀତିକ ମାନଚିତ୍ରରୁ ବିଦା କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।

ଆଜି ମୁମ୍ବାଇରେ ସିଭିଲ ସୋସାଇଟି ସଦସ୍ୟଙ୍କ ସହ କଥାବାର୍ତ୍ତା କରିବା ବେଳେ ଦିଦି କହିଛନ୍ତି, “ମୁଁ ବିଜେପିକୁ ରାଜନୀତିକ ସ୍ତରରେ ଦେଶରୁ ବାହାର କରିବାକୁ ଚାହୁଁଛି। ଯଦି କଂଗ୍ରେସ ବେଙ୍ଗଲରେ ନିର୍ବାଚନ ଲଢ଼ି ପାରୁଛି, ତା’ହେଲେ କାହିଁକି ମୁଁ ଗୋଆରେ ଲଢ଼ିପାରିବିନି?

ନିର୍ବାଚନ ପଡ଼ିଆରେ ରହିବା ଓ ବିଜେପି ସହ ଲଢ଼ିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ନଚେତ ସେମାନେ ଆପଣଙ୍କୁ ବିଦା କରିଦେବେ। ଯଦି ସବୁ ଆଞ୍ଚଳିକ ଦଳ ଏକାଠି ହୋଇପାରିବେ, ତା’ହେଲେ ବିଜେପିକୁ ହରାଇବା ସହଜ ହେବ। ରାଜ୍ୟରେ ସବୁ କିଛି ଭଲ ଥିଲେ ମଧ୍ୟ ମୁଁ ବେଙ୍ଗଲ ବାହାରକୁ ଆସିଛି। କାରଣ ମୁଁ ଭାବୁଛି ଅନ୍ୟମାନେ ମଧ୍ୟ ଏପରି ପଦକ୍ଷେପ ନେଇବେ। ଫଳରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିବ।”

ମମତା ବାନାର୍ଜୀ ମହାରାଷ୍ଟ୍ର ଗସ୍ତରେ ଆସି ବିଭିନ୍ନ ବିରୋଧୀ ଦଳର ନେତାମାନଙ୍କ ସହ ବୈଠକ କରୁଛନ୍ତି। ମଙ୍ଗଳବାର ମମତା ଶିବସେନା ବିଧାୟକ ଆଦିତ୍ୟ ଠାକରେ ଓ ସାଂସଦ ସଞ୍ଜୟ ରାଉତଙ୍କୁ ଭେଠିଥିଲେ। ଆଜି ସେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ବିଜେପି ବିରୋଧୀରେ ସମସ୍ତଙ୍କୁ ଏକାଠି କରି ଦିଦି ନୂଆ ରାଜନୀତିକ ସମୀକରଣ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଆଜି ସେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର କରିବା ଓ ଦୀପାବଳି ପୂର୍ବରୁ ତୈଳ ଦର ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା ପଛରେ ରାଜନୀତିକ ଉଦ୍ଦେଶ୍ୟ ଥିବା ମମତା କହିଛନ୍ତି। ସେ କହିଛନ୍ତି, “ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭୟଭୀତ ହେଉଛନ୍ତି।

ଏଥିପାଇଁ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ହେଲେ ବାକି ସମୟରେ ଦରଦାମ ଉପର ମୁହାଁ ହେଉଛି। ଆଗକୁ ନିର୍ବାଚନ ଥିବାରୁ କୃଷି ଆଇନକୁ ପ୍ରତ୍ୟାହାର କରାଗଲା। ରାଜନୀତିକ ନେତାଙ୍କ ଅଭ୍ୟାସ ହେଲା ବହୁତ କହିବା। କିନ୍ତୁ ମୁଁ କମ କହିବାକୁ ଭଲ ପାଏ ଓ ବେଶୀ ବାଟ ଛାଲିବାକୁ ଚାହେଁ।

ବର୍ତ୍ତମାନ ୟୁଏପିଏର ଅପବ୍ୟବହାର ହେଉଛି। ମୋର କୌଣସି ଏଜେନ୍ସି ପ୍ରତି ବ୍ୟକ୍ତିଗତ ଘୃଣା ମନୋଭାବ ନାହିଁ। ଯଦି ବିଜେପି କ୍ଷମତାରୁ ହଟିବ ଓ ଆମେ କ୍ଷମତାକୁ ଆସିବୁ, ତା’ହେଲେ ମୁଁ ସମସ୍ତଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହେଁ ଯେ ଲୋକ ବିରୋଧୀ କୌଣସି ଆଇନ ଆସିବନି। ଗଠନମୂଳକ ସମାଲୋଚନା ଜରୁରୀ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story