ଦୁଇଟି ନୁହେଁ, କେବଳ ଏହି ଗୋଟିଏ ଆସନରୁ ନିର୍ବାଚନ ଲଢ଼ିବେ ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆସନ୍ତା ବିଧାନସଭା ନିର୍ବାଚନ ବେଳେ ଦୁଇଟି ନୁହେଁ, କେବଳ ଗୋଟିଏ ଆସନରୁ ଲଢ଼ିବେ। ଏଥର ସେ ଭବାନୀପୁର ବଦଳରେ କେବଳ ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ ହେବେ ବୋଲି କ୍ଷମତାସୀନ ଟିଏମସି ସୂତ୍ରରୁ ଜଣାପଡ଼ିଛି। ଜାନୁଆରୀ ୧୮ରେ ମମତା ବାନାର୍ଜୀ ବଡ଼ ଘୋଷଣା କରିଥିଲେ। ସେ କହିଥିଲେ ଯେ ୨୦୨୧ ବିଧାନସଭା ନିର୍ବାଚନ ବେଳେ ସେ ପୂର୍ବ ମେଦିନାପୁରର ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବେ। ଏହାକୁ ନେଇ ବେଶ ରାଜନୀତିକ ହଟଚମଟ ଦେଖିବାକୁ ମିଳିଥିଲା। ସେତେବେଳେ […]

Mamata

Mamata

Hemant Lenka
  • Published: Wednesday, 17 February 2021
  • Updated: 17 February 2021, 09:22 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆସନ୍ତା ବିଧାନସଭା ନିର୍ବାଚନ ବେଳେ ଦୁଇଟି ନୁହେଁ, କେବଳ ଗୋଟିଏ ଆସନରୁ ଲଢ଼ିବେ। ଏଥର ସେ ଭବାନୀପୁର ବଦଳରେ କେବଳ ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ ହେବେ ବୋଲି କ୍ଷମତାସୀନ ଟିଏମସି ସୂତ୍ରରୁ ଜଣାପଡ଼ିଛି।

ଜାନୁଆରୀ ୧୮ରେ ମମତା ବାନାର୍ଜୀ ବଡ଼ ଘୋଷଣା କରିଥିଲେ। ସେ କହିଥିଲେ ଯେ ୨୦୨୧ ବିଧାନସଭା ନିର୍ବାଚନ ବେଳେ ସେ ପୂର୍ବ ମେଦିନାପୁରର ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବେ। ଏହାକୁ ନେଇ ବେଶ ରାଜନୀତିକ ହଟଚମଟ ଦେଖିବାକୁ ମିଳିଥିଲା। ସେତେବେଳେ କୁହାଯାଇଥିଲା ଯେ ମମତା ଉଭୟ ନନ୍ଦିଗ୍ରାମ ଓ କୋଲକାତାର ଭବାନୀପୁର ଆସନରୁ ନିର୍ବାଚନ ଲଢ଼ିବେ।

ମମତା କହିଥିଲେ, “ଯଦି ମୁଁ ନିଜେ ନନ୍ଦିଗ୍ରାମରୁ ଲଢ଼ିବି, ତା’ହେଲେ କେମିତି ହେବ? ଏହା ମୋର ଇଚ୍ଛା। ଅବଶ୍ୟ ନିର୍ବାଚନ ବେଳେ ମୁଁ ନନ୍ଦିଗ୍ରାମକୁ ବେଶୀ ସମୟ ଦେଇପାରିବି ନାହିଁ। କାରଣ ୨୯୪ଟି ଆସନରେ ମୋତେ ଲଢ଼େଇ କରିବାକୁ ପଡ଼ିବ। ତେଣୁ ଏଠାକାର ଲୋକମାନେ ମୋ ପାଇଁ କାମ କରିବେ।

ନିର୍ବାଚନ ସରିବା ପରେ ଏଠାକାର ସବୁ କାମ ମୁଁ କରିବି। ମୁଁ ବେଙ୍ଗଲ ଟିଏମସି ମୁଖ୍ୟ ସୁବ୍ରତ ବକ୍ସିଙ୍କୁ ଏଥିପାଇଁ ଅନୁରୋଧ କରୁଛି। ମୁଁ ସମାନ ସମୟରେ ଭବାନୀପୁରକୁ ମଧ୍ୟ ଅଣଦେଖା କରିପାରିବ ନାହିଁ। ସେଠାରେ ମଧ୍ୟ ଭଲ ପ୍ରାର୍ଥୀ ଦିଆଯିବ। କିନ୍ତୁ ମୋ ନାଁ ନନ୍ଦିଗ୍ରାମ ପାଇଁ ବିଚାର କରିବାକୁ ମୁଁ ସୁବ୍ରତ ବକ୍ସିଙ୍କୁ ଅନୁରୋଧ କରୁଛି।”

ଏକଥା ଶୁଣି ଲୋକମାନେ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ମମତା ଏଥର କେବଳ ନନ୍ଦିଗ୍ରାମରୁ ଲଢ଼ିବେ ନା ତାଙ୍କ ଚିରାଚରିତ ବିଧାନସଭା ମଣ୍ଡଳୀ ଭବାନୀପୁରରୁ ମଧ୍ୟ ପ୍ରାର୍ଥୀ ହେବେ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଥିଲା।

ଏବେ ଟିଏମସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମମତା ୨୦୨୧ରେ କେବଳ ନନ୍ଦିଗ୍ରାମ ଆସନରୁ ହିଁ ଲଢ଼ିବେ। ଦଳ ପକ୍ଷରୁ ଭବାନୀପୁର ପାଇଁ ଆଉ ଜଣେ ପ୍ରାର୍ଥୀଙ୍କୁ ଚିହ୍ନଟ କରାଯାଇଛି। କିନ୍ତୁ ଦଳ ସବୁ କିଛି ଚୂଡ଼ାନ୍ତ ନ ହେବା ଯାଏ, ତାଙ୍କ ନାଁ ସାର୍ବଜନୀନ କରିବ ନାହିଁ ବୋଲି ଏହି ସୂତ୍ରରେ କୁହାଯାଇଛି।

୨୦୧୧ ଉପ ନିର୍ବାଚନରେ ମମତା ପ୍ରଥମଥର ଭବାନୀପୁର ଆସନରୁ ୫୪,୨୧୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ୨୦୧୬ରେ ସେ ଏଠାରୁ ପ୍ରାର୍ଥୀ ହୋଇ ୪୭.୬୭% ଭୋଟ ପାଇଥିଲେ। କିନ୍ତୁ ୨୦୨୧ରେ ସବୁ କିଛି ବଦଳି ଯାଇଛି। ନନ୍ଦିଗ୍ରାମ ଏକଦା ଟିଏମସିର ଗଡ଼ ଭାବେ ପରିଚିତ ଥିଲା।

ଏହି ଆସନରେ ମମତାଙ୍କ ଘନିଷ୍ଠ ସହଯୋଗ ଶୁଭେନ୍ଦୁ ଅଧିକାରୀ ପ୍ରାର୍ଥୀ ହୋଇ ଏକତରଫା ବିଜୟ ହାସଲ କରୁଥିଲେ। କିନ୍ତୁ ନିର୍ବାଚନର ଠିକ୍‌ ପୂର୍ବରୁ ଶୁଭେନ୍ଦୁ ବିଜେପିକୁ ଚାଲି ଯାଇଛନ୍ତି। ତାଙ୍କୁ କାଉଣ୍ଟର କରିବା ପାଇଁ ମମତା ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବାକୁ ଲକ୍ଷ୍ୟ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos