ନିୟନ୍ତ୍ରଣରେ କରୋନା ସଂକ୍ରମଣ, ଉପ ନିର୍ବାଚନ ପାଇଁ ମମତାଙ୍କ ଦାବି

କୋଲକାତା: ବେଙ୍ଗଲରେ କରୋନା ସଂକ୍ରମଣ ସଂପୂର୍ଣ୍ଣ ନିୟନ୍ତ୍ରଣ ଥିବାରୁ ନିର୍ବାଚନ କମିଶନ ତୁରନ୍ତ ଉପ ନିର୍ବାଚନର ତାରିଖ ଘୋଷଣା କରନ୍ତୁ ବୋଲି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିସହ ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ଯେମିତି କ୍ଷୁଣ୍ଣ ନ ହେବ, ତା’ ଉପରେ ମଧ୍ୟ ନିର୍ବାଚନ କମିଶନ ନଜର ରଖନ୍ତୁ ବୋଲି ମମତା କହିଛନ୍ତି। ମମତା କହିଛନ୍ତି, “ବିଧାନସଭା ନିର୍ବାଚନ ଶେଷ ହେବାକୁ ଇତି ମଧ୍ୟରେ ୪ ମାସ ବିତିଗଲାଣି। ଏଥିସହ ଏବେ ରାଜ୍ୟରେ କୋଭିଡ-୧୯ ସ୍ଥିତି […]

Mamata

Mamata

Hemant Lenka
  • Published: Monday, 23 August 2021
  • Updated: 23 August 2021, 07:52 PM IST

Sports

Latest News

କୋଲକାତା: ବେଙ୍ଗଲରେ କରୋନା ସଂକ୍ରମଣ ସଂପୂର୍ଣ୍ଣ ନିୟନ୍ତ୍ରଣ ଥିବାରୁ ନିର୍ବାଚନ କମିଶନ ତୁରନ୍ତ ଉପ ନିର୍ବାଚନର ତାରିଖ ଘୋଷଣା କରନ୍ତୁ ବୋଲି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିସହ ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ଯେମିତି କ୍ଷୁଣ୍ଣ ନ ହେବ, ତା’ ଉପରେ ମଧ୍ୟ ନିର୍ବାଚନ କମିଶନ ନଜର ରଖନ୍ତୁ ବୋଲି ମମତା କହିଛନ୍ତି।

ମମତା କହିଛନ୍ତି, “ବିଧାନସଭା ନିର୍ବାଚନ ଶେଷ ହେବାକୁ ଇତି ମଧ୍ୟରେ ୪ ମାସ ବିତିଗଲାଣି। ଏଥିସହ ଏବେ ରାଜ୍ୟରେ କୋଭିଡ-୧୯ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ତେଣୁ ଲୋକମାନଙ୍କୁ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ମିଳିବା ଉଚିତ। ନିର୍ବାଚନ କମିଶନ ତୁରନ୍ତ ୭ ଆସନ ପାଇଁ ଉପ ନିର୍ବାଚିନ ତାରିଖ ଘୋଷଣା କରିବା ଦରକାର। କାରଣ ଆମେ କେବେ ହେଲେ ଲୋକଙ୍କ ଗଣତାନ୍ତ୍ରିକ ଅଧିକାରୀକୁ କ୍ଷୁଣ୍ଣ କରିପାରିବା ନାହିଁ। ଏହା ଯେମିତି ଅକ୍ଷୁଣ୍ଣ ରହିବ, ତା’ ଉପରେ ମଧ୍ୟ ନିର୍ବାଚନ କମିଶନ ଧ୍ୟାନ ଦିଅନ୍ତୁ।”

ବେଙ୍ଗଲର ଜଙ୍ଗିପୁର, ଶାମଶେରଗଞ୍ଜ, ଖର୍ଦ୍ଧା, ଭବାନୀପୁର, ଦିନାହାଟ, ଶାନ୍ତିପୁର ଓ ଗୋଶାବା ଆସନରେ ଉପ ନିର୍ବାଚନ ହେବ। ମମତା ବାନାର୍ଜୀ ବିଧାନସଭା ନିର୍ବାଚନ ବେଳେ ନନ୍ଦିଗ୍ରାମରୁ ଲଢ଼େଇ କରିଥିଲେ। ତେବେ ତାଙ୍କୁ ଏଠାରେ ହାରିବାକୁ ପଡ଼ିଥିଲା। ତଥାପି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ବଜାୟୀ ରଖିବାକୁ ହେଲେ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ। ଏଥିପାଇଁ ସେ ତୁରନ୍ତ ଉପ ନିର୍ବାଚନ କରିବାକୁ ଦାବି କରିଥିବା କୁହାଯାଉଛି। ଉପ ନିର୍ବାଚନ ବେଳେ ସେ ନିଜର ଚିରାଚରିତ ଭବାନୀପୁର ଆସନରୁ ପ୍ରାର୍ଥୀ ହେବେ ବୋଲି ଟିଏମସି ସୂତ୍ରରୁ ଜଣାପଡ଼ିଛି। ଏହି ଆସନରେ ଶୋଭନଦେବ ଚଟ୍ଟୋପାଧ୍ୟାୟ ଜିତିଥିଲେ। କିନ୍ତୁ ସେ ଦିଦିଙ୍କ ପାଇଁ ଏହି ଆସନ ଛାଡ଼ି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos