ବାହାଘର ଭୋଜିରେ ଲୋକଙ୍କୁ ଛେପ ପକାଇ ରୁଟି‌ ଦେଉଥିଲା ଯୁବକ, ଭିଡିଓ ଭାଇରାଲ

ମୀରଟ: ଉତ୍ତର ପ୍ରଦେଶର ମୀରଟରୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ବାହାଘର ଭୋଜିରେ ଲୋକଙ୍କୁ ଦିଆଯାଉଥିବା ତନ୍ଦୁରୀ ରୁଟିରେ ଜଣେ ଯୁବକ ଛେପ ପକାଇ ଏହାକୁ ନିଆଁରେ ଶେକୁ ଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତ ଯୁବକଙ୍କୁ ପୁଲିସ୍‌ ଗିରଫ ମଧ୍ୟ କରିଛି। ଏବେ ସେ ହାଜତରେ ରହିଛନ୍ତି। थूककर रोटी बनाई…! कोविड जैसी भयावह बीमारी खत्म भी नही हुई और इस […]

man

man

Hemant Lenka
  • Published: Monday, 22 February 2021
  • Updated: 22 February 2021, 02:52 PM IST

Sports

Latest News

ମୀରଟ: ଉତ୍ତର ପ୍ରଦେଶର ମୀରଟରୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ବାହାଘର ଭୋଜିରେ ଲୋକଙ୍କୁ ଦିଆଯାଉଥିବା ତନ୍ଦୁରୀ ରୁଟିରେ ଜଣେ ଯୁବକ ଛେପ ପକାଇ ଏହାକୁ ନିଆଁରେ ଶେକୁ ଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତ ଯୁବକଙ୍କୁ ପୁଲିସ୍‌ ଗିରଫ ମଧ୍ୟ କରିଛି। ଏବେ ସେ ହାଜତରେ ରହିଛନ୍ତି।


ଗିରଫ ଯୁବକର ନାଁ ସୋହିଲ। ସେ ପ୍ରଥମେ ରୁଟିକୁ ହାତରେ ଗୋଲ କରିବା ପରେ ଏଥିରେ ଛେପ ପକାଉଥିଲା। ଏହାପରେ ନିକଟରେ ଥିବା ନିଆଁରେ ଏହାକୁ ପକାଉଥିଲା। ନିଆଁରୁ ବାହାର କରି ରୁଟିକୁ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକଙ୍କୁ ଖାଇବାକୁ ଦିଆଯାଉଥିଲା।

ଯୁବକଙ୍କ ଏହି କାମକୁ ଜଣେ ବ୍ୟକ୍ତି ବେଶ ଗୁପ୍ତ ଭାବେ ମୋବାଇଲରେ ଉଠାଇଥିଲେ। ସେ ଏହାକୁ ସୋଶାଲ ମିଡିଆରେ ପୋଷ୍ଟ କରିବା ପରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଘଟଣାରେ ସଂପୃକ୍ତ ଯୁବକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। କରୋନା ସଂକ୍ରମଣ ଭିତରେ ଏପରି ଘଟଣା ଦେଖି ଲୋକମାନେ ବିଚଳିତ ହୋଇପଡ଼ିଛନ୍ତି।

ଅନ୍ୟପକ୍ଷରେ ହିନ୍ଦୁ ଜାଗରଣ ମୋର୍ଚ୍ଚା ପକ୍ଷରୁ ମୀରଟର ଏଲଏଲଆରଏମ ପୁଲିସ୍‌ ଷ୍ଟେସନ ବାହାରେ ବିକ୍ଷୋଭ କରାଯାଇଛି। ଘଟଣା ପଛର କାରଣ ଜାଣିବା ପାଇଁ ସେମାନେ ପୁଲିସ୍‌ ନିକଟରେ ଦାବି କରିଛନ୍ତି। ପୁଲିସ୍‌ ଏଥିପାଇଁ ସୋହିଲଙ୍କ ବିରୋଧରେ ଏଫଆଇଆର ମଧ୍ୟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos