ତୁ ମୋର ନୁହଁ ତ କାହାର ନୁହଁ, ଯୁବତୀଙ୍କୁ ଜାଳିବାକୁ ଯାଇ ନିଜେ ଜଳିଗଲେ

କୋଝିକୋଡ: ଏତରଫା ପ୍ରେମର ଭୟଙ୍କର ପରିଣତି କେରଳ କୋଝିକୋଡରେ ଦେଖିବାକୁ ମିଳିଛି। ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରି ବିବାହ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କର ଶେଷରେ ଦୁଃଖଦ ମୃତ୍ୟୁ ଘଟିଛି। ବ୍ୟକ୍ତି ଜଣଙ୍କ ଯୁବତୀଙ୍କୁ ଜାଳିବାକୁ ଯାଇଥିଲେ ହେଁ ନିଜେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ହେଲେ ୪୨ ବର୍ଷୀୟ ରତନେଶ। ସେ ନାଦାପୁରମର […]

fire

fire

Hemant Lenka
  • Published: Tuesday, 29 March 2022
  • Updated: 29 March 2022, 04:28 PM IST

Sports

Latest News

କୋଝିକୋଡ: ଏତରଫା ପ୍ରେମର ଭୟଙ୍କର ପରିଣତି କେରଳ କୋଝିକୋଡରେ ଦେଖିବାକୁ ମିଳିଛି। ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରି ବିବାହ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କର ଶେଷରେ ଦୁଃଖଦ ମୃତ୍ୟୁ ଘଟିଛି। ବ୍ୟକ୍ତି ଜଣଙ୍କ ଯୁବତୀଙ୍କୁ ଜାଳିବାକୁ ଯାଇଥିଲେ ହେଁ ନିଜେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି।

ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ହେଲେ ୪୨ ବର୍ଷୀୟ ରତନେଶ। ସେ ନାଦାପୁରମର ଭାଲାୟମରେ ରହୁଥିଲେ। ତେବେ ଏଠାରେ ରହିବା ସମୟରେ ସେ ଜଣେ ଯୁବତୀଙ୍କୁ ନିଜ ଆଡ଼ୁ ଭଲ ପାଇ ବସିଥିଲେ ଓ ତାଙ୍କୁ ବିବାହ କରିବାକୁ ସ୍ଥିର କରିଥିଲେ।

ହେଲେ ଯୁବତୀଙ୍କ ପରିବାର ଲୋକ ଏଥିରେ ରାଜି ହୋଇନଥିଲେ। ଏଥିସହ ଯୁବତୀଙ୍କ ବାହାଘର ଆଉ ଜଣଙ୍କ ସହ ସ୍ଥିର କରିଥିଲେ। ବାସ୍‌ ଏହି ପ୍ରତ୍ୟାଖ୍ୟାନକୁ ରତନେଶ ସହ୍ୟ କରି ପାରି ନଥିଲେ। ଯୁବତୀ ଜଣଙ୍କ ଯଦି ତାଙ୍କର ନୁହନ୍ତି, ତା’ହେଲେ ସେ ତାଙ୍କୁ ଆଉ କାହାର ହେବାକୁ ଦେବେନି ବୋଲି ପ୍ରତିଜ୍ଞା କରିଥିଲେ। ଏଥିପାଇଁ ସେ ଯୁବତୀଙ୍କୁ ପୋଡ଼ି ମାରି ଦେବାକୁ ନିଷ୍ପତ୍ତି ନେଇଥିଲେ।

ଯୋଜନା ମୁତାବକ ସୋମବାର ରାତି ୨.୩୦ରେ ରତନେଶ ଯୁବତୀ ଜଣଙ୍କ ରହୁଥିବା ନାଦାପୁରମର ଜାତିୟେରିରେ ପହଞ୍ଚିଥିଲେ। ଏହାପରେ ସେ ଗୋଟିଏ ଶିଢ଼ି ଦ୍ୱାରା ପ୍ରଥମ ମହଲାରେ ଥିବା ଯୁବତୀଙ୍କ ବେଡ ରୁମ ଭିତରେ ପଶିଥିଲେ। ଏଠାରେ ସେ ଯୁବତୀଙ୍କୁ ଜୀବନ୍ତ ପୋଡ଼ିବାକୁ ଚେଷ୍ଟା କରୁଥିବା ବେଳେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା। ସାମାନ୍ୟ ଅସାବଧାନତା ଯୋଗୁ ଯୁବତୀଙ୍କ ବଦଳରେ ରତନେଶଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଫଳରେ ସେ ପୋଡ଼ି ଯାଇ ଗୁରୁତର ହୋଇଥିଲେ।

ସ୍ଥାନୀୟ ଲୋକ ଓ ଯୁବତୀଙ୍କ ପରିବାର ସଦସ୍ୟ ମିଳିତ ଭାବେ ରତନେଶଙ୍କୁ ହସ୍ପିଟାଲ ନେଇଥିଲେ ମଧ୍ୟ ସେଠାରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ଏହି ଘଟଣାରେ ଯୁବତୀ, ତାଙ୍କ ଭାଇ ଓ ପରିବାରର ଆଉ ଜଣେ ସଦସ୍ୟ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ହସ୍ପିଟାଲରେ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos