ଶାଢ଼ୀ ପିନ୍ଧି ଶିଖି ନଥିଲେ ସ୍ତ୍ରୀ, ଜୀବନ ହାରିଦେଲେ ସ୍ୱାମୀ

ଔରଙ୍ଗାବାଦ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ୨୪ ବର୍ଷୀୟ ଯୁବକ ସାମାନ୍ୟ ଘଟଣା ପାଇଁ ଆତ୍ମହତ୍ୟା ଭଳି ଚମର ପଦକ୍ଷେପ ନେଇଛନ୍ତି। ମାତ୍ର ୬ ମାସ ତଳେ ଯୁବକ ଜଣଙ୍କ ବିବାହ କରିଥିଲେ। ହେଲେ ସ୍ତ୍ରୀ ଠିକ୍‌ ଭାବେ ଶାଢ଼ୀ ପିନ୍ଧିବା ଶିଖି ନଥିବାରୁ ଏହା ତାଙ୍କୁ ବ୍ୟଥିତ କରିଥିଲା। ଏଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି। ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ଏହି ଘଟଣା ଘଟିଥିବା ପୁଲିସ୍‌ ଆଜି ସୂଚନା […]

Police

Police

Hemant Lenka
  • Published: Tuesday, 17 May 2022
  • Updated: 17 May 2022, 06:33 PM IST

Sports

Latest News

ଔରଙ୍ଗାବାଦ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ୨୪ ବର୍ଷୀୟ ଯୁବକ ସାମାନ୍ୟ ଘଟଣା ପାଇଁ ଆତ୍ମହତ୍ୟା ଭଳି ଚମର ପଦକ୍ଷେପ ନେଇଛନ୍ତି। ମାତ୍ର ୬ ମାସ ତଳେ ଯୁବକ ଜଣଙ୍କ ବିବାହ କରିଥିଲେ। ହେଲେ ସ୍ତ୍ରୀ ଠିକ୍‌ ଭାବେ ଶାଢ଼ୀ ପିନ୍ଧିବା ଶିଖି ନଥିବାରୁ ଏହା ତାଙ୍କୁ ବ୍ୟଥିତ କରିଥିଲା। ଏଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି। ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ଏହି ଘଟଣା ଘଟିଥିବା ପୁଲିସ୍‌ ଆଜି ସୂଚନା ଦେଇଛି।

ପୁଲିସ୍‌ କହିଛି ଯେ ମୁକୁନ୍ଦନଗରରେ ରହୁଥିବା ସମାଧାନ ସାବଲେ ନିଜ ଘରେ ବେକରେ କପଡ଼ା ଲଗାଇ ଆତ୍ମହତ୍ୟା କରିଛନ୍ତି। ସୋମବାର ରାତିରେ ଏହା ଘଟିଥିବା ବେଳେ ମଙ୍ଗଳବାର ସକାଳୁ ପୂରା ଘଟଣା ସାମ୍ନାକୁ ଆସିଛି। ଆତ୍ମହତ୍ୟା ସମ୍ପର୍କରେ ଖବର ପାଇ ମୁକୁନ୍ଦୱାଡି ପୁଲିସ୍‌ ଷ୍ଟେସନର ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ।

ସେମାନେ ଝୁଲନ୍ତା ଅବସ୍ଥାରେ ଥିବା ସମାଧାନଙ୍କୁ ତଳକୁ ଆଣିବା ସହ ହସ୍ପିଟାଲ ପଠାଇ ଥିଲେ। ଏହାପରେ ତାଙ୍କ ରୁମରେ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଗୋଟିଏ ସୁଇସାଇଡ ନୋଟ୍‌ ପୁଲିସ୍‌ ଜବତ କରିଛି। ଏହି ସୁଇସାଇଡ ନୋଟ୍‌ରେ ସମାଧାନ କହିଛନ୍ତି ଯେ ତାଙ୍କ ପତ୍ନୀ ଠିକ୍‌ ଭାବେ ଶାଢ଼ୀ ପିନ୍ଧି ପାରୁ ନଥିଲେ।

ସେହିପରି ସେ ମାର୍ଜିତ ଢଙ୍ଗରେ କଥାବାର୍ତ୍ତା କରୁ ନଥିଲେ କିମ୍ବା ଠିକ୍‌ ଭାବେ ଚାଲି ପାରୁ ନଥିଲେ। ଏହା ତାଙ୍କୁ ବହୁତ କଷ୍ଟ ଦେଉଥିବା କଥା ସେ ଉଲ୍ଲେଖ କରିଛନ୍ତି। ଏହି କାରଣ ପାଇଁ ସେ ଜୀବନ ହାରିଥିବା ମୁକୁନ୍ଦୱାଡି ପୁଲିସ୍‌ ଷ୍ଟେସନର ଇନଚାର୍ଜ ବ୍ରହ୍ମ ଗିରି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ସମାଧାନଙ୍କୁ ୨୪ ବର୍ଷ ହୋଇଥିବା ବେଳେ ତାଙ୍କ ପତ୍ନୀ ତାଙ୍କ ଠାରୁ ୬ ବର୍ଷ ମାସ। ୬ ମାସ ତଳେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏବେ ପୁଲିସ୍ ସୁଇସାଇଡ ନୋଟକୁ ଜବତ କରି ଅଧିକ ଖୋଳତାଡ଼ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos