କୂଅରୁ ମିଳିଲା ଯୁବକ ଓ ନାବାଳିକାଙ୍କ ମୃତଦେହ

ଆଜମେର: କୂଅରୁ ମିଳିଛି ଜଣେ ଯୁବକ ଓ ଆଉ ଜଣେ ନାବାଳିକାଙ୍କ ମୃତଦେହ। ଯୁବକଙ୍କ ବୟସ ୨୨ ହୋଇଥିବା ବେଳେ ସେ ଜଣେ ନାବାଳିକାଙ୍କ ସହ ତାଙ୍କର କି ପ୍ରକାରର ସମ୍ପର୍କ ଥିଲା, ତା’କୁ ନେଇ ଉଠିଛି ପ୍ରଶ୍ନ। ଉଭୟ ପରସ୍ପର ସହ ମିଳାମିଶା କରୁଥିଲେ। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା କି ନାହିଁ, ସେକଥା ଜଣାପଡ଼ିନି। ହେଲେ ହଠାତ୍‌ ଗୋଟିଏ କୂଅରୁ ଉଭୟଙ୍କ ମୃତଦେହ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜସ୍ଥାନର ଆଜମେରରେ ଏପରି ଘଟଣା ଘଟିଛି।

ଆଜି ମାସୁଡା ପୁଲିସ୍‌ ଶେରଗଡ଼ ଅଞ୍ଚଳରେ ଥିବା ଗୋଟିଏ କୂଅରୁ ଯୁବକ ଓ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଛି। ଏସଏଚଓ ଦୀନେଶ କୁମାର କହିଛନ୍ତି ଯେ ମୃତ ନାବାଳିକାଙ୍କ ବାପା ବୁଧବାର ୨୨ ବର୍ଷୀୟ କାର୍ତ୍ତିକଙ୍କ ନାଁରେ ଅପହରଣ ଅଭିଯୋଗ ଆଣିଥିଲେ। ସେ ତାଙ୍କ ଝିଅଙ୍କୁ ଉଠାଇ ନେଇଥିବା କହିଥିଲେ। ଝିଅଟି ବୁଧବାର ସକାଳୁ ନିଖୋଜ ଥିବା ବେଳେ ତାଙ୍କ ବାପା ରାତି ସମୟରେ ହିଁ ଏଫଆଇଆର ଦେଇଥିଲେ।

ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଆଜି କାର୍ତ୍ତିକ ଓ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ଦୁଇ ହାତ ବନ୍ଧା ହୋଇଥିବାରୁ ହତ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଉଭୟ ପରସ୍ପରକୁ ଭଲ ପାଉଥିବା ବେଳେ ଝିଅ ଘର ଏହାକୁ ବିରୋଧ କରୁଥିଲେ ଗୋଟିଏ ସୂଚନା ମିଳିଛି। ସମ୍ଭବତଃ ଏହି କାରଣ ପାଇଁ ଦୁହେଁ ଆତ୍ମହତ୍ୟା କରିଛନ୍ତି କିମ୍ବା ସେମାନଙ୍କୁ କେହି ହତ୍ୟା କରିଥାଇ ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।