ବନ୍ଧ୍ୟାକରଣ ପାଇଁ ମନା କଲେ ପତ୍ନୀ, ୨ ଛୁଆଙ୍କୁ ମାରିଦେଲେ ସ୍ୱାମୀ

ହାଇଦ୍ରାବାଦ: ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ଯୋଗୁ ବଳି ପଡ଼ିଛନ୍ତି ଦୁଇ କୋମଳମତି ଶିଶୁ। ପତ୍ନୀ ବନ୍ଧ୍ୟାକରଣ ପାଇଁ ମନା କରିବାରୁ ଏଥିରେ ରାଗି ଯାଇ ସ୍ୱାମୀ ସାଜିଛନ୍ତି ହତ୍ୟାକାରୀ। ସେ ନିଜର ଦୁଇ ପିଲାଙ୍କୁ ବେକ କାଟି ହତ୍ୟା କରିବା ସହ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୁଲିସ୍‌ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭିର୍ତ୍ତି କରିଛି। ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ବୁଧବାର ତେଲେଙ୍ଗାନାର ନଗରକ୍ରୁନୋଲ ଜିଲ୍ଲାର ୟେଥମ ଗାଁରେ […]

Police

Police

Hemant Lenka
  • Published: Friday, 19 August 2022
  • Updated: 19 August 2022, 04:05 PM IST

Sports

Latest News

ହାଇଦ୍ରାବାଦ: ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ଯୋଗୁ ବଳି ପଡ଼ିଛନ୍ତି ଦୁଇ କୋମଳମତି ଶିଶୁ। ପତ୍ନୀ ବନ୍ଧ୍ୟାକରଣ ପାଇଁ ମନା କରିବାରୁ ଏଥିରେ ରାଗି ଯାଇ ସ୍ୱାମୀ ସାଜିଛନ୍ତି ହତ୍ୟାକାରୀ। ସେ ନିଜର ଦୁଇ ପିଲାଙ୍କୁ ବେକ କାଟି ହତ୍ୟା କରିବା ସହ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୁଲିସ୍‌ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭିର୍ତ୍ତି କରିଛି। ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ବୁଧବାର ତେଲେଙ୍ଗାନାର ନଗରକ୍ରୁନୋଲ ଜିଲ୍ଲାର ୟେଥମ ଗାଁରେ ଏପରି ଦୁଃଖଦ ଘଟଣା ଘଟିଛି।

ଏସ୍‌ପି କେ ମନୋହର କହିଛନ୍ତି, “ଅଭିଯୁକ୍ତ ଓମକାର ଶ୍ରମିକ ଭାବେ କାମ କରନ୍ତି। ସେ ତାଙ୍କର ଦୁଇ ଜଣ ପିଲାଙ୍କୁ ହତ୍ୟା କରିଛନ୍ତି। ଗୋଟିଏ ପିଲାର ବୟସ ୩ ବର୍ଷ ଓ ଅନ୍ୟଟି ୮ ମାସର ହୋଇଥିଲା। ଉଭୟଙ୍କୁ ତଣ୍ଟି କାଟି ହତ୍ୟା କରିବା ପରେ ଓମକାର ନିଜେ ମଧ୍ୟ ନିଜର ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୁଲିସ୍‌ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି।”

ଓମକାର ନିଜର ଦୁଇ ପିଲାଙ୍କୁ ହତ୍ୟା କରିବାକୁ ଯାଉଥିବା ଆଶଙ୍କା କରି ତାଙ୍କ ପତ୍ନୀ ହିଁ କୋଦାଇର ପୁଲିସ୍‌ରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍‌ ଓମକାରଙ୍କ ଫୋନ ଲୋକେସନକୁ ଟ୍ରାକ୍‌ କରି ତାଙ୍କ ପାଖରେ ପହଞ୍ଚିଥିଲା। ହେଲେ ସେତେବେଳେକୁ ସେ ତାଙ୍କର ଦୁଇ ପିଲାଙ୍କୁ ହତ୍ୟା କରି ସାରିଥିଲେ। ନିଜେ ମଧ୍ୟ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ।

ଓମକାରଙ୍କ ପତ୍ନୀ ପୁଲିସ୍‌କୁ କହିଛନ୍ତି ଯେ ବୁଧାବର ଉଭୟ ନିଜ ପିଲାଙ୍କ ସହ ବାଇକରେ ଯାଉଥିଲେ। ଏହି ସମୟରେ ଓମକାର ପତ୍ନୀଙ୍କୁ ବନ୍ଧ୍ୟାକରଣର ଅପରେସନ କରିବାକୁ କହିଥିଲେ। ହେଲେ ଏଥିରେ ସେ ରାଜି ହୋଇ ନଥିଲେ। ପତ୍ନୀ ରାଜି ନ ହେବାରୁ ଓକାର ଖୁବଜୋରରେ ରାଗି ଯାଇଥିଲେ। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଶେଷରେ ଚଳନ୍ତା ଗାଡ଼ିରୁ ସେ ପତ୍ନୀଙ୍କୁ ଠେଲି ଦେଇଥିଲେ ଓ ଦୁଇ ପିଲାଙ୍କୁ ହତ୍ୟା କରିବେ ବୋଲି କହି ନିଜ ସାଙ୍ଗରେ ନେଇ ଯାଇଥିଲେ।

ଏଥିରେ ଭୟଭୀତ ହୋଇ ପତ୍ନୀ ଜଣଙ୍କ ଓମକାରଙ୍କୁ ବାରମ୍ବାର ଫୋନ କରି ଚାଲିଥିଲେ। ହେଲେ ସେ କୌଣସି ଉତ୍ତର ନ ଦେବାରୁ ମହିଳା ଜଣଙ୍କ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍‌ ଯାଞ୍ଚ କରୁଥିବା ବେଳେ ରାସ୍ତା କଡ଼ରେ ଦୁଇ ପିଲା ଓ ଜଣେ ବ୍ୟକ୍ତି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ସେହି ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି ଦେଖିଥିଲେ।

ଏଥିସହ ସେମାନଙ୍କ ନିକଟରେ ଗୋଟିଏ ଫୋନ ରିଗଂ ମଧ୍ୟ ହେଉଥିଲା। ବ୍ୟକ୍ତି ଜଣଙ୍କ ଫୋନ ଉଠାଇବା ମାତ୍ରେ ପୁଲିସ୍‌ ଓମକାରଙ୍କ ବିଷୟରେ ଜାଣିବାକୁ ଚାହିଁଥିଲା। ଏଥିସହ ଫୋନ କେଉଁଠି ଅଛି ବୋଲି ପଚାରିଥିଲା। ଉକ୍ତ ବ୍ୟକ୍ତିଙ୍କ ଠାରୁ ତଥ୍ୟ ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ଦୁଇ ପିଲାଙ୍କ ମୃତ୍ୟୁ ହୋଇ ସାରିଥିଲା। ହେଲେ ଓମକାରଙ୍କ ଦେହରେ ପ୍ରାଣ ଥିବା ଜାଣିପାରି ପୁଲିସ୍‌ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story