ବଦନାମ ପାଇଁ ଷଡ଼ଯନ୍ତ୍ର! ନିଜକୁ ମୁସଲିମ କହି ଅଫତାବକୁ ସମର୍ଥନ କରିଥିବା ହିନ୍ଦୁ ଯୁବକ ଗିରଫ

ଲକ୍ଷ୍ନୌ: ମୁସଲିମ ସଂପ୍ରଦାୟର ଲୋକଙ୍କୁ ବଦନାମ କରି ସେମାନଙ୍କୁ ସମସ୍ତଙ୍କ ଆଗରେ ନିଚ୍ଚା ଦେଖାଇବାକୁ ଷଡ଼ଯନ୍ତ୍ର କରିଥିବା ଜଣେ ହିନ୍ଦୁ ଯୁବକକୁ ପୁଲିସ୍‌ ଗିରଫ କରିଛି। ଏହି ଯୁବକ ଜଣଙ୍କ ହିନ୍ଦୁ ସଂପ୍ରଦାୟର ହୋଇଥିଲେ ହେଁ ସମସ୍ତ ଆଗରେ ନିଜକୁ ମୁସଲିମ ବୋଲି ପରିଚୟ ଦେଇଥିଲା। ଏଥିସହ ଶ୍ରଦ୍ଧା ୱାଲକରଙ୍କ ନିର୍ମମ ହତ୍ୟା ଘଟଣାରେ ଗିରଫ ଅଫତାବ ପୁନାୱାଲାକୁ ସମର୍ଥନ କରିଥିଲା। ସେ ଗଣମାଧ୍ୟମ ଆଗରେ ଖୋଲାଖୋଲି ଅଫତାବକୁ ସମର୍ଥନ କରିବା ପରେ ବିଭିନ୍ନ ମହଲରେ ଏହାକୁ […]

aftab

aftab

Hemant Lenka
  • Published: Friday, 25 November 2022
  • Updated: 25 November 2022, 03:57 PM IST

Sports

Latest News

ଲକ୍ଷ୍ନୌ: ମୁସଲିମ ସଂପ୍ରଦାୟର ଲୋକଙ୍କୁ ବଦନାମ କରି ସେମାନଙ୍କୁ ସମସ୍ତଙ୍କ ଆଗରେ ନିଚ୍ଚା ଦେଖାଇବାକୁ ଷଡ଼ଯନ୍ତ୍ର କରିଥିବା ଜଣେ ହିନ୍ଦୁ ଯୁବକକୁ ପୁଲିସ୍‌ ଗିରଫ କରିଛି। ଏହି ଯୁବକ ଜଣଙ୍କ ହିନ୍ଦୁ ସଂପ୍ରଦାୟର ହୋଇଥିଲେ ହେଁ ସମସ୍ତ ଆଗରେ ନିଜକୁ ମୁସଲିମ ବୋଲି ପରିଚୟ ଦେଇଥିଲା।

ଏଥିସହ ଶ୍ରଦ୍ଧା ୱାଲକରଙ୍କ ନିର୍ମମ ହତ୍ୟା ଘଟଣାରେ ଗିରଫ ଅଫତାବ ପୁନାୱାଲାକୁ ସମର୍ଥନ କରିଥିଲା। ସେ ଗଣମାଧ୍ୟମ ଆଗରେ ଖୋଲାଖୋଲି ଅଫତାବକୁ ସମର୍ଥନ କରିବା ପରେ ବିଭିନ୍ନ ମହଲରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଅନେକ ଲୋକ ସୋଶାଲ ମିଡିଆରେ ମୁସଲିମ ସଂପ୍ରଦାୟର ହୋଇଥିବାରୁ ଅଫତାବକୁ ଉକ୍ତ ଯୁବକ ଜଣକ ସମର୍ଥନ କରିଛି ବୋଲି କହିଥିଲେ। ସୋଶାଲ ମିଡିଆରେ ମଧ୍ୟ ଅନେକ ଲୋକ ଏହି ବୟାନ ଆଧାରରେ ମୁସଲିମ ସଂପ୍ରଦାୟର ଲୋକଙ୍କୁ ଅନେକ ଗାଳିଗୁଲଜ ମଧ୍ୟ କରିଥିଲେ।

ହେଲେ ଏହି ପୂରା ଷଡ଼ଯନ୍ତ୍ର ପଛରେ ଥିବା ଯୁବକ ଜଣକ ବାସ୍ତବରେ ହିନ୍ଦୁ ସଂପ୍ରଦାୟର। ତା’ ନାଁ ବିକାଶ କୁମାର। ସେ ବୁଲନ୍ଦଶହରର ସିକାନ୍ଦରାବାଦ ଅଞ୍ଚଳର। ତା’ ନାଁ ବିକାଶ କୁମାର ହୋଇଥିବା ବେଳେ ସେ ସମସ୍ତଙ୍କୁ ରଶିଦ ଖାନ ଭାବେ ପରିଚୟ ଦେଇଥିଲା।

ଏହି ନକଲି ପରିଚୟ ଆଧାରରେ ସେ ଶ୍ରଦ୍ଧାଙ୍କ ହତ୍ୟା ଘଟଣାରେ ଜଣେ ରିପୋର୍ଟରଙ୍କୁ ନିଜର ପ୍ରତିକ୍ରିୟା ଦେଇଥିଲା। ସେ ଅଫତାବର ନାରକୀୟକାଣ୍ଡକୁ ସମର୍ଥନ କରିଥିଲା। ରାଗରେ ଏମିତି ଘଟଣା ଘଟେ। ୩୫ ଖଣ୍ଡ ନୁହେଁ, ବରଂ ମୃତଦେହକୁ ୩୬ ଖଣ୍ଡ କରାଯିବାର ଥିଲା ବୋଲି ସେ କହିଥିଲା।

ବିକାଶକୁ ସାମ୍ବାଦିକ ଜଣଙ୍କ ପଚାରିଥିଲେ ଯେ ତୁମେ କ’ଣ ଏମିତି କରିପାରିବ? ଏହାର ଜବାବରେ ସେ କହିଥିଲା ଯେ “ଲୋକମାନେ ରାଗରେ ଏମିତି ସବୁ କାମ କରୁଛନ୍ତି। ଏହା କୌଣସି ବଡ଼ କଥା ନୁହେଁ।” ବାସ୍‌ ତା’ର ଏହି ପ୍ରତିକ୍ରିୟା ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଅନେକ ବିକାଶ ଓରଫ ନକଲି ରଶିଦ ଖାନଙ୍କ ଅପେକ୍ଷା ମୁସଲିମ ସଂପ୍ରଦାୟର ଲୋକଙ୍କ ମାନସିକତାକୁ ତୀବ୍ର ସମାଲୋଚନା କରିଥିଲେ।

ବିବାଦ ବଢ଼ି ଚାଲିଥିବା ବେଳେ ପୁଲିସ୍‌ ବିକାଶକୁ ଗିରଫ କରିଛି। ବୁଲନ୍ଦଶହର ଏସ୍‌ପି ଶ୍ଳୋକ କୁମାର କହିଛନ୍ତି, “ବିକାଶ ନାଁରେ ପୂର୍ବରୁ ଅନେକ ମାମଲା ରହିଛି। ନୋଏଡା ଓ ବୁଲନ୍ଦଶହରର ଏକାଧିକ ସ୍ଥାନରେ ଚୋରି ଓ ବେଆଇନ ଅସ୍ତ୍ର ଚାଲାଣ ପାଇଁ ବିକାଶ ନାଁରେ ମାମଲା କରାଯାଇଥିଲା। ଏବେ ତା’କୁ ଗିରଫ କରାଯାଇଛି।”

ଗିରଫ ପରେ ବିକାଶ କହିଛି ଯେ “ସାମାନ୍ୟ କଥା ଓ ନିଜର ପରିଚୟ ବଦଳାଇବା ଯୋଗୁ ଏତେ ବଡ଼ ଘଟଣା ଘଟିବ ବୋଲି ଜାଣିନଥିଲି। ଏପରି ଜାଣିଥିଲେ ମୁଁ କେବେ ଏମିତି କରି ନଥାଆନ୍ତି। ମୋତେ ଏବେ ଡର ଲାଗୁଛି। ମୋତେ ଏଠାରେ ନଚେତ ଜେଲ ଭିତରେ ମାରି ଦିଆଯିବ।”

ମେ’ ୧୮ ତାରିଖରେ ଅଫତାବ ଦିଲ୍ଲୀ ସ୍ଥିତ ଫ୍ଲାଟରେ ନିଜର ଲିଭ ଇନ ପାର୍ଟନର ଶ୍ରଦ୍ଧାଙ୍କୁ ପ୍ରଥମେ ତଣ୍ଟିଚିପି ହତ୍ୟା କରିଥିଲା। ଏହାପରେ ତାଙ୍କ ମୃତଦେହକୁ ପ୍ରାୟ ୧୦ ଘଣ୍ଟାର ପରିଶ୍ରମ କରି ୩୫ ଖଣ୍ଡ କରି କାଟି ପକାଇଥିଲା। ଏହି ଖଣ୍ଡବିଖଣ୍ଡିତ ଶରୀରର ଅଂଶକୁ ୧୮ ଦିନ ଧରି ଅଫତାବ ଦିଲ୍ଲୀର ମେହରାଉଲି ଓ ଛତ୍ରପୁର ଅଞ୍ଚଳରେ ପର୍ଯ୍ୟାୟକ୍ରମେ ଫିଙ୍ଗି ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story