ଗାଡ଼ି ଧୀରେ ଚଳାଇବାକୁ କୁହାଯିବାରୁ ୫ ଜଣଙ୍କ ଉପରେ ମଡ଼ାଇ ଦେଲେ ଯୁବକ

ଚଣ୍ଡିଗଡ଼: ହରିଆଣାର କର୍ଣ୍ଣାଲ ଜିଲ୍ଲାରେ ଚାଲିଥିବା ଗୋଟିଏ ବାହାଘର ଭୋଜିରେ ଅଭାବନୀୟ ଘଟଣା ଘଟିଛି। ଭୋଜି ଚାଲିଥିବାରୁ କିଛି ଲୋକ ଜଣେ ଯୁବକଙ୍କୁ ଧୀରେ ଗାଡ଼ି ଚଳାଇ ଉକ୍ତ ସ୍ଥାନରେ ଯିବାକୁ ପରାମର୍ଶ ଦେଇଥିଲେ। ତେବେ ଯୁବକ ଜଣଙ୍କ ଏଥିରେ ବିରକ୍ତ ପ୍ରକାଶ କରି ଭୋଜି ଅନୁଷ୍ଠିତ ହେଉଥିବା ସ୍ଥାନରେ ଛିଡ଼ା ହୋଇଥିବା ୫ ଜଣଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଛନ୍ତି। ଏଥିରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା […]

accident

accident

Hemant Lenka
  • Published: Monday, 11 October 2021
  • Updated: 11 October 2021, 08:58 AM IST

Sports

Latest News

ଚଣ୍ଡିଗଡ଼: ହରିଆଣାର କର୍ଣ୍ଣାଲ ଜିଲ୍ଲାରେ ଚାଲିଥିବା ଗୋଟିଏ ବାହାଘର ଭୋଜିରେ ଅଭାବନୀୟ ଘଟଣା ଘଟିଛି। ଭୋଜି ଚାଲିଥିବାରୁ କିଛି ଲୋକ ଜଣେ ଯୁବକଙ୍କୁ ଧୀରେ ଗାଡ଼ି ଚଳାଇ ଉକ୍ତ ସ୍ଥାନରେ ଯିବାକୁ ପରାମର୍ଶ ଦେଇଥିଲେ। ତେବେ ଯୁବକ ଜଣଙ୍କ ଏଥିରେ ବିରକ୍ତ ପ୍ରକାଶ କରି ଭୋଜି ଅନୁଷ୍ଠିତ ହେଉଥିବା ସ୍ଥାନରେ ଛିଡ଼ା ହୋଇଥିବା ୫ ଜଣଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଛନ୍ତି।

ଏଥିରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। କର୍ଣ୍ଣାଲର ନିଲୋଖେରି ଅଞ୍ଚଳରେ ଏପରି ଘଟଣା ଘଟିଛି। ମହିଳା ଜଣଙ୍କ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି।

ପ୍ରାଣ ହରାଇଥିବା ମହିଳାଙ୍କ ସମ୍ପର୍କୀୟ କହିଛନ୍ତି, ଅଭିଯୁକ୍ତ ଯୁବକ ଅଜୟ ସ୍ଥାନୀୟ ଅଞ୍ଚଳରେ ଖୁବ ଜୋରରେ ଗାଡ଼ି ଚଳାନ୍ତି। ତେବେ ବାହାଘର ଭୋଜିରେ ଅନେକ ଲୋକ ସାମିଲ ହୋଇଥିବାରୁ ତାଙ୍କୁ ଗାଡ଼ି ଧୀରେ ଚଳାଇବାକୁ ଘଟଣାଦିନ ପରାମର୍ଶ ଦିଆଯାଇଥିଲା। କିନ୍ତୁ ସେ ଗାଡ଼ି ଧୀରେ ଚଳାଇବା ପରିବର୍ତ୍ତେ ୫ ଜଣଙ୍କ ଉପରେ ଏହାକୁ ମଡ଼ାଇ ଦେଇଛନ୍ତି।

ଅଜୟଙ୍କ ବାପାଙ୍କ ବିରୋଧରେ ମଧ୍ୟ ମହିଳାଙ୍କ ସମ୍ପର୍କୀୟମାନେ ଅଭିଯୋଗ ଆଣିଛନ୍ତି। ଅଜୟଙ୍କୁ ଗାଡ଼ି ଧୀରେ ଚଳାଇବାକୁ କୁହାଯିବା ବେଳେ ତାଙ୍କ ବାପା ଏହାକୁ ବିରୋଧ କରିଥିଲେ। ତାଙ୍କ ପୁଅ ସବୁବେଳେ ଯେମିତି ଗାଡ଼ି ଚଲାଉଥିଲା ବାହାଘର ଭୋଜି ଦିନ ମଧ୍ୟ ସେମିତି ଚଳାଇବ ବୋଲି ସେ କହିଥିଲେ।

ଏହାପରେ ଯୁବଙ୍କ ଜଣଙ୍କ ଗାଡ଼ିକୁ ଦ୍ରୁତଗତିରେ ଚଳାଇବା ସହ ଭୋଜି ଅନୁଷ୍ଠିତ ହେଉଥିବା ସ୍ଥାନରେ ଛିଡ଼ା ହୋଇଥିବା ୫ ଜଣଙ୍କ ଉପରେ ମଡ଼ାଇ ଦେଇଥିଲେ। ଏବେ ପୁଲିସ୍‌ ଅଭିଯୁକ୍ତ ଅଜୟ ଓ ତାଙ୍କ ବାପାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story